୫ କେଜିର ସୁନା ଗହଣା ପିନ୍ଧି ପ୍ରାର୍ଥିପତ୍ର ଦାଖଲ

ଚେନ୍ନାଇ: ଆଗକୁ ହେବାକୁ ଥିବା ୪ ରାଜ୍ୟ ଓ ପୁଡୁଚେରୀ ବିଧାନସଭା ନିର୍ବାଚନ ପାଇଁ ରାଜନେତାଙ୍କୁ ଭିନ୍ନଭିନ୍ନ ଅବସ୍ଥାରେ ଦେଖିବାକୁ ମିଳୁଛି। କିଏ ପୁଶ ଅପ ମାରି ଭୋଟରଙ୍କୁ ଆକୃଷ୍ଟ କରୁଛି ତ ଆଉ କିଏ ହ୍ୱିଲ ଚେୟାରରେ ପ୍ରଚାର କରୁଛି। ଏପରି କି ‘ପାୱରି’ ଟ୍ରେଣ୍ଡ ମଧ୍ୟ କରୁଛି।

ଏହି ତାଲିକାରେ ଏବେ ସୁନା ଗହଣା ସାମିଲ ହୋଇଯାଇଛି। ମଙ୍ଗଳବାର ତାମିଲନାଡୁ ବିଧାନସଭା ନିର୍ବାଚନ ପାଇଁ ପ୍ରାର୍ଥିପତ୍ର ଦାଖଲ କରିଥିବା ଜଣେ ଯୁବକ ମହଣମହଣ ସୁନା ଗହଣା ପିନ୍ଧିଥିବା ଦେଖିବାକୁ ମିଳିଛି। ସ୍ୱାଧୀନ ଭାବେ ଆଲଙ୍ଗୁଲାମ ନିର୍ବାଚନ ମଣ୍ଡଳୀରୁ ଲଢ଼ୁଥିବା ହରି ନାଦାରଙ୍କ ସୁନା ପିନ୍ଧିବା ଶୈଳୀକୁ ଦେଖି ସମସ୍ତେ ଜଳକା ହୋଇଯାଇଛନ୍ତି।

ସେ ଆଜି ୫ କେଜି ଓଜନର ସୁନା ଗହଣା ପିନ୍ଧି ପ୍ରାର୍ଥିପତ୍ର ଦାଖଲ କରିବାକୁ ଡିଏମ ଅଫିସରେ ପହଞ୍ଚିଥିଲେ। ଅଙ୍ଗୁଳି ଠାରୁ ଆରମ୍ଭ କରି ବେକ ଯାଏ ପୂରା ସୁନା ଗହଣା ପିନ୍ଧି ସେ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି। ହରି ହେଉଛନ୍ତି Panangattu Padai Katchiର ସଂଯୋଜକ। ତାଙ୍କ ପାଖରେ ମୋଟ ୧୧.୨ କେଜିର ସୁନା ରହିଥିବା ମଧ୍ୟ ସେ କହିଛନ୍ତି। ତାଙ୍କୁ ଦେଖିବା ପାଇଁ ଆଜି ପ୍ରବଳ ଭିଡ଼ ଜମିଥିଲା।

ହରିଙ୍କ ପୂର୍ବରୁ ଜଣେ ପ୍ରାର୍ଥୀ ପିପିଇ କିଟ୍‌ ପିନ୍ଧି ପ୍ରାର୍ଥିପତ୍ର ଦାଖଲ କରିଥିଲେ।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।