ରୁଷ ଠାରୁ ଅତି ଶସ୍ତାରେ ତେଲ କିଣିବାକୁ ଚାହୁଁଛି ଭାରତ

ନୂଆଦିଲ୍ଲୀ: ୟୁକ୍ରେନ ସହ ଯୁଦ୍ଧ କରୁଥିବା ରୁଷ ଉପରେ ଭାରତ ଚାପ ପକାଇବା ଆରମ୍ଭ କରିଛି। ଭାରତକୁ ଶସ୍ତାରେ ଅଶୋଧିତ ତୈଳ ଯୋଗାଇ ଦେବ ବୋଲି ରୁଷ କହିଥିଲା। ଏହାର ଫାଇନା ଉଠାଇ ଏବେ ଭାରତ ବ୍ୟାରିଲ ପିଛା ୭୦ ଡଲାରରୁ କମ୍‌ ଦାମରେ ରୁଷ ଠାରୁ ତେଲ କିଣିବାକୁ ଚାହୁଁଛୁ। ଏନେଇ ଭାରତ ପକ୍ଷରୁ ରୁଷ ଉପରେ ଚାପ ମଧ୍ୟ ପକା ଯାଉଥିବା ରିପୋର୍ଟ ପ୍ରକାଶ ପାଇଛି। ମିଳିଥିବା ସୂଚନା ଅନୁଯାୟୀ, ବର୍ତ୍ତମାନ ଅନ୍ତର୍ଜାତୀୟ ବଜାରରେ […]

Oil

Oil

Hemant Lenka
  • Published: Wednesday, 04 May 2022
  • Updated: 04 May 2022, 03:51 PM IST

Sports

Latest News

ନୂଆଦିଲ୍ଲୀ: ୟୁକ୍ରେନ ସହ ଯୁଦ୍ଧ କରୁଥିବା ରୁଷ ଉପରେ ଭାରତ ଚାପ ପକାଇବା ଆରମ୍ଭ କରିଛି। ଭାରତକୁ ଶସ୍ତାରେ ଅଶୋଧିତ ତୈଳ ଯୋଗାଇ ଦେବ ବୋଲି ରୁଷ କହିଥିଲା। ଏହାର ଫାଇନା ଉଠାଇ ଏବେ ଭାରତ ବ୍ୟାରିଲ ପିଛା ୭୦ ଡଲାରରୁ କମ୍‌ ଦାମରେ ରୁଷ ଠାରୁ ତେଲ କିଣିବାକୁ ଚାହୁଁଛୁ। ଏନେଇ ଭାରତ ପକ୍ଷରୁ ରୁଷ ଉପରେ ଚାପ ମଧ୍ୟ ପକା ଯାଉଥିବା ରିପୋର୍ଟ ପ୍ରକାଶ ପାଇଛି।

ମିଳିଥିବା ସୂଚନା ଅନୁଯାୟୀ, ବର୍ତ୍ତମାନ ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳର ବ୍ୟାରେଲ ପିଛା ଦାମ ୧୦୫ ଡଲାର ରହିଛି। ହେଲେ ରୁଷ ଠାରୁ ଭାରତ ସରକାର ବ୍ୟାରେଲ ପିଛା ୭୦ ଡଲାରରୁ କମ ଦାମରେ ତୈଳ ଆମଦାନୀ କରିବାକୁ ଚାହୁଁଛନ୍ତି। ଏହାଦ୍ୱାରା ଲୋକଙ୍କ ପାଖରେ ମଧ୍ୟ କମଦାମରେ ପେଟ୍ରୋଲ ଓ ଡିଜେଲ ପହଞ୍ଚି ପାରିବ। ଭାରତର ଏପରି ପ୍ରସ୍ତାବ ଉପରେ ଏବେ ଦୁଇ ଦେଶ ମଧ୍ୟରେ ଉଚ୍ଚସ୍ତରୀୟ ବୈଠକ ଆରମ୍ଭ ହୋଇଥିବା କୁହାଯାଉଛି।

ୟୁକ୍ରେନ ଉପରେ ହମଲା କରିବା ଦିନ ଠାରୁ ରୁଷ ଠାରୁ ଉଭୟ ଘରୋଇ ଓ ସରକାରୀ ରିଫାଇନାରୀଗୁଡ଼ିକ ୪୦ ମିଲିୟନ ବ୍ୟାରେଲରୁ ଅଧିକ ତୈଳ ଆମଦାନୀ କରି ସାରିଲେଣି। ୨୦୨୧ରେ ଯେତିକି ତୈଳ ଆମଦାନୀ ହୋଇଥିଲା, ତା’ଠାରୁ ପ୍ରାୟ ୨୦% ଅଧିକ ତେଲ ବର୍ତ୍ତମାନ ରୁଷରୁ ଭାରତକୁ ଆସିସାରିଲାଣି। ଭାରତ ଦେଶର ଆବଶ୍ୟକତା ପୂରଣ କରିବା ପାଇଁ ପ୍ରାୟ ୮୫% ତୈଳ ଆମଦାନୀ କରିଥାଏ।

ରୁଷ ସରକାର ୟୁକ୍ରେନ ଉପରେ ହମଲା କରିବାରୁ ଆମେରିକା ସମେତ ୟୁରୋପୀୟ ଦେଶଗୁଡ଼ିକ ମସ୍କୋ ଉପରେ କଟକଣା ଲଗାଇଛନ୍ତି। ଏପରି ସ୍ଥିତିରେ କିଛି ହାତ ଗଣତି ଦେଶ ହିଁ ରୁଷ ଠାରୁ ତୈଳ ଆମଦାନୀ କରୁଛନ୍ତି। ଏହା ମଧ୍ୟରେ ଭାରତ ମଧ୍ୟ ରହିଛି।

ରୁଷ ଯଦି ଏବେ ଭାରତର ଅତି ଶସ୍ତା ଡିଲ୍‌ରେ ରାଜି ହେବ, ତା’ହେଲେ ସରକାରୀ ରିଫାଇନାରୀ ଗୁଡ଼ିକ ମାସିକ ୧୫ ମିଲିୟନ ବ୍ୟାରେଲ ଆମଦାନୀ କରିପାରିବେ। ଏହା ମୋଟ ଆମଦାନୀର ପ୍ରାୟ ଏକ ଦଶମାଂଶ। ସେହିପରି ଘରୋଇ କମ୍ପାନୀ ଗୁଡ଼ିକ ନିଜର କ୍ଷମତା ଅନୁସାରେ ତୈଳ ଆମଦାନୀ କରିପାରିବାର ଅଧିକାର ପାଇବେ ବୋଲି ଗୋଟିଏ ସୂତ୍ରରୁ ଜଣାପଡ଼ିଛି।

ତେବେ ଏ ସମ୍ପର୍କରେ ଭାରତ ସରକାରଙ୍କ ପକ୍ଷରୁ କୌଣସି ପ୍ରକାରର ବିଧିବଦ୍ଧ ପ୍ରତିକ୍ରିୟା ପ୍ରକାଶ ପାଇନାହିଁ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos