ବାପା ସାଇକେଲରେ ବୁଲି କପଡ଼ା ବିକନ୍ତି, କିନ୍ତୁ ପୁଅ UPSCରେ ରଚିଲେ ଇତିହାସ

ପାଟନା: ଇଚ୍ଛାଶକ୍ତି ଆଗରେ ହାର ମାନିଛି ସମସ୍ତ ପ୍ରତିକୂଳ ପରିସ୍ଥିତି। ବାପା ଭଙ୍ଗା ସାଇକେଲରେ ବୁଲିବୁଲି କପଡ଼ା ବିକ୍ରି କରନ୍ତି। ଏ ଘରରୁ ସେ ଘରକୁ ବୁଲି କପଡ଼ା ବିକ୍ରି କରିବା ସହ ପରିବାରର ଗୁଜୁରାଣ ମେଣ୍ଟାନ୍ତି। ରହିବା ପାଇଁ ପରିବାର ପାଖରେ ଭଲ ଘରଟିଏ ନଥିଲା। ଭଙ୍ଗା ଘରେ ପରିବାର ଲୋକ ରହିଥିଲେ। ଏସବୁ ଆର୍ଥିକ ସମସ୍ୟା ସତ୍ତ୍ୱେ ଏହି ଗରିବ କପଡ଼ା ବିକାଳୀଙ୍କ ପୁଅ ପ୍ରଶାସନିକ ସେବା ପରୀକ୍ଷାରେ ଇତିହାସ ରଚିଛନ୍ତି। ସେ ୟୁପିଏସ୍‌ସି […]

anil

anil

Hemant Lenka
  • Published: Saturday, 25 September 2021
  • Updated: 25 September 2021, 06:25 PM IST

Sports

Latest News

ପାଟନା: ଇଚ୍ଛାଶକ୍ତି ଆଗରେ ହାର ମାନିଛି ସମସ୍ତ ପ୍ରତିକୂଳ ପରିସ୍ଥିତି। ବାପା ଭଙ୍ଗା ସାଇକେଲରେ ବୁଲିବୁଲି କପଡ଼ା ବିକ୍ରି କରନ୍ତି। ଏ ଘରରୁ ସେ ଘରକୁ ବୁଲି କପଡ଼ା ବିକ୍ରି କରିବା ସହ ପରିବାରର ଗୁଜୁରାଣ ମେଣ୍ଟାନ୍ତି। ରହିବା ପାଇଁ ପରିବାର ପାଖରେ ଭଲ ଘରଟିଏ ନଥିଲା। ଭଙ୍ଗା ଘରେ ପରିବାର ଲୋକ ରହିଥିଲେ।

ଏସବୁ ଆର୍ଥିକ ସମସ୍ୟା ସତ୍ତ୍ୱେ ଏହି ଗରିବ କପଡ଼ା ବିକାଳୀଙ୍କ ପୁଅ ପ୍ରଶାସନିକ ସେବା ପରୀକ୍ଷାରେ ଇତିହାସ ରଚିଛନ୍ତି। ସେ ୟୁପିଏସ୍‌ସି ପରୀକ୍ଷାରେ ୪୫ତମ ସ୍ଥାନ ହାସଲ କରି କେବଳ ତାଙ୍କ ବାପାଙ୍କୁ ଗର୍ବିତ କରି ନାହାନ୍ତି ବରଂ ସମସ୍ତ ଗରିବ ମେଧାବୀ ଛାତ୍ରଛାତ୍ରୀଙ୍କ ପାଇଁ ପ୍ରେରଣାର ଉତ୍ସ ପାଲଟିଛନ୍ତି। ବର୍ତ୍ତମାନ କପଡ଼ା ବିକାଳିଙ୍କ ପୁଅ ଆଇଏଏସ୍‌ ହୋଇଯାଇଛନ୍ତି।

ପୁଅଙ୍କ ଏହି ସଫଳତା ପାଇଁ ବାପାଙ୍କୁ ବିଭିନ୍ନ ମହଲରୁ ଏବେ ଶୁଭେଚ୍ଛାର ସୁଅ ଛୁଟିଛି। ଦିନକୁ ଦି ବେଳା ଖାଇବାକୁ ନ ପାଇ କଷ୍ଟରେ ରହୁଥିବା ବାପା ମା’ଙ୍କ ଛାତି ଆଜି ଖୁସିରେ କୁଣ୍ଢେମୋଟ ହୋଇ ଯାଉଛି। ସେମାନେ ପରସ୍ପରକୁ ମିଠା ଖୁଆଇ ପୁଅର ବିଜୟ ଉତ୍ସବ ପାଳନ କରିଛନ୍ତି।

ଏଠାରେ ଆମେ ବିହାରର କିଶନଗଞ୍ଜରେ ରହୁଥିବା ଅନୀଲ ବୋସାକ ଓ ତାଙ୍କ ବାପାଙ୍କ ସଂଘର୍ଷ କଥା କହୁଛୁ। ଅନୀଲ ୨୦୧୮ରେ ଆଇଆଇଟି ଦିଲ୍ଲୀରୁ ଗ୍ରାଜ୍ୟୁଏଟ ହୋଇଥିଲେ। ଏବେ ସେ ନିଜର ତୃତୀୟ ପ୍ରୟାସରେ ୟୁପିଏସ୍‌ସି କ୍ଲିୟର କରିଛନ୍ତି। ତାଙ୍କ ବାପା ବିନୋଦ ଏହି ସଫଳତା ପରେ ସବୁଠାରୁ ଅଧିକ ଖୁସି ହୋଇଛନ୍ତି।

ସେ କହିଛନ୍ତି, “ମୋ ପୁଅ ପ୍ରଥମେ ଆଇଆଇଟିକୁ ଯୋଗ୍ୟ ବିବେଚିତ ହୋଇଥିଲା। ଆମେ ଏଥିପାଇଁ ବହୁତ ଖୁସି ଥିଲୁ। ମୁଁ ଭାବୁଥିଲି ସେ ଏବେ କାମ କରିବ। କିନ୍ତୁ ସେ ମୋତେ ୟୁପିଏସସି ପାଇଁ ପ୍ରସ୍ତୁତ ହେବାକୁ ଚାହୁଁଥିବା କହିଥିଲା। ତା’ ଶିକ୍ଷକ ମଧ୍ୟ ଏଥିରେ ଅନେକ ସହଯୋଗ କରିଛନ୍ତି।

ଏପରି କି ସେ ଆର୍ଥିକ ସହାୟତା ମଧ୍ୟ କରିଛନ୍ତି। ପରୀକ୍ଷା ପାଇଁ ପ୍ରସ୍ତୁତ ହେବା ବେଳେ ପ୍ରାରମ୍ଭିକ ଅବସ୍ଥାରେ ଅନେକ ସମସ୍ୟା ସୃଷ୍ଟି ହୋଇଥିଲା। କିନ୍ତୁ ଏବେ ମୋ ସ୍ୱପ୍ନ ସାକାର ହୋଇଛି।” ଏଥିସହ ବିନୋଦ ସବୁ ବାପା ମା’ଙ୍କୁ ନିଜ ପିଲାମାନଙ୍କ ପାଠପଢ଼ା ଉପରେ ଧ୍ୟାନ ଦେବାକୁ ପରାମର୍ଶ ଦେଇଛନ୍ତି। ପରିଶ୍ରମ କଲେ ସଫଳି ନିଶ୍ଚିତ ମିଳିବ ବୋଲି ସେ କହିଛନ୍ତି।

ପୁଅର ଏହି ସଫଳତାକୁ ପରିବାରର ସଦସ୍ୟମାନେ ପରସ୍ପରକୁ ମିଠା ଖୁଆଇ ପାଳନ କରିଛନ୍ତି। ସେହିପରି କ୍ୟାମେରା ଆଗରେ ଏହି ଖୁସିର ମୁହୂର୍ତ୍ତକୁ ବଖାଣିଛନ୍ତି। ପରିବାର ଲୋକଙ୍କ ପାଖକୁ ଅନେକ ଲୋକ ଆସି ଶୁଭେଚ୍ଛା ମଧ୍ୟ ଜଣାଉଛନ୍ତି।

ଅନୀଲଙ୍କ ଭାଇ ବାବୁଲ କହିଛନ୍ତି, ଆମେ ଏବେ ବହୁତ ଖୁସି। ଗତବର୍ଷ ସେ ୬୧୬ ରାଙ୍କ ପାଇଥିଲା। ସେ ପୁଣିଥରେ ପରୀକ୍ଷା ଦେବାକୁ ନିଷ୍ପତ୍ତି ନେଇଥିଲା। ଏଥର ସେ ୪୫ତମ ସ୍ଥାନ ହାସଲ କରିଛି। ଏକାଥରେ ସେ ଏତେ ସ୍ଥାନକୁ ଉଠିବ ବୋଲି ଆମେ କେବେ ହେଲେ ଭାବି ନଥିଲୁ। ଏହା ଆମ ଜିଲ୍ଲା ପାଇଁ ଗୋଟିଏ ଐତିହାସିକ ମୁହୂର୍ତ୍ତ ବୋଲି ବାବୁଲ କହିଛନ୍ତି।

ଚଳିତ ୟୁପିଏସ୍‌ସି ପରୀକ୍ଷାରେ ବିହାରର ଶୁଭମ କୁମାର ଟପ୍ପର ହୋଇଛନ୍ତି। ସେ ବମ୍ବେ ଆଇଆଇଟି ଗ୍ରାଜ୍ୟୁଏଟ। ମୋଟ ଉପରେ ୭୬୧ ଜଣ ୟୁପିଏସ୍‌ସି କ୍ଲିୟର କରିଛନ୍ତି। ଏମାନଙ୍କ ମଧ୍ୟରେ ୫୪୫ ଜଣ ପୁରୁଷ ଓ ୨୧୬ ଜଣ ମହିଳା ରହିଛନ୍ତି। ଶ୍ରେଷ୍ଟ ୨୫ ଜଣଙ୍କ ମଧ୍ୟରେ ୧୩ ଜଣ ପୁରୁଷ ଓ ୧୨ ଜଣ ମହିଳା ରହିଥିବା ୟୁପିଏସ୍‌ସି ପକ୍ଷରୁ ଶୁକ୍ରବାର ଫଳାଫଳ ଘୋଷଣା କରାଯିବା ବେଳେ କୁହାଯାଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story