ସାବଧାନ ଚୀନ୍‌-ପାକିସ୍ତାନ, INSରୁ ବାଲିଷ୍ଟିକ ମିସାଇଲ୍‌ର ସଫଳ ପରୀକ୍ଷଣ

ନୂଆଦିଲ୍ଲୀ: ସାବଧାନ ଶତ୍ରୁ ପକ୍ଷ। ଏଣିକି ପଡୋଶୀ ଚୀନ୍ ଓ ପାକିସ୍ତାନକୁ ଚେକ୍ ଦେବାକୁ ଭାରତର ବଡ ପରୀକ୍ଷଣ ସଫଳ । ଆଇଏନ୍‌ଏସ୍ ଅରିହନ୍ତରୁ ବାଲିଷ୍ଟିକ ମିସାଇଲ୍‌ର ସଫଳ ପରୀକ୍ଷଣ ହୋଇଛି। ଏହି କ୍ଷେପଣାସ୍ତ୍ର ବଙ୍ଗୋପସାଗରେ ଏକ ନିର୍ଦ୍ଧାରିତ ଟାର୍ଗେଟକୁ ସଫଳତାର ସହ ଲକ୍ଷଭେଦ କରିଛି।

ଏନେଇ ପ୍ରତିରକ୍ଷା ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି। ଭାରତର ଆଣବିକ ଶକ୍ତି କ୍ଷମତାକୁ ସଶକ୍ତ କରିବାକୁ ଏହା ଏକ ଗୁରୁତ୍ବପୂର୍ଣ୍ଣ ପଦକ୍ଷେପ ବୋଲି କୁହାଯାଉଛି।

ଭାରତୀୟ ବାଲିଷ୍ଟିକ୍ କ୍ଷେପଣାସ୍ତ୍ର ବୁଡ଼ାଜାହାଜ ବର୍ତ୍ତମାନ ବଙ୍ଗୋପସାଗରରେ ନିୟୋଜିତ ହେବା ପରେ ଏବେ ପାଣି ଭିତରେ ହିଁ ଚୀନ୍ ଓ ପାକିସ୍ତାନକୁ ଭାରତ ଟାର୍ଗେଟ୍ କରିବାରେ ସକ୍ଷମ ହୋଇପାରିବ । ଆଇଏଏସ୍ ଅରିହନ୍ତ ବୁଡାଜାହାଜ ସବୁ ପ୍ରକାରରେ କ୍ଷମତା ସମ୍ପର୍ଣ୍ଣ ବୋଲି ଏହି ବାଲିଷ୍ଟିକ ମିସାଇଲ୍ ପରୀକ୍ଷଣରୁ ପ୍ରମାଣ ହୋଇଛି ।

ସୂଚନାଯୋଗ୍ୟ ଯେ ଆଇଏନଏସ ଅରିହନ୍ତ ହେଉଛି ଭାରତର ପ୍ରଥମ ପରମାଣୁ ଶକ୍ତିଚାଳିତ ବୁଡ଼ାଜାହାଜ। ଏହା ୨୦୧୬ ମସିହାରେ ନୌସେନାରେ ସାମିଲ ହୋଇଥିଲା । ଏହି ବୁଡ଼ାଜାହାଜକୁ ପରମାଣୁ ଶକ୍ତି ସଂପନ୍ନ ବାଲିଷ୍ଟିକ୍ କ୍ଷେପଣାସ୍ତ୍ର ନିକ୍ଷେପ ପାଇଁ ସ୍ୱତନ୍ତ୍ର ଭାବେ ପ୍ରସ୍ତୁତ କରାଯାଇଛି ।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।