୨୪ ଘଣ୍ଟାରେ ୪୦ ହଜାରରୁ ଅଧିକ ସଂକ୍ରମିତ, ୧୯୯ ମୃତ
ନୂଆଦିଲ୍ଲୀ: ୟୁଟର୍ଣ୍ଣ ନେଇଛି କରୋନା। ଦେଶରେ ପୁଣି ଦିନକରେ ୩୦ରୁ ୪୦ ହଜାର ଉପରେ ସଂକ୍ରମିତ ଚିହ୍ନଟ ହେଉଛନ୍ତି। ଗତ ୨୪ ଘଣ୍ଟାରେ ଦେଶରେ ୪୦ ହଜାର ୭୧୫ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେହିଭଳି ୧୯୯ ଜଣଙ୍କ ମୃତ୍ୟୁ ଘଟିଛି ।
ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ସୂଚନା ଅନୁଯାୟୀ, ଗତ ୨୪ ଘଣ୍ଟା ମଧ୍ୟରେ ୨୯ ହଜାର ୭୮୫ ଜଣ ସୁସ୍ଥ ହୋଇଛନ୍ତି । ଦେଶରେ ମାର୍ଚ୍ଚ ମାସର ମଧ୍ୟଭାଗ ଠାରୁ ଲାଗାତାର ଭାବେ କରୋନା ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି ।
ସ୍ୱାସ୍ଥ୍ୟ ମନ୍ତ୍ରାଳୟର ତଥ୍ୟ ଅନୁଯାୟୀ ବର୍ତ୍ତମାନ ସୁଦ୍ଧା ଦେଶରେ କରୋନା ଆକ୍ରାନ୍ତ ସଂଖ୍ୟା ୧ କୋଟି ୧୬ ଲକ୍ଷ ୮୬ ହଜାର ୭୯୬ରେ ପହଞ୍ଚିଛି । ସେମାନଙ୍କ ମଧ୍ୟରୁ ଏକ କୋଟି ୧୧ ଲକ୍ଷ ୮୧ ହଜାର ୨୫୩ ଆକ୍ରାନ୍ତ ସୁସ୍ଥ ହୋଇସାରିଲେଣି ଏବଂ ଏକ ଲକ୍ଷ ୬୦ ହଜାର ୧୬୬ ଜଣଙ୍କ ମୃତ୍ୟୁ ହୋଇସାରିଛି । ବର୍ତ୍ତମାନ ଦେଶରେ ୩ ଲକ୍ଷ ୪୫ ହଜାର ୩୭୭ ଆକ୍ଟିଭ କେସ୍ ରହିଛି ।
ସେହିଭଳି ଦେଶରେ ଟୀକାକରଣ ମଧ୍ୟ ଜାରି ରହିଛି । ବର୍ତ୍ତମାନ ସୁଦ୍ଧା ଦେଶରେ ୪ କୋଟି ୮୪ ଳକ୍ଷ ୯୪ ହଜାର ୫୯୪ ଜଣଙ୍କୁ ଭ୍ୟାକସିନ୍ ଦିଆସରିଛି । ମହାରାଷ୍ଟ୍ର, ମଧ୍ୟ ପ୍ରଦେଶ ଓ ପଞ୍ଜାବରେ କରୋନା ସଂକ୍ରମଣ ଦ୍ରୁତ ଗତିରେ ବୃଦ୍ଧି ପାଇବାରେ ଲାଗିଛି । ସୁରକ୍ଷା ଦୃଷ୍ଟିରୁ ଏହି ପ୍ରମୁଖ ରାଜ୍ୟଗୁଡିକର କିଛି ଜିଲ୍ଲାରେ ସରକାରଙ୍କ ପକ୍ଷରୁ ନାଇଟ୍ କର୍ଫ୍ୟୁ ମଧ୍ୟ ଲାଗୁ ହୋଇସାରିଲାଣି । ସେପଟେ ଆଉ କେତେକ ରାଜ୍ୟ ଲକଡାଉନ କରିବା ପାଇଁ ମଧ୍ୟ ଚିନ୍ତା କରୁଥିବା ଜଣାପଡିଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।