ୟୁକ୍ରେନ ଯୁଦ୍ଧକୁ ନେଇ ସଂସଦରେ ବିବୃତି ରଖିଲେ ଜୟଶଙ୍କର

ନୂଆଦିଲ୍ଲୀ: ରୁଷ ଓ ୟୁକ୍ରେନ ଯୁଦ୍ଧକୁ ନେଇ ଭାରତର ଆଭିମୁଖ୍ୟ ସମ୍ପର୍କରେ ଆଜି ସଂସଦରେ ବିବୃତି ରଖିଛନ୍ତି ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର। ଲୋକସଭାରେ ସେ କହିଛନ୍ତି, ୟୁକ୍ରେନର ବୁଚାରେ ସାଧାରଣ ଲୋକଙ୍କୁ ହତ୍ୟା କରିବା ଘଟଣାକୁ ଭାରତ କଡ଼ା ଭାଷାରେ ନିନ୍ଦା କରିଛି। ଏଥିସହ ଆମେ ନିରପେକ୍ଷ ତଦନ୍ତକୁ ସମର୍ଥନ କରିଛୁ। ଭାରତ ସବୁବେଳେ ରୁଷ ଓ ୟୁକ୍ରେନ ଆଲୋଚନା ଦ୍ୱାରା ବିବାଦର ସମାଧାନ କରିବା ସପକ୍ଷରେ ମତ ରଖିଛି। ରୁଷ ବୈଦେଶିକ ମନ୍ତ୍ରୀ ସର୍ଗେୟ […]

India1

India1

Hemant Lenka
  • Published: Wednesday, 06 April 2022
  • Updated: 06 April 2022, 02:03 PM IST

Sports

Latest News

ନୂଆଦିଲ୍ଲୀ: ରୁଷ ଓ ୟୁକ୍ରେନ ଯୁଦ୍ଧକୁ ନେଇ ଭାରତର ଆଭିମୁଖ୍ୟ ସମ୍ପର୍କରେ ଆଜି ସଂସଦରେ ବିବୃତି ରଖିଛନ୍ତି ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର। ଲୋକସଭାରେ ସେ କହିଛନ୍ତି, ୟୁକ୍ରେନର ବୁଚାରେ ସାଧାରଣ ଲୋକଙ୍କୁ ହତ୍ୟା କରିବା ଘଟଣାକୁ ଭାରତ କଡ଼ା ଭାଷାରେ ନିନ୍ଦା କରିଛି। ଏଥିସହ ଆମେ ନିରପେକ୍ଷ ତଦନ୍ତକୁ ସମର୍ଥନ କରିଛୁ।
ଭାରତ ସବୁବେଳେ ରୁଷ ଓ ୟୁକ୍ରେନ ଆଲୋଚନା ଦ୍ୱାରା ବିବାଦର ସମାଧାନ କରିବା ସପକ୍ଷରେ ମତ ରଖିଛି। ରୁଷ ବୈଦେଶିକ ମନ୍ତ୍ରୀ ସର୍ଗେୟ ଲାଭରୋଭଙ୍କୁ ମଧ୍ୟ ଏ ସମ୍ପର୍କରେ ଅବଗତ କରାଯାଇଥିଲା।

ଭାରତ ଶାନ୍ତିର ପକ୍ଷ ବାଛିଛି। ଆମେ ଆମର ଶ୍ରେଷ୍ଠ ସ୍ୱାର୍ଥକୁ ଦୃଷ୍ଟିରେ ରଖି ନିଷ୍ପତ୍ତି ନେଇଛୁ। ଏପରି ଏକ ଘଡ଼ିସନ୍ଧି ମୁହୂର୍ତ୍ତରେ ପ୍ରତିଟି ଦେଶ ନିଜ ଲୋକଙ୍କ ସ୍ୱାର୍ଥ ପାଇଁ ଆବଶ୍ୟକ ନୀତି ଗ୍ରହଣ କରନ୍ତି। ଭାରତରେ ରହୁଥିବା ଲୋକମାନେ ଯେମିତି ଅତରିକ୍ତ ସମସ୍ୟାରେ ନ ପଡ଼ିବେ, ତା’କୁ ନିଶ୍ଚିତ କରିଛୁ।

ଅନେକ ଦେଶ ଭାରତ ସହ କଥାବାର୍ତ୍ତା କରିଛନ୍ତି। ସେମାନେ ମଧ୍ୟ ସମାନ କଥା କହିଛନ୍ତି। ଏକାଠି କାମ କରିବା ସବୁଠାରୁ ଭଲ ପଦକ୍ଷେପ ବୋଲି ମଧ୍ୟ ଆମେ ମତ ରଖିଛୁ।

ଭାରତକୁ ଯଦି କୌଣସି ପକ୍ଷ ବାଛିବାର ଥିଲା, ତା’ହେଲା ଶାନ୍ତି। ଭାରତ ଶାନ୍ତର ପକ୍ଷ ବାଛିଛି। ଭାରତ ସବୁବେଳେ ତୁରନ୍ତ ହିଂସା ବନ୍ଦ କରିବା ସପକ୍ଷରେ ରହିଛି। ଆମେ ଆରମ୍ଭରୁ ଏପରି ଆଭିମୁଖ୍ୟ ଗ୍ରହଣ କରିଛୁ।

ବିଭିନ୍ନ ଅନ୍ତର୍ଜାତୀୟ ଫୋରମ ଓ ବିତର୍କରେ ମଧ୍ୟ ଆମେ ସମାନ କଥା କହିଛୁ। ଭାରତ ଏବେ ବି ନିୟମିତ ଭାବେ ଦ୍ୱିପାକ୍ଷିକ ଆଲୋଚନା କଥା କହି ଆସୁଛି। ଭାରତ ଯଦି ଏ ବାବଦରେ କିଛି ବି ସହାୟତା କରିପାରିବ, ତା’ହେଲେ ଏହା ନିଶ୍ଚିତ ଆମ ପାଇଁ ସୌଭାଗ୍ୟର ବିଷୟ ହେବ।

କୌଣସି ବିବାଦର ସମାଧାନ କେବେ ହେଲେ ରକ୍ତାକ୍ତ ସଂଘର୍ଷ କିମ୍ବା ନିରୀହ ଲୋକଙ୍କ ଜୀବନ ବଳରେ ହୋଇପାରିବ ନାହିଁ। ତେଣୁ ଭାରତ ସବୁବେଳେ ଆଲୋଚନା ଦ୍ୱାରା ବିବାଦର ସମାଧାନ ପାଇଁ କହି ଆସୁଛି। ଏକଥା ଜାତିସଂଘରେ ମଧ୍ୟ ଭାରତ କହିଥିବା ଜୟଶଙ୍କର କହିଛନ୍ତି।

ଏହାପୂର୍ବରୁ ଜାତିସଂଘ ସୁରକ୍ଷା ପରିଷଦରେ ମଧ୍ୟ ଭାରତର ପ୍ରତିନିଧି ଟିଏସ ତିରୁମୂର୍ତ୍ତି ବୁଚା ନରସଂହାରକୁ ନିନ୍ଦା କରିବା ସହ ନିରପକ୍ଷେ ତଦନ୍ତ ସପକ୍ଷରେ ମତ ରଖିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos