ଆଇଏଏସ୍‌ ପୂଜା ସିଙ୍ଘଲଙ୍କୁ ବାନ୍ଧିଲା ଇଡି

ରାଞ୍ଚି: ଶେଷରେ ଗିରଫ ହେଲେ ଝାରଖଣ୍ଡର ଖଣି ସଚିବ ତଥା ଆଇଏଏସ୍‌ ଅଫିସର ପୂଜା ସିଙ୍ଘଲ। ଆଜି ତାଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ମନି ଲଣ୍ଡରିଂ ମାମଲାରେ ଗିରଫ କରିଛି। ସେ ମନରେଗା ଅର୍ଥର ହେରଫର, ଆୟରୁ ଅଧିକ ସମ୍ପତ୍ତି ଠୁଳ ଭଳି ସଂଗୀନ ମାମଲାର ଅଭିଯୁକ୍ତ ଥିଲେ। ଏହାର ତଦନ୍ତ କରି ଆଜି ଇଡି ୨୦୦୦ ମସିହା ଆଇଏଏସ୍‌ ବ୍ୟାଚ୍‌ର ଅଫିସର ପୂଜାଙ୍କୁ ଗିରଫ କରିଛି। ଏହାପୂର୍ବରୁ ପୂଜା ସିଙ୍ଘଲଙ୍କୁ କୌଣସି ବି ପରିସ୍ଥିତିରେ ରାଞ୍ଚି ନ […]

pooja

pooja

Hemant Lenka
  • Published: Wednesday, 11 May 2022
  • Updated: 11 May 2022, 06:16 PM IST

Sports

Latest News

ରାଞ୍ଚି: ଶେଷରେ ଗିରଫ ହେଲେ ଝାରଖଣ୍ଡର ଖଣି ସଚିବ ତଥା ଆଇଏଏସ୍‌ ଅଫିସର ପୂଜା ସିଙ୍ଘଲ। ଆଜି ତାଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ମନି ଲଣ୍ଡରିଂ ମାମଲାରେ ଗିରଫ କରିଛି। ସେ ମନରେଗା ଅର୍ଥର ହେରଫର, ଆୟରୁ ଅଧିକ ସମ୍ପତ୍ତି ଠୁଳ ଭଳି ସଂଗୀନ ମାମଲାର ଅଭିଯୁକ୍ତ ଥିଲେ। ଏହାର ତଦନ୍ତ କରି ଆଜି ଇଡି ୨୦୦୦ ମସିହା ଆଇଏଏସ୍‌ ବ୍ୟାଚ୍‌ର ଅଫିସର ପୂଜାଙ୍କୁ ଗିରଫ କରିଛି।

ଏହାପୂର୍ବରୁ ପୂଜା ସିଙ୍ଘଲଙ୍କୁ କୌଣସି ବି ପରିସ୍ଥିତିରେ ରାଞ୍ଚି ନ ଛାଡ଼ିବାକୁ ନିର୍ଦ୍ଦେଶ ଦେଇଥିଲା ଇଡି। ମଙ୍ଗଳବାର ପୂଜା ସିଙ୍ଘଲଙ୍କୁ ଦୀର୍ଘ ୯ ଘଣ୍ଟା ଧରି ପଚାରଉଚରା କରାଯାଇଥିଲା। ଏହାପରେ ରାତିରେ ତାଙ୍କୁ ଘରକୁ ଯିବାକୁ ଅନୁମତି ମିଳିଥିଲା। ଜେରା ବେଳେ ଇଡି ମନରେଗା ଅର୍ଥ ହେରଫେର ପଛରେ ତାଙ୍କର ହାତ ଥିବା ଜାଣିବାକୁ ପାଇଥିଲା। ଏଥିପାଇଁ ଆଜି ତାଙ୍କୁ ବିଧିବଦ୍ଧ ଭାବେ ଗିରଫ କରାଯାଇଛି।

ମେ’ ୬ ତାରିଖରେ ଇଡି ପୂଜା ସିଙ୍ଘଲଙ୍କ ଦୁଇ ସହଯୋଗୀଙ୍କ ଠାରୁ ନଗଦ ୧୯ କୋଟି ଟଙ୍କା ଜବତ କରିଥିଲା। ମନେରଗା ଯୋଜାନାରେ ହୋଇଥିବା ବ୍ୟାପକ ଦୁର୍ନୀତି ଘଟଣାରେ ଇଡି ସର୍ଚ୍ଚ ଅପରେସନ କରୁଥିବା ବେଳେ ଏତେ ପରିମାଣର ନଗଦ ଟଙ୍କା ଠାବ କରିଥିଲା। ଇଡି ପକ୍ଷରୁ ମୋଟ ୧୯.୩୧ କୋଟି ଟଙ୍କା ଜବତ କରାଯାଇଥିଲା।

ଏହା ମଧ୍ୟରୁ ନଗଦ ୧୭ କୋଟି ଟଙ୍କା ପୂଜାଙ୍କ ଚାର୍ଟାର୍ଡା ଆକାଉଣ୍ଟାଣ୍ଟ ସୁମନ କୁମାରଙ୍କ ଘରୁ ଓ ବାକି ୧.୮ କୋଟି ଟଙ୍କା ଆଉ ଜଣେ ସହଯୋଗୀଙ୍କ ଠିକଣାରୁ ଜବତ କରାଯାଇଥିଲା। ଏହାପରେ ସୁମନ କୁମାରଙ୍କୁ ଗିରଫ ମଧ୍ୟ କରାଯାଇଥିଲା।

ମନେରଗା ଯୋଗଜନାରେ ହୋଇଥିବା ୧୮ କୋଟି ଟଙ୍କାର ଦୁର୍ନୀତି ଘଟଣାର ଯାଞ୍ଚ କରୁଥିବା ଇଡି ଗତ ଶୁକ୍ରବାର ଝାରଖଣ୍ଡ ସମେତ ଆଉ ୪ଟି ରାଜ୍ୟର ବିଭିନ୍ନ ସ୍ଥାନରେ ରେଡ୍‌ କରିଥିଲା। ସର୍ଚ୍ଚ ଅପରେସନ ବେଳେ ମିଳିଥିବା ନଗଦ ଟଙ୍କା ଦେଖି ଇଡିର ଅଧିକାରୀମାନେ ଜଳକା ହୋଇଯାଇଥିଲେ। ୨୦୦୦, ୫୦୦, ୨୦୦ ଓ ୧୦୦ ଟଙ୍କିଆ ନୋଟ୍‌ ବିଡ଼ା ଆକାରରେ ରହିଥିଲା। ଏହି ବିଡ଼ା ବିଡ଼ା ଟଙ୍କାକୁ ଗଣତି ପାଇଁ ସ୍ୱତନ୍ତ୍ର ମେସିନ ଅଣା ଯାଇଥିଲା।

ଏହାପୂର୍ବରୁ ଇଡି ତତ୍କାଳୀନ ସେକସନ ଅଫିସର ଓ କୁନ୍ତିର ଜୁନିୟର ଇଞ୍ଜିନିୟର ରାମ ବିନୋଦ ପ୍ରସାଦ ସିହ୍ନାଙ୍କୁ ପଶ୍ଚିମବଙ୍ଗରୁ ଗିରଫ କରିଥିଲା। ଝାରଖଣ୍ଡ ଭିଜିଲାନ୍ସ ବ୍ୟୁରୋ ତାଙ୍କ ନାଁରେ ୧୬ଟି ଏଫଆଇଆର ରୁଜୁ କରିବା ପରେ ଏପରି ଗିରଫଦାରୀ ହୋଇଥିଲା। ୨୦୦୭-୨୦୦୮ରେ ରାମ ବିନୋଦ ମନେରଗା ପାଣ୍ଠିରୁ ୧୮ କୋଟି ଟଙ୍କା ଚଳୁ କରି ଦେଇଥିବା ଅଭିଯୋଗ ହୋଇଥିଲା।

ଇଡି ତାଙ୍କୁ ଜେରା କରିବା ବେଳେ ମନେରଗା ଦୁର୍ନୀତିରେ ସାମିଲ ଥିବା କିଛି ବରିଷ୍ଠ ପ୍ରଶାସନିକ ଅଧିକାରୀଙ୍କ ନାଁ ସାମ୍ନାକୁ ଆସିଥିଲା। ଏମାନଙ୍କ ମଧ୍ୟରେ ଆଇଏଏସ୍ ପୂଜାଙ୍କ ନାଁ ମଧ୍ୟ ରହିଥିଲା। ପୂଜା ୨୦୦୭ରୁ ୨୦୧୩ ଯାଏ ଚତ୍ରା, କୁନ୍ତି ଓ ପାଲାମୁର ଡେପୁଟି କମିଶନର/ଜିଲ୍ଲା ମାଜିଷ୍ଟ୍ରେଟ ଭାବେ କାମ କରିଥିଲେ।

କେବଳ ପୂଜା ନୁହନ୍ତି, ତାଙ୍କ ସ୍ୱାମୀ ଅଭିଷେକ ଝାଙ୍କୁ ମଧ୍ୟ ଇଡି ଜେରା କରିଛି। ସେ ମଧ୍ୟ ଖୁବଶୀଘ୍ର ଗିରଫ ହେବାର ଆଶଙ୍କା ରହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story