୧୩୨ ଦିନ ପରେ କରୋନା ସଂକ୍ରମଣକୁ ନେଇ ଆସିଲା ଏମିତି ଖବର

ନୂଆଦିଲ୍ଲୀ: ଦେଶରେ ତଳମୁହାଁ ହୋଇଥିବା କରୋନା ସଂକ୍ରମଣର ଗ୍ରାଫ ଆହୁରି ହ୍ରାସ ପାଇଛି। ୨୪ ଘଣ୍ଟା ମଧ୍ୟରେ ସମଗ୍ର ଦେଶରେ ୨୯,୬୮୯ ଜଣଙ୍କ ଟେଷ୍ଟ ରିପୋର୍ଟ ପଜିଟିଭ ଆସିଥିବା ବେଳେ ୪୧୫ ଜଣଙ୍କ ମୃତ୍ୟୁ ଘଟିଛି। ଦୀର୍ଘ ୧୩୨ ଦିନ ପରେ ଦେଶରେ ଦୈନିକ ସଂକ୍ରମଣ ପ୍ରଥମଥର ପାଇଁ ୩୦ ହଜାର ତଳକୁ ଖସିଛି। ମାର୍ଚ୍ଚ ୧୬ ପରେ କେବେ ହେଲେ ଏତେ କମ ସଂଖ୍ୟକ ‌ଆକ୍ରାନ୍ତ ଚିହ୍ନଟ ହୋଇ ନଥିଲେ। ସେହିପରି ସୋମବାର ତୁଳନାରେ ମଙ୍ଗଳବାର […]

covid

covid

Hemant Lenka
  • Published: Tuesday, 27 July 2021
  • Updated: 27 July 2021, 06:28 PM IST

Sports

Latest News

ନୂଆଦିଲ୍ଲୀ: ଦେଶରେ ତଳମୁହାଁ ହୋଇଥିବା କରୋନା ସଂକ୍ରମଣର ଗ୍ରାଫ ଆହୁରି ହ୍ରାସ ପାଇଛି। ୨୪ ଘଣ୍ଟା ମଧ୍ୟରେ ସମଗ୍ର ଦେଶରେ ୨୯,୬୮୯ ଜଣଙ୍କ ଟେଷ୍ଟ ରିପୋର୍ଟ ପଜିଟିଭ ଆସିଥିବା ବେଳେ ୪୧୫ ଜଣଙ୍କ ମୃତ୍ୟୁ ଘଟିଛି।

ଦୀର୍ଘ ୧୩୨ ଦିନ ପରେ ଦେଶରେ ଦୈନିକ ସଂକ୍ରମଣ ପ୍ରଥମଥର ପାଇଁ ୩୦ ହଜାର ତଳକୁ ଖସିଛି। ମାର୍ଚ୍ଚ ୧୬ ପରେ କେବେ ହେଲେ ଏତେ କମ ସଂଖ୍ୟକ ‌ଆକ୍ରାନ୍ତ ଚିହ୍ନଟ ହୋଇ ନଥିଲେ। ସେହିପରି ସୋମବାର ତୁଳନାରେ ମଙ୍ଗଳବାର ୯,୬୭୨ କମ୍‌ ସଂକ୍ରମିତ ଚିହ୍ନଟ ହୋଇଛନ୍ତି।

ଖାଲି ସେତିକି ନୁହେଁ, ଆକ୍ଟିଭ କେସ୍‌ ସଂଖ୍ୟା ମଧ୍ୟ ୧୨୪ ଦିନ ମଧ୍ୟରେ ପ୍ରଥମଥର ପାଇଁ ୪ ଲକ୍ଷ ତଳକୁ ଖସିଛି। ବର୍ତ୍ତମାନ ଦେଶରେ ସକ୍ରିୟ ରୋଗୀଙ୍କ ସଂଖ୍ୟା ୩.୯୮ ଲକ୍ଷ ରହିଛି। ମାର୍ଚ୍ଚ ୨୫ରେ ୩.୯୫ ଲକ୍ଷ ସକ୍ରିୟ ମାମଲା ରହିଥିଲା। ଏହାପରେ କ୍ରମାଗତ ଭାବେ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ି ଚାଲିଥିଲା।

ଗତକାଲି ତୁଳନାରେ ସକ୍ରିୟ ମାମଲାରେ ୧୩,୦୮୯ ହ୍ରାସ ପାଇଛି। ୨୪ ଘଣ୍ଟାରେ ୪୨,୨୬୩ ଜଣ ସୁସ୍ଥ ହେବାକୁ ଏପରି ଘଟିଛି। ଦେଶର ସାପ୍ତାହିକ ପଜିଟିଭିଟି ରେଟ୍‌ ୨.୩୩% ଓ ଦୈନିକ ପଜିଟିଭିଟି ରେଟ ୧.୭୩% ରହିଛି। ଏହାର ଅର୍ଥ ବିପଦ ସଙ୍କେତ କୁହାଯାଉଥିବା ୫% ତୁଳନାରେ ଏହା ବହୁତ କମ।

ଦେଶରେ ଏଯାଏ ୩,୧୪,୪୦,୯୫୧ ଜଣ କରୋନାରେ ଆକ୍ରାନ୍ତ ହୋଇଥିବା ବେଳେ ୪,୨୧,୩୮୨ ଜଣଙ୍କ ମୃତ୍ୟୁ ଘଟିଛି। କରୋନାକୁ ମାତ୍‌ ଦେଇ ମୋଟ ୩,୦୬,୨୧,୪୬୯ ଜଣ ଘରକୁ ଫେରିଛନ୍ତି। ଭାରତରେ ଆରୋଗ୍ୟ ହାର ୯୭% ଉପରେ ରହିଛି।

୨୪ ଘଣ୍ଟାରେ ସର୍ବାଧିକ ଆକ୍ରାନ୍ତ ଚିହ୍ନଟ ହୋଇଥିବା ତାଲିକାରେ କେରଳ(୧୧,୫୮୬), ମହାରାଷ୍ଟ୍ର(୪,୮୭୭), ତାମିଲନାଡୁ (୧୭୮୫), ଓଡ଼ିଶା(୧୬୩୭) ଓ ଆନ୍ଧ୍ର ପ୍ରଦେଶ(୧୬୨୭) ରହିଛନ୍ତି। ମୋଟ ସଂକ୍ରମଣର ୭୨.୪୫% ଆକ୍ରାନ୍ତ ଏହି ୫ ରାଜ୍ୟରୁ ଚିହ୍ନଟ ହୋଇଛନ୍ତି। କେବଳ କେରଳରେ ଏହି ସଂଖ୍ୟା ୩୯.୦୨% ରହିଛି।

ସର୍ବାଧିକ ମୃତ୍ୟୁ ରିପୋର୍ଟ ହୋଇଥିବା ତାଲିକାରେ କେରଳ(୧୩୫) ଓ ଦ୍ୱିତୀୟ ସ୍ଥାନରେ ୬୨ ମୃତ୍ୟୁ ସହ ଓଡ଼ିଶା ରହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos