ଶତ୍ରୁ ସାବଧାନ! ଝାମ୍ପିନେବ ଚିଲ

ଡେରାଡୁନ: ଶତ୍ରୁ ଶିବିରରୁ ଡ୍ରୋନ୍ ଆସିଲେ ଝାମ୍ପିନେବ ଚିଲ। ଆକାଶରେ ଅନୁପ୍ରବେଶ ରୋକିବ ଭାରତୀୟ ସେନାର ଚିଲ ଅର୍ଜୁନ। ଡ୍ରୋନ ପଠାଇ ଭାରତର କ୍ଷତି କରିବାକୁ ଚାହୁଁଥିବା ଶତ୍ରୁ ଦେଶ ସାବଧାନ। କାରଣ ଡ୍ରୋନ୍ ପଠାଇବାକୁ ଉଦ୍ୟମ କଲେ ମଜା ଚଖାଇବ ମାଟିଆ ଚିଲ। ଭାରତ ସୀମାନ୍ତ ଆକାଶରେ ଏଣିକି ମୁତୟନ ହେବ ଭାରତୀୟ ସେନାର ନୂଆ ଜଗୁଆଳି। ପଞ୍ଜାବ ସମେତ ବିଭିନ୍ନ ସୀମାନ୍ତ ରାଜ୍ୟରେ ଡ୍ରୋନ୍ ଅନୁପ୍ରବେଶ, ସେଥିରେ ଡ୍ରଗ୍ସ ଓ ହତିଆର ଚାଲାଣ ଏକ […]

kite

kite

Hemant Lenka
  • Published: Tuesday, 29 November 2022
  • Updated: 29 November 2022, 08:24 PM IST

ଡେରାଡୁନ: ଶତ୍ରୁ ଶିବିରରୁ ଡ୍ରୋନ୍ ଆସିଲେ ଝାମ୍ପିନେବ ଚିଲ। ଆକାଶରେ ଅନୁପ୍ରବେଶ ରୋକିବ ଭାରତୀୟ ସେନାର ଚିଲ ଅର୍ଜୁନ। ଡ୍ରୋନ ପଠାଇ ଭାରତର କ୍ଷତି କରିବାକୁ ଚାହୁଁଥିବା ଶତ୍ରୁ ଦେଶ ସାବଧାନ। କାରଣ ଡ୍ରୋନ୍ ପଠାଇବାକୁ ଉଦ୍ୟମ କଲେ ମଜା ଚଖାଇବ ମାଟିଆ ଚିଲ। ଭାରତ ସୀମାନ୍ତ ଆକାଶରେ ଏଣିକି ମୁତୟନ ହେବ ଭାରତୀୟ ସେନାର ନୂଆ ଜଗୁଆଳି।

ପଞ୍ଜାବ ସମେତ ବିଭିନ୍ନ ସୀମାନ୍ତ ରାଜ୍ୟରେ ଡ୍ରୋନ୍ ଅନୁପ୍ରବେଶ, ସେଥିରେ ଡ୍ରଗ୍ସ ଓ ହତିଆର ଚାଲାଣ ଏକ ଜଟିଳ ସମସ୍ୟାର ରୂପ ନେଇଛି। ଏହାକୁ ପ୍ରତିହତ କରିବା ପାଇଁ ଚିଲଙ୍କୁ ପ୍ରଶିକ୍ଷଣ ଦେଉଛି ଭାରତୀୟ ସେନା। ସେନାର କେନାଇନ୍ ଆର୍ମି ବା ପ୍ରଶିକ୍ଷିତ କୁକୁର ସହ ମିଶି ଏଣିକି ଚିଲ ଆଣ୍ଟି ଡ୍ରୋନ୍ ସିଷ୍ଟମ୍ ଭାବେ କାମ କରିବ। ଉତ୍ତରାଖଣ୍ଡ ଔଲିରେ ଚାଲିଥିବା ଭାରତ-ଆମେରିକା ମିଳିତ ସମରାଭ୍ୟାସରେ ଏହି ଚିତାକର୍ଷକ କରାନାମ ପ୍ରଦର୍ଶନ କରି ପୂରା ବିଶ୍ୱକୁ ଭାରତୀୟ ସେନାର ନିଜର ଦକ୍ଷତା ପ୍ରଦର୍ଶନ କରିଛି।

ଶିକାରୀ ପକ୍ଷୀ ଚିଲର ଆଖି ଯେତିକି ଶକ୍ତିଶାଳୀ, ତା’ର ପଞ୍ଝା ମଧ୍ୟ ସେତିକି ମଜବୁତ। ଉଚ୍ଚ ଆକାଶରେ ଉଡ଼ି ଶିକାର ଖୋଜିବା ଓ କ୍ଷୀପ୍ର ଗତିରେ ଉଡ଼ି ଆଖି ପିଛୁଳାକେ ଝାମ୍ପି ନେବାରେ ମାହିର୍। ତା’ର ଏଇ ସବୁ ଗୁଣକୁ ଦେଶର ସୁରକ୍ଷା ପାଇଁ ବ୍ୟବହାର କରୁଛି ଭାରତୀୟ ସେନା। ସୀମାନ୍ତ ଅଞ୍ଚଳରେ ସନ୍ଦିଗ୍ଧ ଡ୍ରୋନକୁ ଠାବ କରି ଖସାଇବା ପାଇଁ ଚିଲକୁ ଦିଆଯାଉଛି ସ୍ୱତନ୍ତ୍ର ତାଲିମ୍।

ଆଜି ଏହାର ଝଲକ ଭାରତ-ଆମେରିକା ସେନା ପକ୍ଷରୁ ଉତ୍ତରାଖଣ୍ଡରେ ଚାଲିଥିବା ସମରାଭ୍ୟାସ ବେଳେ ଦେଖିବାକୁ ମିଳିଛି। ଭାରତୀୟ ସେନାର ପ୍ରଶିକ୍ଷିତ ଚିଲ ଅର୍ଜୁନ ଆଜି ତା’ର ଦକ୍ଷତା ଦେଖାଇଛି। ଏହି ଚିଲ୍‌ ଦେହରେ ଖଞ୍ଜାଯାଇଛି ଟ୍ରାକର୍ ଓ ଅନ୍ୟାନ୍ୟ ଆଧୁନିକ ଯନ୍ତ୍ରପାତି।

ମିଳିତ ସମରାଭ୍ୟାସରେ ପ୍ରଥମ ଥର ପାଇଁ ଚିଲର ରଣକୌଶଳକୁ ପ୍ରଦର୍ଶନ କରାଯାଇଛି। କେବଳ ଚିଲ ନୁହେଁ, ଅନୁପ୍ରବେଶ ରୋକିବାକୁ ଚିଲର ସାଥ୍ ଦେବେ ତାଲିମପ୍ରାପ୍ତ କୁକୁର। ଶତ୍ରୁପକ୍ଷ ଡ୍ରୋନର ଶବ୍ଦ ଶୁଣିବ କୁକୁର। ଏହାପରେ ଚିଲ ତାର ପତ୍ତା ଲଗାଇବ। ଯୁଦ୍ଧାଭ୍ୟାସରେ ସେନା କୁକୁରଙ୍କୁ ବିସ୍ଫୋରକ ଖୋଜିବା ଓ ଆତଙ୍କୀଙ୍କୁ କାବୁ କରିବା କୌଶଳ ମଧ୍ୟ ପ୍ରଦର୍ଶିତ ହୋଇଛି।


ପାକିସ୍ତାନ ସୀମାବର୍ତ୍ତି ଅଞ୍ଚଳରେ ବାରମ୍ବାର ଧରାପଡ଼ୁଛି ସନ୍ଦିଗ୍ଧ ଡ୍ରୋନ୍। ଖାସ୍ କରି ପଞ୍ଜାବରେ ଡ୍ରଗ୍ସ ଓ ହତିଆର ଚାଲାଣର ମାଧ୍ୟମ ସାଜିଛି ଏହି ମାନବବିହୀନ ଉଡ଼ନ୍ତା ଯନ୍ତ୍ର। ଗତ ରାତିରେ ୩ କେଜି ଡ୍ରଗ୍ସ ନେଇ ଆସୁଥିବା ଏକ ପାକିସ୍ତାନ ଡ୍ରୋନକୁ ଗୁଳି କରି ଖସାଇ ଦେଇଛି ବିଏସ୍ଏଫ୍ ମହିଳା ସ୍କ୍ୱାଡ୍। ଅମୃତସର ଜିଲ୍ଲାର ଚହରପୁରରେ ରାତି ପ୍ରାୟ ସାଢେ ୧୦ଟା ବେଳେ ପାକିସ୍ତାନୀ ଡ୍ରୋନ୍ ଭାରତୀୟ ଅଞ୍ଚଳରେ ପ୍ରବେଶ କରୁଥିବା ଠାବ କରାଯାଇଥିଲା। ଏହାପରେ ମହିଳା ସ୍କ୍ୱାଡର ୨ ସୁରକ୍ଷାକର୍ମୀ ଏହାକୁ ଗୁଳି କରି ଖସାଇ ଦେଇଥିଲେ।

ଗତ ୨୫ ତାରିଖରେ ବି ଅମୃତସର ଅଞ୍ଚଳରେ ଏକ ଚାଇନା ନିର୍ମିତ ଡିଜେଇ ମାଟ୍ରିସ୍-୩୦୦ ଡ୍ରୋନ୍ ଖସାଇଥିଲା ବିଏସ୍ଏଫ୍। ସେଥିରୁ ବି ଡ୍ରଗ୍ସ ମିଳିଥିଲା। ୨୦୨୧ରେ ଶହେଟି ପାକିସ୍ତାନ ଡ୍ରୋନକୁ ଠାବ କରାଯାଇଥିବା ବେଳେ ଏବର୍ଷ ୨୫୦ରୁ ଅଧିକ ଡ୍ରୋନ୍ ଠାବ କରାଗଲାଣି। ତେଣୁ ଏହି ଡ୍ରୋନ୍ ସମସ୍ୟାକୁ ପ୍ରତିହତ କରିବା ପାଇଁ ଚିଲ ଓ କୁକୁର ଟିମ୍ ଏବେ ଭାରତୀୟ ସେନାର ଅସ୍ତ୍ର ବନିବେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos