ଚାଇନାକୁ ଚେକ୍‌: ଭାରତ,ଜାପାନ,ଆମେରିକା ଓ ଅଷ୍ଟ୍ରେଲିଆ କରିବେ ବୈଠକ

ନୂଆଦିଲ୍ଲୀ: ଚାଇନାକୁ ଚେକ୍‌ ଦେବା ପାଇଁ ପ୍ରଥମଥର ପାଇଁ quad ବୈଠକ ବସିବାକୁ ଯାଉଛି। ଏଥିରେ ଭାରତ, ଆମେରିକା, ଜାପାନ ଓ ଅଷ୍ଟ୍ରେଲିଆ ଯୋଗଦେବେ। ମାର୍ଚ୍ଚ ୧ ୨ରେ ଭିଡିଓ କନଫରେନ୍ସିଂ ଜରିଆରେ ଏହି ଆଲୋଚନା ହେବ ବୋଲି ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି। ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ, ଜାପାନ ପ୍ରଧାନମନ୍ତ୍ରୀ ୟୋଶିହିଡେ ସୁଗା ଓ ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ସ୍କଟ ମୋରିସନ ପରସ୍ପର ସହ […]

Modi

Modi

Hemant Lenka
  • Published: Wednesday, 10 March 2021
  • Updated: 10 March 2021, 07:55 AM IST

ନୂଆଦିଲ୍ଲୀ: ଚାଇନାକୁ ଚେକ୍‌ ଦେବା ପାଇଁ ପ୍ରଥମଥର ପାଇଁ quad ବୈଠକ ବସିବାକୁ ଯାଉଛି। ଏଥିରେ ଭାରତ, ଆମେରିକା, ଜାପାନ ଓ ଅଷ୍ଟ୍ରେଲିଆ ଯୋଗଦେବେ। ମାର୍ଚ୍ଚ ୧ ୨ରେ ଭିଡିଓ କନଫରେନ୍ସିଂ ଜରିଆରେ ଏହି ଆଲୋଚନା ହେବ ବୋଲି ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି।

ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ, ଜାପାନ ପ୍ରଧାନମନ୍ତ୍ରୀ ୟୋଶିହିଡେ ସୁଗା ଓ ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ସ୍କଟ ମୋରିସନ ପରସ୍ପର ସହ କୋଭିଡ୍‌ ଭ୍ୟାକସିନ ସପ୍ଲାଏ ଠାରୁ ଜଳବାୟୁ ପରିବର୍ତ୍ତନ ଭଳି ଅନେକ ବିଷୟରେ ଆଲୋଚନା କରିବେ। ଏଥିସହ ଆଞ୍ଚଳିକ ଓ ବିଶ୍ୱରେ ସୃଷ୍ଟି ହୋଇଥିବା ବିଭିନ୍ନ ସମସ୍ୟା ପ୍ରସଙ୍ଗରେ ମଧ୍ୟ ଆଲୋଚନା ହେବ।

ମୁକ୍ତ ଓ ଅବଧା ଇଣ୍ଡୋ-ପ୍ୟାସିଫିକ ରିଜନ କେମିତି ପରସ୍ପର ସହଯୋଗରେ ଗଠନ ହୋଇପାରିବ, ତାହା ହିଁ ପ୍ରଥମ quad ବୈଠକରେ ମୂଳ ଏଜେଣ୍ଡା ବୋଲି ମନ୍ତ୍ରଣାଳୟ କହିଛି। ଏହାର ଅର୍ଥ ଚାଇନା ଏସିଆ ମହାଦେଶ ଓ ବିଶ୍ୱରେ ନିଜର ଦବଦବା ଦେଖାଇବା ପାଇଁ ଯେଉଁ ପ୍ରୟାସ କରୁଛି, ତା’ ଉପରେ ରୋକ ଲଗାଇବାକୁ ଏହି ବୈଠକ ବସୁଛି।

ଅଷ୍ଟ୍ରେଲିଆର ପ୍ରଧାନମନ୍ତ୍ରୀ ମୋରିସନ ହିଁ ବୈଠକ କରିବାକୁ ଆଗ୍ରହ ଦେଖାଇଥିଲେ। ରାଷ୍ଟ୍ରପତି ବାଇଡେନ ମଧ୍ୟ ସହମତି ଦେଇଥିଲେ। ବୈଠକ ପାଇଁ ବାଇଡେନ ଜାନୁଆରୀ ୨୭ରେ ସୁଗା, ଫେବୃଆରୀ ୩ରେ ମୋରିସନ ଓ ଫେବୃଆରୀ ୮ରେ ମୋଦିଙ୍କ ସହ କଥା ହୋଇଥିଲେ। ଗତ ସପ୍ତାହରେ ମୋରିସନ କହିଥିଲେ ଯେ ଏଣିକି quad ବୈଠକ ନିୟମିତ ଭାବେ ହେବ। ଫେବୃଆରୀ ୧୮ରେ ଆମେରିକାର ପରରାଷ୍ଟ୍ର ସଚିବ ଆନ୍ଥୋନି ବିନକେନ୍‌ quad ରାଷ୍ଟ୍ରର ବୈଦେଶିକ ମନ୍ତ୍ରୀଙ୍କ ସହ ବୈଠକ କରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos