୨୦ ଟଙ୍କା ପାଇଁ ଇଡଲି ଦୋକାନୀଙ୍କୁ ମାରିଦେଲେ ୩ ଗ୍ରାହକ

ମୁମ୍ବାଇ: ମାତ୍ର ୨୦ ଟଙ୍କା ପାଇଁ ରାସ୍ତା କଡ଼ରେ ଇଡଲି ଦୋକାନ କରିଥିବା ଜଣେ ୨୬ ବର୍ଷୀୟ ଯୁବକଙ୍କୁ ୩ ଜଣ ଗ୍ରାହକ ଅତ୍ୟନ୍ତ ନିର୍ମମ ଭାବେ ହତ୍ୟା କରିଛନ୍ତି। ଥାନେ ଜିଲ୍ଲାର ମୀରା ରୋଡରେ ଶୁକ୍ରବାର ସକାଳେ ଘଟିଥିବା ଏହି ଘଟଣା ସମସ୍ତଙ୍କୁ ଆଶ୍ଚର୍ଯ୍ୟ ଚକିତ କରିଛି।

ମୃତ ଯୁବକ ଜଣଙ୍କ ହେଉଛନ୍ତି ବୀରେନ୍ଦ୍ର ଯାଦବ। ସେ ରାସ୍ତା କଡ଼ରେ ଇଡଲି ବ୍ୟବସାୟ କରନ୍ତି। ଶୁକ୍ରବାର ସକାଳେ ୩ ଜଣ ଯୁବକ ତାଙ୍କ ପାଖରେ ପହଞ୍ଚିଥିଲେ ଓ ୨୦ ଟଙ୍କାର ଇଡଲୀ ଉଧାରରେ ଦେବାକୁ କହିଥିଲେ। ତେବେ ଯୁବକ ଜଣଙ୍କ ଏହାକୁ ମନା କରିବାରୁ ସେମାନେ ଯୁକ୍ତିତର୍କ ଆରମ୍ଭ କରିଥିଲେ।

୩ ଜଣ ଯାକ ଗ୍ରାହକ ବୀରେନ୍ଦ୍ରଙ୍କୁ ଧକ୍କା ମାରିବାରୁ ସେ ତଳେ ପଡ଼ି ଯାଇଥିଲେ ଓ ତାଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଥିଲା। ତୁରନ୍ତ ତାଙ୍କୁ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। କିନ୍ତୁ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ପୁଲିସ୍‌ ଏବେ ହତ୍ୟା ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। ହେଲେ ଏଯାଏ ୩ ଅଭିଯୁକ୍ତଙ୍କର କୌଣସି ପତ୍ତା ମିଳିନାହିଁ।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।