ଟଳିଲା ବଡ଼ ବିପଦ, ବିସ୍ଫୋରଣ ପୂର୍ବରୁ ଆଇଇଡି ଠାବ

ଶ୍ରୀନଗର: ବଡ଼ଧରଣର ଅଘଟଣକୁ ପଣ୍ଡ କରି ଦେଇଛନ୍ତି ସୁରକ୍ଷାକର୍ମୀ। ଜମ୍ମୁ-କଶ୍ମୀରର ବଡଗାମ ଅନ୍ତର୍ଗତ ଗୋଗୋ ଅଞ୍ଚଳରୁ ବିସ୍ଫୋରଣ ପାଇଁ ଖଚିତ ଆଇଇଡିକୁ ସୁରକ୍ଷାକର୍ମୀମାନେ ଠାବ କରିଛନ୍ତି। ଏହି ଆଇଇଡି ବିସ୍ଫୋରଣ ହେବା ପୂର୍ବରୁ ସୁରକ୍ଷାକର୍ମୀମାନେ ଏହାକୁ ନିଷ୍କ୍ରିୟ କରି ଦେଇଛନ୍ତି। ଯେଉଁ ଗୋଗୋ ଅଞ୍ଚଳରୁ ଏହାକୁ ଠାବ କରାଯାଉଛି ଏଠାରେ ଶ୍ରୀନଗର ଏୟାରପୋର୍ଟ, ଟେକ୍ନିକାଲ ଏୟାରପୋର୍ଟ, ସେନାର ମୁଖ୍ୟାଳୟ ସମେତ ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରତିଷ୍ଠାନ ରହିଛି। ତେଣୁ ଏଗୁଡ଼ିକୁ ଟାର୍ଗେଟ କରି ଆଇଇଡି ଖଞ୍ଜା ଯାଇଥିବା ଆଶଙ୍କା […]

IED

IED

Hemant Lenka
  • Published: Tuesday, 21 September 2021
  • Updated: 21 September 2021, 01:54 PM IST

ଶ୍ରୀନଗର: ବଡ଼ଧରଣର ଅଘଟଣକୁ ପଣ୍ଡ କରି ଦେଇଛନ୍ତି ସୁରକ୍ଷାକର୍ମୀ। ଜମ୍ମୁ-କଶ୍ମୀରର ବଡଗାମ ଅନ୍ତର୍ଗତ ଗୋଗୋ ଅଞ୍ଚଳରୁ ବିସ୍ଫୋରଣ ପାଇଁ ଖଚିତ ଆଇଇଡିକୁ ସୁରକ୍ଷାକର୍ମୀମାନେ ଠାବ କରିଛନ୍ତି। ଏହି ଆଇଇଡି ବିସ୍ଫୋରଣ ହେବା ପୂର୍ବରୁ ସୁରକ୍ଷାକର୍ମୀମାନେ ଏହାକୁ ନିଷ୍କ୍ରିୟ କରି ଦେଇଛନ୍ତି।

ଯେଉଁ ଗୋଗୋ ଅଞ୍ଚଳରୁ ଏହାକୁ ଠାବ କରାଯାଉଛି ଏଠାରେ ଶ୍ରୀନଗର ଏୟାରପୋର୍ଟ, ଟେକ୍ନିକାଲ ଏୟାରପୋର୍ଟ, ସେନାର ମୁଖ୍ୟାଳୟ ସମେତ ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରତିଷ୍ଠାନ ରହିଛି। ତେଣୁ ଏଗୁଡ଼ିକୁ ଟାର୍ଗେଟ କରି ଆଇଇଡି ଖଞ୍ଜା ଯାଇଥିବା ଆଶଙ୍କା କରାଯାଉଛି।

ସୋମବାର ରାତିରେ ସନ୍ଦିଗ୍ଧ ଗତିବିଧି ସମ୍ପର୍କରେ ସୂଚନା ମିଳିଥିଲା। ଏହାପରେ ସେନା ଓ ପୁଲିସ୍‌ ପକ୍ଷରୁ ପୂରା ଅଞ୍ଚଳକୁ କର୍ଡନ କରାଯାଇ ସର୍ଚ୍ଚ ଅପରେସନ ଆରମ୍ଭ ହୋଇଥିଲା। ସର୍ଚ୍ଚ ଅପରେସନ ଜାରି ରହିଥିବା ବେଳେ ଆଜି ସକାଳୁ ଆଇଇଡି ମିଳିଛି। ଆଇଇଡି ମିଳିବା ପରେ ବୋମା ନିଷ୍କ୍ରିୟ ଟିମ୍କୁ ଡକା ଯାଇଥିଲା। ସେମାନଙ୍କ ସହାୟତାରେ ଏହାକୁ ଅକାମୀ କରି ଦିଆଯାଇଛି। ତଥାପି ସ୍ଥାନୀୟ ଅଞ୍ଚଳରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ା କଡ଼ି କରାଯାଇଛି।

ଅନ୍ୟପକ୍ଷରେ ଉରି ଅଞ୍ଚଳରେ ଦୀର୍ଘ ୩୦ ଘଣ୍ଟା ଜାରି ରହିଛି ସର୍ଚ୍ଚ ଅପରେସନ। ଉରି ସେକ୍ଟରରେ ବଡ଼ଧରଣର ଅନୁପ୍ରବେଶ ଉଦ୍ୟମ ହେବାର ସୂଚନା ମିଳିବା ପରେ ସେନା ପକ୍ଷରୁ ଏପରି ପଦକ୍ଷେପ ନିଆଯାଇଛି। ସ୍ଥାନୀୟ ଅଞ୍ଚଳରେ ମୋବାଇଲ ଓ ଇଣ୍ଟରନେଟ ସେବାକୁ ବନ୍ଦ କରାଯାଇଛି। ଆତଙ୍କବାଦୀମାନେ ସୀମା ସେପଟୁ ଭାରତରେ ପ୍ରବେଶ କରିଛନ୍ତି କି ନାହିଁ, ସେକଥା ଏଯାଏ ଜଣାପଡ଼ିନି। ତଥାପି ୩୦ ଘଣ୍ଟା ହେଲାଣି ପୂରା ଉରି ସେକ୍ଟର ଓ ଏହାର ଆଖପାଖ ଅଞ୍ଚଳରେ ସର୍ଚ୍ଚ ଅପରେସନ କରାଯାଉଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos