ଆତଙ୍କବାଦକୁ ନେଇ କଶ୍ମୀରବାସୀଙ୍କୁ ସେନାର ସ୍ୱତନ୍ତ୍ର ବାର୍ତ୍ତା, ଜାରି ହେଲା ଭିଡିଓ

ନୂଆଦିଲ୍ଲୀ: ଜମ୍ମୁ-କଶ୍ମୀରରେ ଦିନକୁ ଦିନ ଆତଙ୍କବାଦୀ ଆକ୍ରମଣ ବଢ଼ିବାରୁ ସୁରକ୍ଷାକର୍ମୀଙ୍କ ଚିନ୍ତା ବଢ଼ିଛି। ଆତଙ୍କବାଦ ଯୋଗୁ କେମିତି ସବୁ ବର୍ଗର ଲୋକମାନେ କ୍ଷତିଗ୍ରସ୍ତ ହେଉଛନ୍ତି, ତା’କୁ ଦୃଷ୍ଟିରେ ରଖି ଭାରତୀୟ ସେନା ପକ୍ଷରୁ ଗୋଟିଏ ଭିଡିଓ ଜାରି କରାଯାଇଛି। ଏଥିରେ କଶ୍ମୀରବାସୀଙ୍କ ପାଇଁ ସ୍ୱତନ୍ତ୍ର ବାର୍ତ୍ତା ମଧ୍ୟ ରହିଛି। ଉପତ୍ୟକାରେ ସ୍ଥିରତା ଓ ଶାନ୍ତି ପ୍ରତିଷ୍ଠା ପାଇଁ ଲୋକଙ୍କ ସହ ଭାରତୀୟ ସେନା ସବୁବେଳେ ରହିଥିବା ଏହି ଭିଡିଓରେ କୁହାଯାଇଛି। ଭାରତୀୟ ସେନାର ଚିନାର କ୍ରପ୍ସ ପକ୍ଷରୁ […]

army

army

Hemant Lenka
  • Published: Saturday, 16 April 2022
  • Updated: 16 April 2022, 11:49 AM IST

Sports

Latest News

ନୂଆଦିଲ୍ଲୀ: ଜମ୍ମୁ-କଶ୍ମୀରରେ ଦିନକୁ ଦିନ ଆତଙ୍କବାଦୀ ଆକ୍ରମଣ ବଢ଼ିବାରୁ ସୁରକ୍ଷାକର୍ମୀଙ୍କ ଚିନ୍ତା ବଢ଼ିଛି। ଆତଙ୍କବାଦ ଯୋଗୁ କେମିତି ସବୁ ବର୍ଗର ଲୋକମାନେ କ୍ଷତିଗ୍ରସ୍ତ ହେଉଛନ୍ତି, ତା’କୁ ଦୃଷ୍ଟିରେ ରଖି ଭାରତୀୟ ସେନା ପକ୍ଷରୁ ଗୋଟିଏ ଭିଡିଓ ଜାରି କରାଯାଇଛି। ଏଥିରେ କଶ୍ମୀରବାସୀଙ୍କ ପାଇଁ ସ୍ୱତନ୍ତ୍ର ବାର୍ତ୍ତା ମଧ୍ୟ ରହିଛି। ଉପତ୍ୟକାରେ ସ୍ଥିରତା ଓ ଶାନ୍ତି ପ୍ରତିଷ୍ଠା ପାଇଁ ଲୋକଙ୍କ ସହ ଭାରତୀୟ ସେନା ସବୁବେଳେ ରହିଥିବା ଏହି ଭିଡିଓରେ କୁହାଯାଇଛି।

ଭାରତୀୟ ସେନାର ଚିନାର କ୍ରପ୍ସ ପକ୍ଷରୁ ଭିଡିଓଟିକୁ ଟ୍ୱିଟ କରାଯାଇଛି। ଏହାର ଶୀର୍ଷକ ‘କଶ୍ମୀର ଫାଇଟ ବ୍ୟାକ’ ରଖାଯାଇଛି। ଭିଡିଓରେ ସ୍ଥାନୀୟ ଲୋକମାନେ କେମିତି ଆତଙ୍କବାଦ ଦ୍ୱାରା ପ୍ରଭାବିତ ହେଉଛନ୍ତି, ତା’ ଦେଖାଇବାକୁ ଚେଷ୍ଟା କରାଯାଇଛି। ସୁରକ୍ଷାକର୍ମୀମାନେ ଉପତ୍ୟକାରୁ ଆତଙ୍କବାଦର ମୂଳପୋଛ କରି ଶାନ୍ତି ପ୍ରତିଷ୍ଠା କରିବାକୁ ଉଦ୍ୟମ କରୁଥିବା ଭିଡିଓରେ ପ୍ରଦର୍ଶିତ କରାଯାଇଛି।

ଏଥିରେ ଲେଖାଯାଇଛି ଯେ “ଦୀର୍ଘ ଦଶନ୍ଧି ଧରି ଚାଲିଥିବା ଆତଙ୍କବାଦ ଯୋଗୁ ଅନେକ ଛୋଟ ପିଲା ଅନାଥ ହୋଇଛନ୍ତି। ଅନେକ ବିଧବା ହୋଇଥିବା ବେଳେ ମା’ମାନେ ନିଜ ସନ୍ତାନଙ୍କୁ ହରାଇଛନ୍ତି। ସେହିପରି ଆତଙ୍କବାଦ ଅନେକ ବାପାଙ୍କୁ ଅସହାୟ ମଧ୍ୟ କରିଦେଇଛି।”

ଭିଡିଓରେ କଶ୍ମୀର ପଣ୍ଡିତଙ୍କ ପଳାୟନ, ଉଦ୍ଧାର କାର୍ଯ୍ୟ ଓ ପଥର ପିଙ୍ଗାର ଦୃଶ୍ୟ ରହିଛି। ସେହିପରି ଆତଙ୍କବାଦୀମାନେ କେମିତି ଦୀର୍ଘ ଦଶନ୍ଧି ହେଲା ଜମ୍ମୁ-କଶ୍ମୀରର ଯୁବକମାନଙ୍କୁ ବିଭ୍ରାନ୍ତ କରି ବିଭିନ୍ନ ସଂପ୍ରଦାୟ ବିରୋଧରେ ଉସକାଉଛନ୍ତି, ସେକଥା ମଧ୍ୟ ଭିଡିଓରେ କୁହାଯାଇଛି।

ଭିଡିଓରେ ଭାରତୀୟ ସେନା ଧର୍ମୀୟ ସଦଭାବର ଗୁରୁତ୍ୱ ସମ୍ପର୍କରେ ମଧ୍ୟ କହିଛି। ସେନା କହିଛି ଯେ “ସେମାନେ ଆମ ସମାଜକୁ ଭାଗଭାଗ କରିବାକୁ ଚାହୁଁଛନ୍ତି। ସେମାନେ ଆମ ଯୁବକମାନଙ୍କୁ ବିଭ୍ରାନ୍ତ କରୁଛନ୍ତି। ସେମାନେ ଆମ ସନ୍ଥଙ୍କ ଭୂମିକୁ ଯୁଦ୍ଧକ୍ଷେତ୍ରରେ ପରିଣତ କରିବାକୁ ଚାହୁଁଛନ୍ତି।”

ଭାରତୀୟ ସେନା ପକ୍ଷରୁ ଆତଙ୍କବାଦୀ ଆକ୍ରମଣରେ ପ୍ରାଣ ହରାଇଥିବା କଶ୍ମୀରିମାନଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଯାଇଛି। ଭିଡିଓର ଶେଷ ଭାଗରେ ସୁରକ୍ଷାକର୍ମୀମାନେ ମୌଳବାଦ ଚିନ୍ତାଧାରା ଓ ଆତଙ୍କବାଦ ବିରୋଧରେ କେମିତି ଏକାଠି ସାଧାରଣ ଲୋକଙ୍କୁ ନେଇ ଲଢ଼େଇ କରୁଛନ୍ତି, ତା’ର ଦୃଶ୍ୟ ରହିଛି।

ସେନା ପକ୍ଷରୁ କୁହାଯାଇଛି ଯେ “କଶ୍ମୀର ଏକାକୀ ଏହି ଲଢ଼େଇ ଲଢ଼ୁନାହିଁ। ଆମେ ଆପଣମାନଙ୍କ ସହ ଅତୀତରେ ଥିଲୁ ଓ ଭବିଷ୍ୟତରେ ରହିବୁ। ଏକାଠି ଆମେ ଏହି ଲଢ଼େଇ ଜିତିବା। ଆବାମ ଓ ଯବାନ, ହାତରେ ହାତ ରଖି ଲଢ଼ିବା।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos