ପୁଣି ଗହମ ରପ୍ତାନୀ କରିବ ଭାରତ, କଷ୍ଟମ୍ସ ଅନୁମତିକୁ ଅପେକ୍ଷା

ନୂଆଦିଲ୍ଲୀ: ଦେଶରେ ଗହମର ଦାମ ବଢ଼ୁଥିବା ବେଳେ ଆଗକୁ ଏହାର ଅଭାବ ଦେଖାଯାଇ ପାରେ। ମାର୍ଚ୍ଚରେ ପ୍ରବଳ ଗରମ ଯୋଗୁ ଗହମ ଉତ୍ପାଦନ ପ୍ରଭାବିତ ହୋଇଛି। ସେହିପରି ରୁଷ ଓ ୟୁକ୍ରେନ ଯୋଗୁ ପୂରା ବିଶ୍ୱରେ ମଧ୍ୟ ଗହମର ଅଭାବ ଦେଖାଗଲାଣି। ଘରୋଇ ବଜାରର ଚାହିଦାକୁ ଦୃଷ୍ଟିରେ ରଖି ଭାରତ ସରକାର ଗହମର ରପ୍ତାନୀ ଉପରେ ରୋକ ଲଗାଇ ଦେଇଛନ୍ତି। ଭାରତ ସରକାରଙ୍କ ନିଷ୍ପତ୍ତି ପରେ ଅନ୍ତର୍ଜାତୀୟ ବଜାରରେ ସୋମବାର ଠାରୁ ଗହମର ଦାମ ବଢ଼ିବାରେ ଲାଗିଛି। […]

wheat

wheat

Hemant Lenka
  • Published: Tuesday, 17 May 2022
  • Updated: 17 May 2022, 04:18 PM IST

Sports

Latest News

ନୂଆଦିଲ୍ଲୀ: ଦେଶରେ ଗହମର ଦାମ ବଢ଼ୁଥିବା ବେଳେ ଆଗକୁ ଏହାର ଅଭାବ ଦେଖାଯାଇ ପାରେ। ମାର୍ଚ୍ଚରେ ପ୍ରବଳ ଗରମ ଯୋଗୁ ଗହମ ଉତ୍ପାଦନ ପ୍ରଭାବିତ ହୋଇଛି। ସେହିପରି ରୁଷ ଓ ୟୁକ୍ରେନ ଯୋଗୁ ପୂରା ବିଶ୍ୱରେ ମଧ୍ୟ ଗହମର ଅଭାବ ଦେଖାଗଲାଣି। ଘରୋଇ ବଜାରର ଚାହିଦାକୁ ଦୃଷ୍ଟିରେ ରଖି ଭାରତ ସରକାର ଗହମର ରପ୍ତାନୀ ଉପରେ ରୋକ ଲଗାଇ ଦେଇଛନ୍ତି। ଭାରତ ସରକାରଙ୍କ ନିଷ୍ପତ୍ତି ପରେ ଅନ୍ତର୍ଜାତୀୟ ବଜାରରେ ସୋମବାର ଠାରୁ ଗହମର ଦାମ ବଢ଼ିବାରେ ଲାଗିଛି।

ଏସବୁ ଭିତରେ ଭାରତ ସରକାର ପୁଣି ଗହମ ରପ୍ତାନୀ କରିବେ ବୋଲି କହିଛନ୍ତି। ଗହମ ରପ୍ତାନୀ ଉପରେ ବ୍ୟାନ ଲାଗିବା ପୂର୍ବରୁ ବିଦେଶ ଯିବା ପାଇଁ ଅନେକ ଅର୍ଡର ଗ୍ରହଣ କରାଯାଇଥିଲା। ତେଣୁ ବ୍ୟାନ୍‌ ପୂର୍ବରୁ ପ୍ରସ୍ତୁତ ହୋଇଥିବା ଗହମ ଶିପମେଣ୍ଟଗୁଡ଼ିକୁ ସରକାର ଏବେ ରପ୍ତାନୀ କରିବେ। ଏଥିପାଇଁ କଷ୍ଟମ୍ସ ବିଭାଗର ଅନୁମତିକୁ ସରକାର ଅପେକ୍ଷା କରିଛନ୍ତି। ଅନୁମତି ମିଳିବା ମାତ୍ରେ ଗହମ କନସାଇନମେଣ୍ଟଗୁଡ଼ିକର ରପ୍ତାନୀ ଆରମ୍ଭ ହୋଇଯିବ।

ଖାଦ୍ୟ ଓ ଖାଉଟି ବ୍ୟପାର ମନ୍ତ୍ରଣାଳୟ ପକ୍ଷରୁ ଜାରି ବିବୃତିରେ କୁହାଯାଇଛି ଯେ ପରୀକ୍ଷା ପାଇଁ କଷ୍ଟମ ବିଭାଗକୁ ଦିଆଯାଇଥିବା ଗହମ କନସାଇନମେଣ୍ଟ ଓ ସେମାନଙ୍କ ସିଷ୍ଟମରେ ମେ’ ୧୩ ପୂର୍ବରୁ ରପ୍ତାନୀ ପାଇଁ ଅର୍ଡର ହୋଇଥିବା ଗହମକୁ ବିଦେଶ ପଠାଇବାକୁ ଅନୁମତି ମିଳିବ। ଏହାର ଅର୍ଥ ମେ’ ୧୩ ପୂର୍ବରୁ ପଞ୍ଜିକୃତ ହୋଇଥିବା ଡିଲ୍‌ ଅନୁସାରେ ହିଁ ଗହମ ଭାରତରୁ ରପ୍ତାନୀ ହେବ।

ସେହିପରି ଇଜିପ୍ଟ ସରକାରଙ୍କ ଅନୁରୋଧକ୍ରମେ ଭାରତ ସରକାର ଗୋଟିଏ ଗହମ କନସାଇନମେଣ୍ଟ ସେଠାକୁ ପଠାଇଛନ୍ତି। ଇଜିପ୍ଟ ଯିବାକୁ ଥିବା ଗହମ ବର୍ତ୍ତମାନ କଣ୍ଡଲା ପୋର୍ଟରେ ଲୋଡିଂ ହେଉଛି ବୋଲି ବିବୃତିରେ କୁହାଯାଇଛି।

ଭାରତ ସରକାର ଘରୋଇ ବଜାରର ଚାହିଦାକୁ ଦେଖି ଗହମ ରପ୍ତାନୀ ଉପରେ ରୋକ ଲଗାଇଛନ୍ତି। ହଠାତ ସରକାର ଏପରି ନିଷ୍ପତ୍ତି ନେବାରୁ ରପ୍ତାନୀ ପାଇଁ ବିଭିନ୍ନ ବନ୍ଦର ଅଭିମୁଖେ ଯାଉଥିବା ଗହମ ବୋଝେଇ ଟ୍ରକ୍‌ ଗୁଡ଼ିକ ଅଧା ରାସ୍ତାରେ ଅଟକି ରହିଛନ୍ତି। ଫଳରେ ସେଗୁଡ଼ିକ ଏବେ କେଉଁଠି କି ଯିବ, ସେକଥା କାହାକୁ ବି ଜଣାନାହିଁ।

ମାର୍ଚ୍ଚରେ ରେକର୍ଡ ତାତି ଯୋଗୁ ଭାରତରେ ଗହମ ଉତ୍ପାଦନ ପ୍ରଭାବିତ ହୋଇଛି। ତେଣୁ ଭାରତର ଖାଦ୍ୟାଭାବକୁ ଦୃଷ୍ଟିରେ ରଖି ସରକାର ରପ୍ତାନୀ ଉପରେ ବ୍ୟାନ ଲଗାଇଛନ୍ତି। ଗହମ ଉତ୍ପାଦନରେ ଭାରତ ପୂରା ବିଶ୍ୱରେ ଦ୍ୱିତୀୟ। ହେଲେ ଭାରତରେ ହିଁ ଗହମ ଜାତୀୟ ଦ୍ରବ୍ୟର ଦାମ ଆକାଶ ଛୁଆଁ ହେଲାଣି।

ଗରମ ବ୍ୟତୀତ ଚାଷୀମାନେ ସରକାରଙ୍କ ବଦଳରେ ସ୍ଥାନୀୟ ବ୍ୟବସାୟୀଙ୍କୁ ନିଜ ଇଚ୍ଛା ଅନୁସାରେ ଗହମ ବିକ୍ରି କରୁଛନ୍ତି। ଫଳରେ ସରକାରୀ ଭଣ୍ଡାରରେ ଏହାର ଅଭାବ ଦେଖାଯିବାର ଆଶଙ୍କା ପ୍ରକାଶ ପାଇଛି।

୨୦୨୧-୨୨ରେ ଗହମ ଉତ୍ପାଦନ ୫.୭% ହ୍ରାସ ପାଇବ ବୋଲି ସରକାର ଆକଳନ କରିଛନ୍ତି। ପୂର୍ବରୁ ୧୧.୧୩ କୋଟି ଟନ୍‌ ଗହମ ଉତ୍ପାଦନ ହେବ ବୋଲି ସରକାର ଆଶା କରିଥିଲେ। ହେଲେ ଏବେ ଏହାକୁ ୧୦.୫୦ କୋଟି ଟନ୍‌କୁ ହ୍ରାସ କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story