ବଡ଼ଧରଣର କୋଇଲା ସଙ୍କଟର ଆଶଙ୍କା, ପ୍ରଭାବିତ ହେବ ବିଜୁଳି ଉତ୍ପାଦନ

ନୂଆଦିଲ୍ଲୀ: ପ୍ରବଳ ଗ୍ରୀଷ୍ମ ପ୍ରବାହରେ ବିଜୁଳି ସଙ୍କଟର ଆଶଙ୍କା ପ୍ରକାଶ ପାଇଛି। କୋଇଲା ଅଭାବ ଯୋଗୁ ସେପ୍ଟେମ୍ବର କ୍ୱାର୍ଟର ସୁଦ୍ଧା ଦେଶରେ ବଡ଼ଧରଣର କୋଇଲା ଅଭାବ ଦେଖାଯାଇପାରେ। ବର୍ତ୍ତମାନ ଦେଶରେ ବିଜୁଳିର ଚାହିଦା ବଢ଼ିଥିବା ବେଳେ କୋଇଲା ଅଭାବ ଯୋଗୁ ଏହା ଠିକ୍ ଭାବେ ଉତ୍ପାଦ ହୋଇପାରୁନି। ଏଥିପାଇଁ ଆଗକୁ ଗୁରୁତ୍ୱର ସମସ୍ୟାର ସୃଷ୍ଟି ହେବ ବୋଲି ଆକଳନ କରାଯାଉଛି। କୋଇଲାର ଅଭାବ ନେଇ ଶକ୍ତି ମନ୍ତ୍ରଣାଳୟ ନିଜ ଭିତରେ ଗୋଟିଏ ବୈଠକ କରିଥିଲା। ଏହି ସମୟରେ […]

coal

coal

Hemant Lenka
  • Published: Saturday, 28 May 2022
  • Updated: 28 May 2022, 09:36 AM IST

ନୂଆଦିଲ୍ଲୀ: ପ୍ରବଳ ଗ୍ରୀଷ୍ମ ପ୍ରବାହରେ ବିଜୁଳି ସଙ୍କଟର ଆଶଙ୍କା ପ୍ରକାଶ ପାଇଛି। କୋଇଲା ଅଭାବ ଯୋଗୁ ସେପ୍ଟେମ୍ବର କ୍ୱାର୍ଟର ସୁଦ୍ଧା ଦେଶରେ ବଡ଼ଧରଣର କୋଇଲା ଅଭାବ ଦେଖାଯାଇପାରେ। ବର୍ତ୍ତମାନ ଦେଶରେ ବିଜୁଳିର ଚାହିଦା ବଢ଼ିଥିବା ବେଳେ କୋଇଲା ଅଭାବ ଯୋଗୁ ଏହା ଠିକ୍ ଭାବେ ଉତ୍ପାଦ ହୋଇପାରୁନି।

ଏଥିପାଇଁ ଆଗକୁ ଗୁରୁତ୍ୱର ସମସ୍ୟାର ସୃଷ୍ଟି ହେବ ବୋଲି ଆକଳନ କରାଯାଉଛି। କୋଇଲାର ଅଭାବ ନେଇ ଶକ୍ତି ମନ୍ତ୍ରଣାଳୟ ନିଜ ଭିତରେ ଗୋଟିଏ ବୈଠକ କରିଥିଲା। ଏହି ସମୟରେ ହିଁ ଆଗକୁ ବଡ଼ଧରଣର କୋଇଲା ସଙ୍କଟ ଦେଶରେ ଦେଖାଯାଇ ପାରେ ବୋଲି ଆଶଙ୍କା କରାଯାଇଛି। ରୟଟର୍ସ ପକ୍ଷରୁ ଏ ସମ୍ପର୍କରେ ରିପୋର୍ଟ ପ୍ରକାଶ କରାଯାଇଛି।

ରିପୋର୍ଟ ଅନୁଯାୟୀ, ସେପ୍ଟେମ୍ବର କ୍ୱାର୍ଟର୍‌ରେ ଭାରତରେ ଆବଶ୍ୟକତା ଠାରୁ ୪୨.୫ ମିଲିୟନ ଟନ୍ କୋଇଲାର ଅଭାବ ଦେଖାଯାଇପାରେ। ପୂର୍ବରୁ ଯେତିକି କୋଇଲାର ଅଭାବ ଦେଖାଯିବ ବୋଲି ଆକଳନ କରାଯାଇଥିଲା, ତା’ଠାରୁ ଏହା ୧୫% ଅଧିକ। ବର୍ତ୍ତମାନ ବିଜୁଳିର ଚାହିଦା ହୁହୁ ହୋଇ ବଢ଼ୁଥିବା ବେଳେ  କିଛି ଖଣିରେ କୋଇଲା ଉତ୍ପାଦନ ହ୍ରାସ ପାଇଛି। ତେଣୁ ଆଗକୁ ବିଜୁଳି ଉତ୍ପାଦ କୋଇଲା ଅଭାବ ଯୋଗୁ ପ୍ରଭାବିତ ହୋଇପାରେ।

ଚଳିତ ବର୍ଷ ବିଜୁଳିର ଚାହିଦା ୩୮ ବର୍ଷର ରେକର୍ଡ ଭାଙ୍ଗିଛି। ସେହିପରି ରୁଷ-ୟୁକ୍ରେନ ଯୁଦ୍ଧ ଯୋଗୁ ବିଶ୍ୱ ବଜାରରେ କୋଇଲାର ଚାହିଦା ବୃଦ୍ଧି ପାଇଛି। ଫଳରେ ଏହାର ଦାମ ମଧ୍ୟ ବଢ଼ିଛି। ସେପ୍ଟେମ୍ବର କ୍ୱାର୍ଟରରେ ଭାରତକୁ ୧୯୭.୩ ମିଲିୟନ ଟନ୍‌ ଘରୋଇ କୋଇଲା ଆବଶ୍ୟକ। ହେଲେ ଏହି ସମୟରେ ୧୫୪.୭ ମିଲିୟନ ଟନ୍‌ କୋଇଲା ମିଳିବ। ତେଣୁ ୪୨.୨ ମିଲିୟନ ଟନ୍‌ କୋଇଲାର ଅଭାବ ଦେଖାଯିବ। ପୂର୍ବରୁ ସେପ୍ଟେମ୍ବର କ୍ୱାର୍ଟର ସୁଦ୍ଧା ୩୭ ମିଲିୟନ ଟନ୍‌ କୋଇଲାର ଅଭାବ ରହିବ ବୋଲି ଆକଳନ କରାଯାଇଥିଲା। ଏବେ ଏହା ୧୫% ବଢ଼ି ଯାଇଛି।

ଶୁକ୍ରବାର ଆଭ୍ୟନ୍ତରୀଣ ପ୍ରେଜେନଟେସନ ବେଳେ କେନ୍ଦ୍ର କୋଇଲା ଓ ଶକ୍ତି ମନ୍ତ୍ରୀମାନେ ଉପସ୍ଥିତ ଥିଲେ। ଏଥିସହ ଦେଶ ଓ ବିଭିନ୍ନ ରାଜ୍ୟର ବରିଷ୍ଠ ଶକ୍ତି ଅଧିକାରୀମାନେ ମଧ୍ୟ ବୈଠକରେ ଯୋଗଦେଇଥିଲେ। ରୟଟର୍ସ କୋଇଲା ଅଭାବାର ଦାବି ନେଇ ଆଲୋଚନା ହୋଇଥିବା ରିପୋର୍ଟ ପ୍ରକାଶ କରିଥିଲେ ହେଁ ମନ୍ତ୍ରଣାଳୟ ପକ୍ଷରୁ ଏଯାଏ କୌଣସି ପ୍ରକାରର ପ୍ରତିକ୍ରିୟା ମିଳିନାହିଁ।

ରିପୋର୍ଟରେ ଆହୁରି କୁହାଯାଇଛି ଯେ ଚଳିତ ଆର୍ଥିକ ବର୍ଷ ଶେଷ ସୁଦ୍ଧା ଭାରତକୁ ୭୮୪.୬ ମିଲିୟନ ଟନ୍‌ କୋଇଲାର ଆବଶ୍ୟକ ରହିଛି, ଯାହା ଗତବର୍ଷ ତୁଳନାରେ ୩.୩% ଅଧିକ। ବାର୍ଷିକ କୋଇଲା ଅଭାବର ପରିମାଣ ଏବେ ୪୯.୩ ମିଲିୟନ ଟନ୍‌ରେ ପହଞ୍ଚିବାର ଆଶଙ୍କା ରହିଛି। ପୂର୍ବରୁ ଏହା ୧୭. ୭ ମିଲିୟନ ଟନ୍‌ ରହିବ ବୋଲି କୁହାଯାଉଥିଲା। କିନ୍ତୁ ଏବେ ବିଜୁଳିର ଚାହିଦା ଦୃଷ୍ଟିରୁ କୋଇଲାର ଅଭାବ ପ୍ରାୟ ୩ ଗୁଣ ଅଧିକ ହୋଇଯିବ। ଦେଶରେ କୋଇଲାର ଅଭାବ ଦେଖାଯାଉଥିବାରୁ ବିଭିନ୍ନ ରାଜ୍ୟର ସକରାରମାନେ କମ୍ପାନୀଗୁଡ଼ିକୁ କୋଇଲା ଆମଦାନୀ ମଧ୍ୟ ପରାମର୍ଶ ଦେଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos