ଅଧା ଭାରତୀୟ ସଂପତ୍ତିହୀନ, ଉପର ୧୦% ଧନୀଙ୍କ ପାଖରେ ଦେଶର ୬୫% ସଂପତ୍ତି

ନୂଆଦିଲ୍ଲୀ: ଚଳିତ ବର୍ଷ ଦେଶର ମୋଟ ଆୟର ଏକ ପଞ୍ଚମାଂଶରୁ ଅଧିକ ଅର୍ଥ ମାତ୍ର ୧% ଧନୀ ଭାରତୀୟଙ୍କ ପାଖରେ ରହିଛି। ସେହିପରି ତଳ ଅଧା ଭାରତୀୟଙ୍କ ପାଖରେ ଜାତୀୟ ଆୟର ମାତ୍ର ୧୩% ରହିଥିବା ବିଶ୍ୱ ଅସମାନତା ରିପୋର୍ଟରେ କୁହାଯାଇଛି। ଭାରତ ଗୋଟିଏ ଗରିବ ଓ ଅସମାନତା ଭରପୂର ଦେଶ। ଏଠାରେ କେବଳ କିଛି ଲୋକଙ୍କ ପାଖରେ ସବୁ କିଛି ସୀମିତ ରହିଥିବା ରିପୋର୍ଟରେ ଉଲ୍ଲେଖ କରାଯାଇଛି। ବିଶ୍ୱରେ ଧନୀ ଓ ଗରିବଙ୍କ ମଧ୍ୟରେ ଥିବା […]

Income

Income

Hemant Lenka
  • Published: Tuesday, 07 December 2021
  • Updated: 07 December 2021, 04:42 PM IST

Sports

Latest News

ନୂଆଦିଲ୍ଲୀ: ଚଳିତ ବର୍ଷ ଦେଶର ମୋଟ ଆୟର ଏକ ପଞ୍ଚମାଂଶରୁ ଅଧିକ ଅର୍ଥ ମାତ୍ର ୧% ଧନୀ ଭାରତୀୟଙ୍କ ପାଖରେ ରହିଛି। ସେହିପରି ତଳ ଅଧା ଭାରତୀୟଙ୍କ ପାଖରେ ଜାତୀୟ ଆୟର ମାତ୍ର ୧୩% ରହିଥିବା ବିଶ୍ୱ ଅସମାନତା ରିପୋର୍ଟରେ କୁହାଯାଇଛି। ଭାରତ ଗୋଟିଏ ଗରିବ ଓ ଅସମାନତା ଭରପୂର ଦେଶ। ଏଠାରେ କେବଳ କିଛି ଲୋକଙ୍କ ପାଖରେ ସବୁ କିଛି ସୀମିତ ରହିଥିବା ରିପୋର୍ଟରେ ଉଲ୍ଲେଖ କରାଯାଇଛି।

ବିଶ୍ୱରେ ଧନୀ ଓ ଗରିବଙ୍କ ମଧ୍ୟରେ ଥିବା ଅସମାନତା ଉପରେ ୱାର୍ଲ୍ଡ ଇନଇକ୍ୱାଲିଟି ଲାବ ନଜର ରଖେ। ଅଧୁନାତନ ସମୟ ଭିତ୍ତିକ ତଥ୍ୟକୁ ତର୍ଜମା କରି ଏପରି ରିପୋର୍ଟ ପ୍ରକାଶ କରେ ଏହି ସଂସ୍ଥା। ୱାର୍ଲ୍ଡ ଇନଇକ୍ୱାଲିଟି ଲାବର ସହ ନିର୍ଦ୍ଦେଶକ ଲୁକାସ ଚାନସେଲ ଏହି ରିପୋର୍ଟ ପ୍ରସ୍ତୁତ କରିଥିବା ବେଳେ ଫ୍ରାନ୍ସର ଅର୍ଥନୀତିଜ୍ଞ ଥୋମାସ ପିକେଟ୍ଟୀ ସହଯୋଗ କରିଛନ୍ତି।

ରିପୋର୍ଟରେ କୁହାଯାଇଛି ଯେ ୨୦୨୧ରେ ଭାରତର ମୋଟ ଆୟର ୨୨% ଅର୍ଥ ମାତ୍ର ୧% ଧନୀ ଭାରତୀୟଙ୍କ ପାଖରେ ରହିଛି। ଦେଶର ୧୦ ପ୍ରତିଶତ ଉପର ଧନୀ ମୋଟ ଆୟର ୫୭% ଅର୍ଥର ମାଲିକ ହୋଇଛନ୍ତି। ୨୦୨୧ରେ ପ୍ରାପ୍ତ ବୟସ୍କ ଭାରତୀୟଙ୍କ ହାରାହାରି ଆୟ ୭,୪୦୦ ୟୁରୋ ବା ୨,୦୪,୨୦୦ ଟଙ୍କା ରହିଛି। ଏହା ତୀବ୍ର ଅସମାନତାକୁ ସ୍ପଷ୍ଟ କରୁଛି।

ଭାରତରେ ଲୋକଙ୍କ ସମ୍ପତ୍ତିକୁ ବିଚାରକୁ ନେଲେ ଏହି ଅସମାନତା ଆହୁରି ବଡ଼ ଦେଖାଯାଇଛି। ଭାରତର ୫୦% ପରିବାର ପାଖରେ କୌଣସି ସମ୍ପତ୍ତି ନାହିଁ। ଦେଶର ମଧ୍ୟବିତ୍ତମାନେ ଧନୀଙ୍କ ତୁଳନାରେ ଅପେକ୍ଷାକୃତ ଗରିବ। ସେମାନଙ୍କ ସମ୍ପତ୍ତିର ପରିମାଣ ଜାତୀୟ ସଂପତ୍ତିର ମାତ୍ର ୨୯.୫%। ସେହିପରି ଉପର ବା ଟପ୍ ୧୦ ପ୍ରତିଶତ ଲୋକଙ୍କ ପାଖରେ ମୋଟ ରାଷ୍ଟ୍ରୀୟ ସଂପତ୍ତିର ୬୫% ଓ ଟପ୍ ୧% ଲୋକଙ୍କ ପାଖରେ ୩୩% ସମ୍ପତ୍ତି ରହିଛି। ଭାରତର ମୁଣ୍ଡପିଛା ହାରାହାରି ସମ୍ପତ୍ତିର ମୂଲ୍ୟ ୪୨୦୦ ୟୁରୋ।

ମଧ୍ୟବିତ୍ତଙ୍କ ହାରାହାରି ସମ୍ପତ୍ତି ପରିମାଣ ୨୬,୪୦୦ ୟୁରୋ ବା ୭୨୩,୯୩୦ ଟଙ୍କା। ଟପ୍ ୧୦% ଲୋକଙ୍କ ହାରାହାରି ସମ୍ପତ୍ତିର ମୂଲ୍ୟ ୨୩୧,୩୦୦ ୟୁରୋ ବା ୬,୩୫୪,୦୭୦ ଟଙ୍କା ଓ ଟପ୍‌ ୧% ଲୋକଙ୍କ ପାଖରେ ହାରାହାରି ୬.୧ ନିୟୁତ ୟୁରୋରୁ ଅଧିକ ବା ୩୨,୪୪୯,୩୬୦ ଟଙ୍କାର ସମ୍ପତ୍ତି ରହିଛି।

୧୯୮୦ ଦଶକରୁ ଭାରତୀୟ ଅର୍ଥନୀତିର ଡିରେଗୁଲେସନ ଓ ଉଦାରୀକରଣ ନୀତି ଯୋଗୁ ଦେଶରେ ଆୟ ଓ ସମ୍ପତ୍ତି ମଧ୍ୟରେ ଥିବା ଅସମାନତା ବଢ଼ି ଚାଲିଛି। ଅର୍ଥନୀତିକ ସଂସ୍କାର ଯୋଗୁ ଟପ୍‌ ୧୦% ଲୋକ ଲାଭବାନ ହେଉଛନ୍ତି। କିନ୍ତୁ ମଧ୍ୟବିତ୍ତ ଓ ଗରିବ ଲୋକମାନେ ଦିନକୁ ଦିନ ଆହୁରି ତଳକୁ ଖସୁଛନ୍ତି ବୋଲି ରିପୋର୍ଟରେ କୁହାଯାଇଛି।

ଲିଙ୍ଗଗତ ଅସମାନତା ମଧ୍ୟ ଭାରତରେ ଅଧିକ ରହିଛି। ଦେଶରେ ମହିଳା ଶ୍ରମିକଙ୍କ ଆୟ ୧୮%। ଏହା ଏସିଆ ମହାଦେଶରେ ସବୁଠାରୁ କମ। ଚାଇନାରେ ମହିଳା ଶ୍ରମିକଙ୍କ ଆୟ ୨୧% ରହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos