ଆଫଗାନ ପାଇଁ ବୈଠକ କରିବ ଭାରତ, ପାକିସ୍ତାନ ଓ ଚାଇନାକୁ ଡାକିଲା

ନୂଆଦିଲ୍ଲୀ: ତାଲିବାନ ଦଖଲରେ ଥିବା ଆଫାଗାନିସ୍ତାନରେ ଘଟୁଥିବା ଘଟଣା ସମ୍ପର୍କରେ ଆଲୋଚନା କରିବା ପାଇଁ ଆଞ୍ଚଳିକ ସୁରକ୍ଷା ବୈଠକ ଆୟୋଜନ କରିବାକୁ ଯାଉଛି ଭାରତ। ଏହି ବୈଠକରେ ଆଫଗାନ ସ୍ଥିତି ଉପରେ ବିସ୍ତୃତ ଭାବେ ଆଲୋଚନା କରାଯିବ। ଏଥିପାଇଁ ଭାରତ ପକ୍ଷରୁ ପାକିସ୍ତାନ ଓ ଚାଇନାକୁ ମଧ୍ୟ ନିମନ୍ତ୍ରଣ କରାଯାଉଛି। ଦିଲ୍ଲୀ ରିଜନାଲ ସିକ୍ୟୁରିଟି ବୈଠକ ପ୍ରଥମଥର ୨୦୧୮ ସେପ୍ଟେମ୍ବର ଓ ୨୦୧୯ ଡିସେମ୍ବରରେ ହୋଇଥିଲା। କିନ୍ତୁ କରୋନା ପାଇଁ ଗତବର୍ଷ ଏହା ଅନୁଷ୍ଠିତ ହୋଇ ପାରିନଥିଲା। […]

Taliban

Taliban

Hemant Lenka
  • Published: Friday, 05 November 2021
  • Updated: 05 November 2021, 08:50 PM IST

Sports

Latest News

ନୂଆଦିଲ୍ଲୀ: ତାଲିବାନ ଦଖଲରେ ଥିବା ଆଫାଗାନିସ୍ତାନରେ ଘଟୁଥିବା ଘଟଣା ସମ୍ପର୍କରେ ଆଲୋଚନା କରିବା ପାଇଁ ଆଞ୍ଚଳିକ ସୁରକ୍ଷା ବୈଠକ ଆୟୋଜନ କରିବାକୁ ଯାଉଛି ଭାରତ। ଏହି ବୈଠକରେ ଆଫଗାନ ସ୍ଥିତି ଉପରେ ବିସ୍ତୃତ ଭାବେ ଆଲୋଚନା କରାଯିବ। ଏଥିପାଇଁ ଭାରତ ପକ୍ଷରୁ ପାକିସ୍ତାନ ଓ ଚାଇନାକୁ ମଧ୍ୟ ନିମନ୍ତ୍ରଣ କରାଯାଉଛି।

ଦିଲ୍ଲୀ ରିଜନାଲ ସିକ୍ୟୁରିଟି ବୈଠକ ପ୍ରଥମଥର ୨୦୧୮ ସେପ୍ଟେମ୍ବର ଓ ୨୦୧୯ ଡିସେମ୍ବରରେ ହୋଇଥିଲା। କିନ୍ତୁ କରୋନା ପାଇଁ ଗତବର୍ଷ ଏହା ଅନୁଷ୍ଠିତ ହୋଇ ପାରିନଥିଲା। ଏଥର ନଭେମ୍ବର ୧୦ରେ ଭାରତ ଏହି ବୈଠକ ଆୟୋଜନ କରିବାକୁ ଯାଉଛି। ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ ଏହାର ଅଧ୍ୟକ୍ଷତା କରିବେ।

ଏହି ବୈଠକରେ ଯୋଗାଦେବାକୁ ଥିବା ଦେଶଗୁଡ଼ିକୁ ଭାରତ ନିମନ୍ତ୍ରଣ କରିଛି। ରୁଷ ଓ ଇରାନ ବୈଠକରେ ଯୋଗଦେବେ ବୋଲି ନିଶ୍ଚିତ କରିଛନ୍ତି। ପ୍ରଥମଥର ପାଇଁ ସମସ୍ତ କେନ୍ଦ୍ରୀୟ ଏସିଆ ଦେଶଗୁଡ଼ିକ ବୈଠକରେ ଯୋଗଦେବାକୁ ନିମନ୍ତ୍ରଣ କରାଯାଇଛି। ଏହିକ୍ରମରେ ଭାରତ ପକ୍ଷରୁ ପାକିସ୍ତାନ ଓ ଚାଇନାକୁ ବି ଡକା ଯାଇଛି। ହେଲେ ପାକିସ୍ତାନ ମିଡିଆ ରିପୋର୍ଟ ଅନୁଯାୟୀ ଭାରତ ଅୟୋଜନ କରୁଥିବା ବୈଠକରେ ଇସଲାମାବାଦ ଯୋଗଦେବନି।

ଗତଥର ମଧ୍ୟ ପାକିସ୍ତାନ ଏପରି ଆଞ୍ଚଳିକ ସୁରକ୍ଷା ବୈଠକରେ ଯୋଗଦେଇ ନଥିଲା। ଏଥର ବି ପାକିସ୍ତାନ ସମାନ ନୀତି ଆପଣାଇ ବୋଲି କୁହାଯାଉଛି। ଭାରତ ଉକ୍ତ ବୈଠକରେ ଆଫଗାନ ସ୍ଥିତି ଉପରେ ହିଁ ଆଲୋଚନା କରିବ, ଯାହା ପାକିସ୍ତାନ ପାଇଁ ଅଡ଼ୁଆ ପରିସ୍ଥିତି ସୃଷ୍ଟି କରିବ। କାରଣ ତାଲିବାନ ଆଫଗାନ ଦଖଲ କରିବା ପଛରେ ପାକିସ୍ତାନର ସକ୍ରିୟ ଭୂମିକା ରହିଛି। ତେଣୁ ପାକିସ୍ତାନ କୌଣସି ବି ପରିସ୍ଥିତିରେ ଆଫଗାନ ସ୍ଥିତି ଉପରେ ଆଲୋଚନା କରିବାକୁ ଚାହୁଁନି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos