ଆସିଲା ଜରାୟୁ କ୍ୟାନସରର ଦେଶୀ ଟିକା: ଜାଣନ୍ତୁ ଦାମ ସହ ପୂରା ତଥ୍ୟ

ନୂଆଦିଲ୍ଲୀ: ଜରାୟୁ କର୍କଟକୁ ରୋକିବା ଲାଗି ଭାରତରେ ଲଞ୍ଚ ହୋଇଛି ପ୍ରଥମ ସ୍ୱଦେଶୀ ଟିକା। ସେରମ ଇନିଷ୍ଟିଚ୍ୟୁଟ ଅଫ ଇଣ୍ଡିଆ ଓ ଡିର୍ପାଟମେଣ୍ଟ ଅଫ ବାୟୋଟେକ୍ନୋଲଜି(ଡିଭିଟି) ପକ୍ଷରୁ ମିଳିତ ଭାବେ ଏହି ସ୍ୱଦେଶ ଟିକାର ବିକଶିତ କରାଯାଇଛି। ଜରାୟୁ କ୍ୟାନସରକୁ ମାତ ଦେବାର କ୍ଷମତା ରଖିଥିବା ଏହି ଟିକାର ନାଁ quadrivalent human papillomavirus vaccine (qHPV) ରଖାଯାଇଛି। ଗତ ମାସରେ ଡ୍ରଗ୍ସ କଣ୍ଟ୍ରୋଲର୍ ଜେନେରାଲ୍ ଅଫ୍ ଇଣ୍ଡିଆ (ଡିସିଜିଆଇ) ସେରମ୍ ଇନଷ୍ଟିଚ୍ୟୁଟକୁ ଜରାୟୁ କର୍କଟ ବିରୋଧରେ […]

Cervical-cancer

Cervical-cancer

Hemant Lenka
  • Published: Thursday, 01 September 2022
  • Updated: 01 September 2022, 10:39 PM IST

ନୂଆଦିଲ୍ଲୀ: ଜରାୟୁ କର୍କଟକୁ ରୋକିବା ଲାଗି ଭାରତରେ ଲଞ୍ଚ ହୋଇଛି ପ୍ରଥମ ସ୍ୱଦେଶୀ ଟିକା। ସେରମ ଇନିଷ୍ଟିଚ୍ୟୁଟ ଅଫ ଇଣ୍ଡିଆ ଓ ଡିର୍ପାଟମେଣ୍ଟ ଅଫ ବାୟୋଟେକ୍ନୋଲଜି(ଡିଭିଟି) ପକ୍ଷରୁ ମିଳିତ ଭାବେ ଏହି ସ୍ୱଦେଶ ଟିକାର ବିକଶିତ କରାଯାଇଛି। ଜରାୟୁ କ୍ୟାନସରକୁ ମାତ ଦେବାର କ୍ଷମତା ରଖିଥିବା ଏହି ଟିକାର ନାଁ quadrivalent human papillomavirus vaccine (qHPV) ରଖାଯାଇଛି।

ଗତ ମାସରେ ଡ୍ରଗ୍ସ କଣ୍ଟ୍ରୋଲର୍ ଜେନେରାଲ୍ ଅଫ୍ ଇଣ୍ଡିଆ (ଡିସିଜିଆଇ) ସେରମ୍ ଇନଷ୍ଟିଚ୍ୟୁଟକୁ ଜରାୟୁ କର୍କଟ ବିରୋଧରେ ସ୍ୱଦେଶ ଟିକାର ମାର୍କେଟିଂ ଲାଇସେନ୍ସ ଦେଇଥିଲା। ଆଜି ଏହାକୁ ବିଧିବଦ୍ଧ ଭାବେ ଲଞ୍ଚ କରାଯାଇଛି। କେନ୍ଦ୍ର ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ଜୀତେନ୍ଦ୍ର ସିଂହ ଏହାକୁ ଲଞ୍ଚ କରିଛନ୍ତି। ଏହି ଗେଭ ଚେଞ୍ଜର ଟିକାର ଡୋଜ ପିଛା ଦାମ ୨୦୦ରୁ ୪୦୦ ଟଙ୍କା ରହିବ।

ଜରାୟୁ କର୍କଟ ମହିଳାମାନଙ୍କ ପାଇଁ ବେଶ ମାରାତ୍ମକ। ଏନସିବି ରିପୋର୍ଟ ଅନୁଯାୟୀ, ଭାରତର ପ୍ରତି ୫୩ ଜଣ ମହିଳାଙ୍କ ମଧ୍ୟରେ ଜଣେ ଜରାୟୁ କର୍କଟରେ ଆକ୍ରାନ୍ତ ହେଉଛନ୍ତି। ଏହା ଅନ୍ୟ ଦେଶଗୁଡ଼ିକ ତୁଳନାରେ ପ୍ରାୟ ଦୁଇଗୁଣ ଅଧିକ। ବିଶ୍ୱର ବିଭିନ୍ନ ବିକଶିତ ଦେଶଗୁଡ଼ିକରେ ପ୍ରତି ୧୦୦ ଜଣରେ ଜଣେ ମହିଳା ଜରାୟୁ କର୍କଟରେ ଆକ୍ରାନ୍ତ ହୁଅନ୍ତି।

ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଆକଳନ ଅନୁଯାୟୀ, ବିଶ୍ୱର ଏକପଞ୍ଚାଂଶ ଜରାୟୁ କର୍କଟ ରୋଗୀ ଭାରତରେ ଅଛନ୍ତି। ପ୍ରତିବର୍ଷ ୧.୨୩ ଲକ୍ଷ ନୂଆ ରୋଗୀ ଚିହ୍ନଟ ହେଉଛନ୍ତି ଓ ୬୭,୦୦ ପ୍ରାଣ ହରାଇଛନ୍ତି। ଏବେ ଏହି ନୂଆ ଟିକା ଏଚପିଭି କର୍କଟ ସୃଷ୍ଟି କରୁଥିବା ୬,୧୧,୧୬ ଓ ୧୮ ଷ୍ଟ୍ରେନରୁ ସୁରକ୍ଷା ପ୍ରଦାନ କରିବ।

ଟିକା ଲଞ୍ଚ କରି ସେରମ୍ ଇନଷ୍ଟିଚ୍ୟୁଟର ସିଇଓ ଅଦର ପୁନାୱାଲା କହିଛନ୍ତି, ଏଭଳି ଟିକା ବାହାର କରିବା ପାଇଁ ପ୍ରାୟ ୧୦ ବର୍ଷର ରିସର୍ଚ୍ଚ କରିବାକୁ ପଡ଼ିଛି। ଟିକାର ସଫଳତା ସମ୍ପର୍କରେ ଅନୁଧ୍ୟାନ ପାଇଁ ୨ହଜାର ସ୍ୱେଚ୍ଛାସେବୀଙ୍କୁ ମନୋନୀତ କରାଯାଇଥିଲା। ଏବେ ଏଥିରେ ସଫଳି ମିଳିଛି। ଏହି ଜରାୟୁ ବିରୋଧୀ ଟିକା ପ୍ରଥମେ ଭାରତରେ ଉପଲବ୍ଧ ହେବ ଓ ପରେ ବିଦେଶ ରପ୍ତାନୀ କରାଯିବ।

ପ୍ରଥମ ପର୍ଯ୍ୟାୟରେ ଭାରତ ସରକାରଙ୍କୁ ୨୦ କୋଟି ଡୋଜ୍ ଟିକା ପ୍ରଦାନ କରାଯିବାକୁ ଲକ୍ଷ୍ୟ ରଖାଯାଇଛି। ଟିକାର ଦର ଡୋଜ୍ ପିଛା ୨ଶହରୁ ୪ଶହ ଟଙ୍କା ପାଖାପାଖି ରହିବ। କିନ୍ତୁ କେନ୍ଦ୍ର ସରକାରଙ୍କ ସହ ଆଲୋଚନା ପରେ ଦର ଚୂଡ଼ାନ୍ତ ହେବ ବୋଲି ପୁନାୱାଲା କହିଛନ୍ତି।

କେନ୍ଦ୍ରମନ୍ତ୍ରୀ ଜୀତେନ୍ଦ୍ର ସିଂ କହିଛନ୍ତି ଭାରତ ପାଇଁ ଆଜି ଏକ ଐତିହାସିକ ଦିନ ମହିଳା ଓ କିଶୋରୀମାନଙ୍କୁ ଜରାୟୁ କର୍କଟ କବଳରୁ ସୁରକ୍ଷା ଦେବାକୁ ମୋଦି ସରକାରଙ୍କ ଲକ୍ଷ୍ୟ ସଫଳ ହୋଇଛି। ଆୟୁଷ୍ମାନ ଭାରତ ଯୋଜନାରେ ଏହି ଟିକା ହିତାଧିକାରୀଙ୍କୁ ଉପଲବ୍ଧ ହେବ। ସ୍କୁଲ ସ୍ତରରୁ ଅର୍ଥାତ୍ ୧୦ରୁ ୧୪ ବର୍ଷର କିଶୋରୀଙ୍କୁ ଏହି ଟିକା ଦିଆଯିବାକୁ ଯୋଜନା ରହିଥିବା ସେ କହିଛନ୍ତି।

କର୍କଟ ରୋଗ ବିଶେଷଜ୍ଞଙ୍କ ମତରେ ଭାରତରେ କିଶୋରୀ ଓ ମହିଳା ମାନଙ୍କ ସ୍ୱାସ୍ଥ କ୍ଷେତ୍ରରେ ଜରାୟୁ କର୍କଟ ଘାତକ ସାଜିଛି। ୧୫ରୁ ୪୪ବର୍ଷ ବୟସ୍କ ବର୍ଗରେ ଥିବା ଝିଅ ଓ ମହିଳାମାନେ ଏଥିରେ ଆକ୍ରାନ୍ତ ହୁଅନ୍ତି। ୯୮% ରୋଗୀ ଜରାୟୁ କର୍କଟର ତୃତୀୟ ଓ ଚତୁର୍ଥ ପର୍ଯ୍ୟାୟରେ ଡାକ୍ତରଙ୍କ ପାଖକୁ ଆସୁଥିବାରୁ ସେମାନଙ୍କ ଜୀବନ ରକ୍ଷା କରିବା ସମ୍ଭବ ହେଉନି।

୨୦୧୯ରୁ ଏବେ ସୁଦ୍ଧା ୪୧ଲକ୍ଷରୁ ଅଧିକ ମହିଳାଙ୍କର ଜରାୟୁ କର୍କଟରେ ମୃତ୍ୟୁ ଘଟିଲାଣି ଏମିତିକି ପ୍ରତି ୮ ମିନିଟରେ ଏହି ରୋଗ ଜଣେ ମହିଳାଙ୍କର ପ୍ରାଣ ନେଉଛି। ସଚେତନତାର ଅଭାବ ଓ ଜରାୟୁ କର୍କଟକୁ ଏକ ସାଧାରଣ ରୋଗ ଭାବି ଅବହେଳା କରିବା ପ୍ରାଣଘାତୀ ସାଜୁଛି।

ବିଦେଶରେ ଏହାର ପ୍ରତିଷେଧକ ଟିକା ମିଳୁଛି। ହେଲେ ଏହାର ଡୋଜ ପିଛା ଦାମ ୧୧ ହଜାରରୁ ଅଧିକ ଟଙ୍କା। ତେଣୁ ଭାରତରେ କମ୍ ଦରରେ ଜରାୟୁ କର୍କଟ ଟିକା ଉପଲବ୍ଧ ହେଲେ ତାହା କେବଳ ମହିଳା ନୁହନ୍ତି କିଶୋରୀଙ୍କ ମୃତ୍ୟୁକୁ ରୋକିପାରିବ ବୋଲି ବିଶେଷଜ୍ଞମାନେ କହିଛନ୍ତି।

ଜରାୟୁ କର୍କଟ କ’ଣ

ଜରାୟୁ କର୍କଟ ହେଉଛି ମହିଳାମାନଙ୍କର ଗର୍ଭାଶୟରେ ହେଉଥିବା କର୍କଟ ରୋଗ। ଏହି କର୍କଟ ରୋଗ ମୁତ୍ରାଶୟରୁ ଆରମ୍ଭ ହୋଇ ରେକ୍ଟମ୍ ଓ ଫୁସଫୁସ ପର୍ଯ୍ୟନ୍ତ ବ୍ୟାପିଥାଏ। ଏଚପିଭି ଦୀର୍ଘ ସମୟ ଧରି ଶରୀରରେ ରହିଲେ ଏହା ଜରାୟୁ କର୍କଟର ମୁଖ୍ୟ କାରଣ ପାଲଟେ। HPV ହେଉଛି ଏକ ସାଧାରଣ ଜୀବାଣୁ, ଯାହା ଯୌନ ସମ୍ପର୍କରେ ମହିଳାଙ୍କ ଶରୀରରେ ପ୍ରବେଶ କରିବାର ଆଶଙ୍କା ରହିଛି।

ଜରାୟୁ କର୍କଟର ଲକ୍ଷଣ

ପିଠିରେ ଯନ୍ତ୍ରଣା

ନାଭି ତଳେ ଦୀର୍ଘ ଦିନ ଧରି କଷ୍ଟ ଅନୁଭବ କରିବା

ଅତ୍ୟଧିକ ରକ୍ତସ୍ରାବ

ସେକ୍ସ ସମୟରେ ଯନ୍ତ୍ରଣା

ପରିସ୍ରା କରିବା ବେଳେ କଷ୍ଟ ଅନୁଭବ ହେବା

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story