ନଭେମ୍ବରରେ ଭାରତ-ଆମେରିକା ୨+୨ ଆଲୋଚନା

ୱାଶିଂଟନ: ଗୋଟିଏ ପଟେ ଆଫଗାନିସ୍ତାନ ତାଲିବାନ ଶାସନ ଉପରେ ସମସ୍ତଙ୍କ ନଜର ରହିଥିବା ବେଳେ ଅନ୍ୟପଟେ ଭାରତ ଓ ଆମେରିକା ମଧ୍ୟରେ ୨+୨ ଆଲୋଚନା ହେବ। ଆସନ୍ତା ନଭେମ୍ବର ମାସରେ ଏହି ବୈଠକ ଅନୁଷ୍ଠିତ ହେବ ବୋଲି ବୈଦେଶିକ ସଚିବ ହର୍ଷବର୍ଦ୍ଧନ ଶ୍ରୀଙ୍ଘଲ ସୂଚନା ଦେଇଛନ୍ତି। ୩ ଦିନିଆ ଆମେରିକା ଗସ୍ତରେ ଯାଇ ସେଠାରେ ହର୍ଷବର୍ଦ୍ଧନ ବରିଷ୍ଠ ଅଧିକାରୀଙ୍କ ସହ କଥା ହୋଇଥିଲେ। ଆମେରିକା ବୈଦେଶିକ ମନ୍ତ୍ରୀ ଆନ୍ଥୋନୀ ବ୍ଲିନକେନଙ୍କ ସହ ମଧ୍ୟ ସେ ବୈଠକ କରିଛନ୍ତି। […]

India1

India1

Hemant Lenka
  • Published: Saturday, 04 September 2021
  • Updated: 04 September 2021, 10:23 AM IST

Sports

Latest News

ୱାଶିଂଟନ: ଗୋଟିଏ ପଟେ ଆଫଗାନିସ୍ତାନ ତାଲିବାନ ଶାସନ ଉପରେ ସମସ୍ତଙ୍କ ନଜର ରହିଥିବା ବେଳେ ଅନ୍ୟପଟେ ଭାରତ ଓ ଆମେରିକା ମଧ୍ୟରେ ୨+୨ ଆଲୋଚନା ହେବ। ଆସନ୍ତା ନଭେମ୍ବର ମାସରେ ଏହି ବୈଠକ ଅନୁଷ୍ଠିତ ହେବ ବୋଲି ବୈଦେଶିକ ସଚିବ ହର୍ଷବର୍ଦ୍ଧନ ଶ୍ରୀଙ୍ଘଲ ସୂଚନା ଦେଇଛନ୍ତି।

୩ ଦିନିଆ ଆମେରିକା ଗସ୍ତରେ ଯାଇ ସେଠାରେ ହର୍ଷବର୍ଦ୍ଧନ ବରିଷ୍ଠ ଅଧିକାରୀଙ୍କ ସହ କଥା ହୋଇଥିଲେ। ଆମେରିକା ବୈଦେଶିକ ମନ୍ତ୍ରୀ ଆନ୍ଥୋନୀ ବ୍ଲିନକେନଙ୍କ ସହ ମଧ୍ୟ ସେ ବୈଠକ କରିଛନ୍ତି। ଏହି ୩ ଦିନିଆ ଗସ୍ତ ଶେଷ ପରେ ହର୍ଷବର୍ଦ୍ଧନ ସାମ୍ବାଦିକମାନଙ୍କୁ କହିଛନ୍ତି, ଆମେ ଆଶା କରିଛୁ ଯେ ୨+୨ ଆଲୋଚନା ନଭେମ୍ବର ମାସରେ ଅନୁଷ୍ଠିତ ହେବ। ତେବେ ତାରିଖ ସମ୍ପର୍କରେ ବିଚାରବିମର୍ଶ ଚାଲିଛି।

ଖୁବଶୀଘ୍ର ଏହା ଉପରେ ନିଷ୍ପତ୍ତି ହେବ। ଆମେ ସବୁ ପ୍ରକାରର ସୁଯୋଗର ଉପଯୋଗ କରି ୨+୨ ଆଲୋଚନାକୁ ଯୁଗ୍ମ ସଚିବ ସ୍ତରରେ ଆୟୋଜନ କରୁଛୁ। ଏହି ଆଲୋଚନା ଦୁଇ ଦେଶ ମଧ୍ୟରେ ସମ୍ପର୍କ ବୃଦ୍ଧି କରି ବିକାଶ ପ୍ରକ୍ରିୟାରେ ସହାୟକ ହେବ ବୋଲି ସେ କହିଛନ୍ତି।

ଶେଷଥର ପାଇଁ ୨+୨ ଆଲୋଚନା ନୂଆଦିଲ୍ଲୀରେ ହୋଇଥିଲା। ତେଣୁ ନଭେମ୍ବରରେ ଆମେରିକାରେ ବୈଠକ ହେବ। ୨+୨ ବୈଠକରେ ଦୁଇ ଦେଶର ବୈଦେଶିକ ଓ ପ୍ରତିରକ୍ଷା ମନ୍ତ୍ରୀ ଉପସ୍ଥିତ ରହିବେ। ଏହାର ଅର୍ଥ ଭାରତର ବୈଦଶିକ ମନ୍ତ୍ରୀ ଏସ ଜୟଶଙ୍କର ଓ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ୨+୨ ଆଲୋଚନା ପାଇଁ ଆମେରିକା ଗସ୍ତ କରିବେ। ଏହା ବାଇଡେନ ପ୍ରଶାସନ ସହ ଭାରତର ପ୍ରଥମ ୨+୨ ବୈଠକ ହେବ। ଏହାପୂର୍ବରୁ ଦିଲ୍ଲୀରେ ୨+୨ ଆଲୋଚନା ହେବା ବେଳେ ଡୋନାଲ୍ଡ ଟ୍ରମ୍ପ ଆମେରିକାର ରାଷ୍ଟ୍ରପତି ରହିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos