ଏବେ ସରକାରଙ୍କୁ ମିଳିବ ଭାରତୀୟଙ୍କ ଗୁପ୍ତ ଜମିବାଡ଼ିର ତଥ୍ୟ

ନୂଆଦିଲ୍ଲୀ: ସ୍ୱିସ ବ୍ୟାଙ୍କରେ ଥିବା ଭାରତୀୟ ନାଗରିକଙ୍କ ଆକାଉଣ୍ଟ ସମ୍ପର୍କରେ ବିସ୍ତୃତ ତଥ୍ୟ ହାସଲ କରିବାକୁ ଯାଉଛନ୍ତି ସରକାର। ପୂର୍ବରୁ ୨୦୧୯ ଓ ୨୦୨୦ରେ ସ୍ୱିଜରଲ୍ୟାଣ୍ଡ ଅଟୋମେଟିକ ତଥ୍ୟ ଆଦାନପ୍ରଦାନ ଚୁକ୍ତି ଅଧୀନରେ ସରକାରଙ୍କୁ ଭାରତୀୟଙ୍କ ଆକାଉଣ୍ଟ ସମ୍ପର୍କରେ ତଥ୍ୟ ଦେଇଥିଲା। ଚଳିତ ମାସରେ ଏହି ଚୁକ୍ତି ଆଧାରରେ ଆଉ କିଛି ତଥ୍ୟ ହସ୍ତାନ୍ତର କରାଯିବ। ତେବେ ପ୍ରଥମଥର ପାଇଁ ବିଦେଶରେ ଥିବା ଭାରତୀୟ ନାଗରିକଙ୍କ ଜମି ବାଡ଼ି ସମ୍ପର୍କିତ ତଥ୍ୟକୁ ଏଥିରେ ଯୋଡ଼ାଯିବ। ବିଦେଶରେ ଭାରତୀୟମାନେ […]

swis

swis

Hemant Lenka
  • Published: Monday, 13 September 2021
  • Updated: 13 September 2021, 04:48 PM IST

Sports

Latest News

ନୂଆଦିଲ୍ଲୀ: ସ୍ୱିସ ବ୍ୟାଙ୍କରେ ଥିବା ଭାରତୀୟ ନାଗରିକଙ୍କ ଆକାଉଣ୍ଟ ସମ୍ପର୍କରେ ବିସ୍ତୃତ ତଥ୍ୟ ହାସଲ କରିବାକୁ ଯାଉଛନ୍ତି ସରକାର। ପୂର୍ବରୁ ୨୦୧୯ ଓ ୨୦୨୦ରେ ସ୍ୱିଜରଲ୍ୟାଣ୍ଡ ଅଟୋମେଟିକ ତଥ୍ୟ ଆଦାନପ୍ରଦାନ ଚୁକ୍ତି ଅଧୀନରେ ସରକାରଙ୍କୁ ଭାରତୀୟଙ୍କ ଆକାଉଣ୍ଟ ସମ୍ପର୍କରେ ତଥ୍ୟ ଦେଇଥିଲା।

ଚଳିତ ମାସରେ ଏହି ଚୁକ୍ତି ଆଧାରରେ ଆଉ କିଛି ତଥ୍ୟ ହସ୍ତାନ୍ତର କରାଯିବ। ତେବେ ପ୍ରଥମଥର ପାଇଁ ବିଦେଶରେ ଥିବା ଭାରତୀୟ ନାଗରିକଙ୍କ ଜମି ବାଡ଼ି ସମ୍ପର୍କିତ ତଥ୍ୟକୁ ଏଥିରେ ଯୋଡ଼ାଯିବ। ବିଦେଶରେ ଭାରତୀୟମାନେ ଗୁପ୍ତ ଭାବେ ରଖିଥିବା ରିୟଲି ଷ୍ଟେଟ ସମ୍ପତ୍ତିକୁ ସରକାର ହାସଲ କରିବାକୁ ଯାଉଥିବା ଜଣେ ଅଧିକାରୀ ସୂଚନା ଦେଇଛନ୍ତି।

ଏହି ତଥ୍ୟ ଭାରତ ସରକାର କଳାଧନ ବିରୋଧରେ ଆରମ୍ଭ କରିଥିବା ଲଢ଼େଇ ପାଇଁ ବୁଷ୍ଟର ଡୋଜ୍‌ ଭାବେ କାର୍ଯ୍ୟ କରିବ ବୋଲି କୁହାଯାଉଛି। ଚଳିତ ମାସରେ ସରକାର ସ୍ୱିଜରଲ୍ୟାଣ୍ଡରେ ଭାରତୀୟ ନାଗରିକଙ୍କ ମାଲିକାନାରେ ଥିବା ଫ୍ଲାଟ, ଆପାର୍ଟମେଣ୍ଟ ଓ ଅନ୍ୟାନ୍ୟ ସମ୍ପତ୍ତି ସମ୍ପର୍କରେ ତଥ୍ୟ ହାସଲ କରିବେ। ଏଥିରୁ ସେମାନେ କେତେ ଟଙ୍କା ଆୟ କରୁଛନ୍ତି, ତା’ର ତଥ୍ୟ ମଧ୍ୟ ସ୍ୱିଜରଲ୍ୟାଣ୍ଡ ସରକାର ଦେବେ। ଏହାଦ୍ୱାରା ଭାରତୀୟଙ୍କ ଟିକସ ପରିମାଣକୁ ନିର୍ଦ୍ଧାରଣ କରାଯିବ ବୋଲି ଜଣାପଡ଼ିଛି।

ସ୍ୱିଜରଲ୍ୟାଣ୍ଡ ପକ୍ଷରୁ ଏଭଳି ପଦକ୍ଷେପ ମଧ୍ୟ ବେଶ ଗୁରୁତ୍ୱପୂର୍ଣ୍ଣ। କାରଣ କଳାଧନ ଗଚ୍ଛିତ କରିବା ପାଇଁ ସ୍ୱିଜରଲ୍ୟାଣ୍ଡ ସବୁଠାରୁ ସୁରକ୍ଷିତ ସ୍ଥାନ ବୋଲି ବିଶ୍ୱରେ ଯେଉଁ ଧାରଣା ସୃଷ୍ଟି ହୋଇଛି, ତା’କୁ ଏପରି ତଥ୍ୟ ହସ୍ତାନ୍ତର ଦ୍ୱାରା ବଦଳାଇବାକୁ ଲକ୍ଷ୍ୟ ରଖାଯାଇଛି।

ସ୍ୱିଜରଲ୍ୟାଣ୍ଡ ନିଜକୁ ବିଶ୍ୱର ଗୋଟିଏ ପ୍ରମୁଖ ଆର୍ଥିକ କେନ୍ଦ୍ର ଭାବରେ ପରିଚୟ ଦେବାକୁ କଠିନ ପରିଶ୍ରମ କରୁଛି। ତେଣୁ ସେଠାରେ ଥିବା ବିଦେଶୀ ନାଗରିକଙ୍କ ସମ୍ପତ୍ତିକୁ ସ୍ୱିଜରଲ୍ୟାଣ୍ଡ ସାର୍ବଜନୀନ କରିବାକୁ ଚାହୁଁଛି। ତୃତୀୟ ଥର ପାଇଁ ସ୍ୱିଜରଲ୍ୟାଣ୍ଡ ସେଠାରେ ଥିବା ଭାରତୀୟଙ୍କ ବ୍ୟାଙ୍କ ଆକାଉଣ୍ଟ ଓ ଅନ୍ୟ ସମ୍ପତ୍ତି ବିଷୟରେ ସବିଶେଷ ତଥ୍ୟ ପ୍ରଦରନ କରିବ।

ସ୍ୱିସ୍ ସରକାର ଅସ୍ଥାବର ସମ୍ପତ୍ତିର ସବିଶେଷ ତଥ୍ୟ ଦେବାକୁ ରାଜି ହୋଇଛି। କିନ୍ତୁ ଅଣ-ଲାଭକାରୀ ସଂସ୍ଥା ଓ ଡିଜିଟାଲ୍ ମୁଦ୍ରାରେ ହେଉଥିବା ବିନିଯୋଗର ବିବରଣୀ ସ୍ୱୟଂଚାଳିତ ସୂଚନା ଆଦାନପ୍ରଦାନର ଅଂଶବିଶେଷରେ ସାମିଲ ହୋଇନାହିଁ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story