ଆଫଗାନ ଉପରେ ଆଲୋଚନା କରିବାକୁ ଆସିଲାନି ପାକ୍‌, ଏମିତି କହିଲା ଭାରତ

ନୂଆଦିଲ୍ଲୀ: ତାଲିବାନର ଦଖଲରେ ଥିବା ଆଫଗାନିସ୍ତାନର ସ୍ଥିତି ଉପରେ ଆଲୋଚନା କରିବାକୁ ବସିଥିବା ବୈଠକକୁ ପାକିସ୍ତାନ ବୟକଟ କରିବା ଘଟଣାକୁ ସହଜରେ ଗ୍ରହଣ କରିପାରିନାହିଁ ଭାରତ। ଭାରତ ପକ୍ଷରୁ ବୁଧବାର ଏହି ବୈଠକ ଡକା ଯାଇଥିଲା। ଜାତୀୟ ସୁରକ୍ଷା ପରାମର୍ଶଦାତା ସ୍ତରୀୟ ବୈଠକରେ ଯୋଗଦେବାକୁ ପାକିସ୍ତାନକୁ ଭାରତ ଡାକିଥିଲା। କିନ୍ତୁ ପାକିସ୍ତାନ ବୈଠକରେ ଯୋଗଦେଇ ନାହିଁ। ଏହା ଉପରେ ପ୍ରତିକ୍ରିୟା ରଖିଛନ୍ତି ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ଅରିନ୍ଦମ ବାଗଚି। ସେ କହିଛନ୍ତି, “ପାକିସ୍ତାନକୁ ଡକା ଯାଇଥିଲା। କିନ୍ତୁ […]

India

India

Hemant Lenka
  • Published: Thursday, 11 November 2021
  • Updated: 11 November 2021, 07:48 PM IST

Sports

Latest News

ନୂଆଦିଲ୍ଲୀ: ତାଲିବାନର ଦଖଲରେ ଥିବା ଆଫଗାନିସ୍ତାନର ସ୍ଥିତି ଉପରେ ଆଲୋଚନା କରିବାକୁ ବସିଥିବା ବୈଠକକୁ ପାକିସ୍ତାନ ବୟକଟ କରିବା ଘଟଣାକୁ ସହଜରେ ଗ୍ରହଣ କରିପାରିନାହିଁ ଭାରତ। ଭାରତ ପକ୍ଷରୁ ବୁଧବାର ଏହି ବୈଠକ ଡକା ଯାଇଥିଲା। ଜାତୀୟ ସୁରକ୍ଷା ପରାମର୍ଶଦାତା ସ୍ତରୀୟ ବୈଠକରେ ଯୋଗଦେବାକୁ ପାକିସ୍ତାନକୁ ଭାରତ ଡାକିଥିଲା। କିନ୍ତୁ ପାକିସ୍ତାନ ବୈଠକରେ ଯୋଗଦେଇ ନାହିଁ।

ଏହା ଉପରେ ପ୍ରତିକ୍ରିୟା ରଖିଛନ୍ତି ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ଅରିନ୍ଦମ ବାଗଚି। ସେ କହିଛନ୍ତି, “ପାକିସ୍ତାନକୁ ଡକା ଯାଇଥିଲା। କିନ୍ତୁ ସେମାନେ ଆସିଲେ ନାହିଁ। ଏଥିରୁ ଆଫଗାନିସ୍ତାନ ପ୍ରସଙ୍ଗରେ ସେମାନଙ୍କ ଆଭିମୁଖ୍ୟ କ’ଣ ସେକଥା ଜଣାପଡ଼ୁଛି। କାରଣ ସେମାନେ ଆଫଗାନ ଉପରେ ବସିଥିବା ଗୁରୁତ୍ୱପୂର୍ଣ୍ଣ ବୈଠକକୁ ଆସିଲେନାହିଁ। ସେମାନେ ଆଫଗାନକୁ ନେଇ ଆଦୌ ସିରିୟସ ନୁହନ୍ତି। ଯଦି ସେମାନେ ଚିନ୍ତା କରୁଥାଆନ୍ତେ, ତା’ହେଲେ ବୈଠକକୁ ଆସିଥାଆନ୍ତେ। ଆଫଗାନିସ୍ତାନକୁ ଭାରତ ସମର୍ଥନ କରେ ବୋଲି ସମସ୍ତେ ଜାଣିଛନ୍ତି। ଦୀର୍ଘ ବର୍ଷ ହେଲାଣି ଆମେ ଆଫଗାନବାସୀଙ୍କ ପ୍ରତି ସହାୟତାର ହାତ ବଢ଼ାଇଛୁ। କିଛି ମାସ ହେଲାଣି ସେଠାକାର ସ୍ଥିତି ବେଶ କଠିନ ରହିଛି।

ଆଫଗାନକୁ ମାନବିକ ସହାୟତା ପଠାଇବା ହିଁ ଆମ ବୈଠକରେ ଗୁରୁତ୍ୱ ଦିଆଯାଇଛି। ବିସ୍ତୃତ ଭାବେ ଏନଏସ୍‌ଏ ବୈଠକରେ ଆଫଗାନରେ ସୃଷ୍ଟି ହୋଇଥିବା ମାନବୀୟ ସଙ୍କଟ ସମ୍ପର୍କରେ କଥାବାର୍ତ୍ତା ହୋଇଛି। ”

ପାକିସ୍ତାନ ବ୍ୟତୀତ ଚାଇନାକୁ ମଧ୍ୟ ବୈଠକକୁ ଡକା ଯାଇଥିଲା। ହେଲେ ଉଭୟ ଏହି ବୈଠକକୁ ଆସିନାହାନ୍ତି। ତେବେ ଇରାନ, ରୁଷ, କିରଗିଜସ୍ତାନ, ତାଜିକିସ୍ତାନ, ତୁର୍କମେନିସ୍ତାନ, କାଜାଖସ୍ତାନ ଓ ଉଜକେବିସ୍ତାନର ଅଧିକାରୀମାନେ ବୈଠକରେ ଯୋଗଦେଇଥିଲେ। ସମସ୍ତେ ମିଳିତ ଭାବେ ଆଫଗାନିସ୍ତାନ ମାଟି ଯେମିତି ଆତଙ୍କବାଦ ପାଇଁ ବ୍ୟବହାର ନ ହେବ, ତା’ ଉପରେ ଫୋକସ କରିଛନ୍ତି। ଏ ସଂକ୍ରାନ୍ତରେ ଗୋଟିଏ ଘୋଷଣାପତ୍ର ମଧ୍ୟ ଜାରି କରାଯାଇଛି।

ଏପରି ବୈଠକ ପରେ ତାଲିବାନ ମଧ୍ୟ ସକାରାତ୍ମକ ସଙ୍କେତ ଦେଇଛି। ତାଲିବାନ ମୁଖପାତ୍ର ସୁହେଲ ଶାହୀନ କହିଛନ୍ତି, ବୈଠକକୁ ଆମେ ସକାରାତ୍ମକ ଭାବେ ଗ୍ରହଣ କରୁଛୁ। ଏହାଦ୍ୱାରା ଆଫଗାନିସ୍ତାନରେ ଶାନ୍ତି ଓ ସ୍ଥିରତା ଫେରିବ ବୋଲି ଆଶା କରୁଛୁ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos