ନୋବେଲ ଶାନ୍ତି ପୁରସ୍କାର ଦୌଡ଼ରେ ଭାରତର ମହମ୍ମଦ ଜୁବୈର ଓ ପ୍ରତୀକ ସିହ୍ନା!

ନୂଆଦିଲ୍ଲୀ: ଭାରତୀୟ ଫ୍ୟାକ୍ଟଚେକର୍ସ ତଥା ଅଲ୍ଟ ନ୍ୟୁଜର ସହ ପ୍ରତିଷ୍ଠାତା ମହମ୍ମଦ ଜୁବୈର ଓ ପ୍ରତୀକ ସିହ୍ନା ୨୦୨୨ ନୋବେଲ ଶାନ୍ତି ପୁରସ୍କାର ପାଇବା ଦୌଡ଼ରେ ରହିଛନ୍ତି। ଅନ୍ତର୍ଜାତୀୟ ଖବର କାଗଜ ଟାଇମରେ ଏନେଇ ରିପୋର୍ଟ ପ୍ରକାଶ ପାଇଛି। ଟାଇମରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ, ମିଥ୍ୟା ଖବର ସତ୍ୟାସତ୍ୟ ଖୋଜି ଭାରତ ତଥା ବିଶ୍ୱକୁ ଅବଗତ କରାଉଥିବା ଅଲ୍ଟ ନ୍ୟୁଜର ଶ୍ରୀ ସିହ୍ନା ଓ ମହମ୍ମଦ ଜୁବୈରଙ୍କ ନାଁ ପୁରସ୍କାର ପାଇବା ଦୌଡ଼ରେ ଥିବା ଶତାଧିକ ଲୋକ […]

zubair

zubair

Hemant Lenka
  • Published: Wednesday, 05 October 2022
  • Updated: 05 October 2022, 05:34 PM IST

Sports

Latest News

ନୂଆଦିଲ୍ଲୀ: ଭାରତୀୟ ଫ୍ୟାକ୍ଟଚେକର୍ସ ତଥା ଅଲ୍ଟ ନ୍ୟୁଜର ସହ ପ୍ରତିଷ୍ଠାତା ମହମ୍ମଦ ଜୁବୈର ଓ ପ୍ରତୀକ ସିହ୍ନା ୨୦୨୨ ନୋବେଲ ଶାନ୍ତି ପୁରସ୍କାର ପାଇବା ଦୌଡ଼ରେ ରହିଛନ୍ତି। ଅନ୍ତର୍ଜାତୀୟ ଖବର କାଗଜ ଟାଇମରେ ଏନେଇ ରିପୋର୍ଟ ପ୍ରକାଶ ପାଇଛି। ଟାଇମରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ, ମିଥ୍ୟା ଖବର ସତ୍ୟାସତ୍ୟ ଖୋଜି ଭାରତ ତଥା ବିଶ୍ୱକୁ ଅବଗତ କରାଉଥିବା ଅଲ୍ଟ ନ୍ୟୁଜର ଶ୍ରୀ ସିହ୍ନା ଓ ମହମ୍ମଦ ଜୁବୈରଙ୍କ ନାଁ ପୁରସ୍କାର ପାଇବା ଦୌଡ଼ରେ ଥିବା ଶତାଧିକ ଲୋକ ଓ ସଂଗଠନ ମଧ୍ୟରେ ରହିଛି।

ନରୱେ ଲମେକର୍ସ, ପ୍ରେଡିକସନ ଫର୍ମ ବୁକମେକର୍ସ ଓ ଓସଲୋର ପିସ ରିସର୍ଚ୍ଚ ଇନଷ୍ଟିଚ୍ୟୁ ଏମାନଙ୍କୁ ବାଛିଥିବା ରିପୋର୍ଟରେ କୁହାଯାଇଛି। ତେବେ କିଏ ନୋବେଲ ଶାନ୍ତି ପୁରସ୍କାର ପାଇବେ, ସେକଥା ଘୋଷଣା ଦିନ ହିଁ ଜଣାପଡ଼ିବ।

ମହମ୍ମଦ ଜୁବୈରଙ୍କୁ ଚଳିତ ବର୍ଷ ଜୁନ ମାସରେ ୨୦୧୮ ବର୍ଷର ଗୋଟିଏ ଟ୍ୱିଟ ପାଇଁ ଗିରଫ କରାଯାଇଥିଲା। ଦିଲ୍ଲୀ ପୁଲିସ୍‌ କରିଥିବା ଏଫଆଇଆର ଆଧାରରେ ତାଙ୍କୁ ଗିରଫ କରି ଜେଲକୁ ପଠାଇ ଦିଆଯାଇଥିଲା। ସେ ଦୁଇ ସଂପ୍ରଦାୟ ମଧ୍ୟରେ ଉତ୍ତେଜନା ସୃଷ୍ଟି କରିବାକୁ ଚେଷ୍ଟା କରୁଥିବା ପୁଲିସ୍‌ ଅଭିଯୋଗ କରିଥିଲା।

ତେବେ ଗିରଫଦାରୀକୁ ନେଇ ଭାରତ ସମେତ ପୂରା ବିଶ୍ୱରେ ପ୍ରତିକ୍ରିୟା ପ୍ରକାଶ ପାଇଥିଲା। ଆମେରିକାର ଗୋଟିଏ ଏନଜିଓ ସଂସ୍ଥା ବିଧିବଦ୍ଧ ଭାବେ ବିବୃତି ଜାରି କରି ଭାରତର ପ୍ରେସ ସ୍ୱାଧୀନତା ଉପରେ ପ୍ରଶ୍ନ ଉଠାଇଥିଲା। ମହମ୍ମଦ ଜୁବୈର ଦୀର୍ଘ ଗୋଟିଏ ମାସ ତିହାର ଜେଲରେ ରହିବା ପରେ ସୁପ୍ରିମକୋର୍ଟ ତାଙ୍କୁ ଜାମିନରେ ଖଲାସ କରିଥିଲେ। ଜେଲରୁ ବାହାରିବା ପରେ ମଧ୍ୟ ସେ ଭାଇରାଲ ହେଉଥିବା ମିଥ୍ୟା ଭିଡିଓ ଓ ବୟାନର ପ୍ରକୃତ ସତ ଲୋକ ଲୋଚନକୁ ଆଣିବାରେ ଲାଗିଛନ୍ତି।

ଏବେ ମହମ୍ମଦ ଜୁବୈର ଓ ପ୍ରତୀକ ସିହ୍ନା ନୋବେଲ ଶାନ୍ତି ପୁରସ୍କାର ଦୌଡ଼ରେ ଥିବା ଟାଇମ ରିପୋର୍ଟ ପ୍ରକାଶ କରିଛି। ରିପୋର୍ଟରେ କୁହାଯାଇଛି ଯେ ପୁରସ୍କାର ପାଇବା ଦୌଡ଼ରେ ମୋଟ ୩୪୩ ନାଁ ରହିଛି। ଏମାନଙ୍କ ମଧ୍ୟରେ ୨୫୧ ଜଣ ବ୍ୟକ୍ତିବିଶେଷ ଓ ୯୨ଟି ସଂଗଠନ ରହିଛନ୍ତି। ତେବେ ନୋବେଲ କମିଟି ଏଯାଏ ପୁରସ୍କାର ପାଇବା ଦୌଡ଼ରେ ଥିବା ଲୋକ ଓ ସଂଗଠନର ନାଁ ସାର୍ବଜନୀନ କରିନାହିଁ।

ରୟଟର୍ସର ଗୋଟିଏ ସର୍ଭେରୁ ଜଣାପଡ଼ିଛି ଯେ ବେଲାରୁଷର ବିରୋଧୀ ଦଳର ନେତା ସଭିଆଟଲାନା ଟି, ବ୍ରୋଡକାଷ୍ଟର ଡାଭି ଆଟ୍ଟେନବର୍ଗ, ପରିବେଶ ପାଇଁ ଲଢ଼େଇ କରୁଥିବା ଗ୍ରେଟା ଥନବର୍ଗ, ପୋପ ଫ୍ରାନ୍ସିସ, ଟୁଭାଲୁର ବୈଦେଶିକ ମନ୍ତ୍ରୀ ସିମୋନ କୋଫେ ଓ ମିଆଁମାରର ୟୁନିଟି ସରକାରଙ୍କୁ ନରୱେ ଲମେକର୍ସମାନେ ନୋବେଲ ଶାନ୍ତି ପୁରସ୍କାର ପାଇଁ ବାଛିଛନ୍ତି।

ସେହିପରି ଜୁବୈର ଓ ଶ୍ରୀ ସିହ୍ନାଙ୍କ ବ୍ୟତୀତ ୟୁକ୍ରେନ ରାଷ୍ଟ୍ରପତି ଭ୍ଲୋଡମିର ଜେଲେନସ୍କି, ଜାତିସଂଘର ଶରଣାର୍ଥୀ ଏଜେନ୍ସି, ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଓ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ କ୍ରିଟିକ ଆଲେକ୍ସୀ ନାଭାଲନୀ ମଧ୍ୟ ନୋବେଲ ଶାନ୍ତି ପୁରସ୍କାର ପାଇବା ଦୌଡ଼ରେ ରହିଛନ୍ତି।

ସୂଚନାଯୋଗ୍ୟ, ୨୦୨୨ ବର୍ଷ ପାଇଁ ନୋବେଲ ଶାନ୍ତି ପୁରସ୍କାର ବିଜେତାଙ୍କ ନାଁ ଓସଲୋରେ ୭ ତାରିଖ ଦିନ ସ୍ଥାନୀୟ ସମୟ ଦିନ ୧୧ଟାରେ ଘୋଷଣା କରାଯିବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos