ଭାରତର ପ୍ରଥମ କରୋନା ରୋଗୀ ପୁଣି ସଂକ୍ରମିତ ହେଲେ

ଥ୍ରୀସୁର: ଭାରତର ପ୍ରଥମ କରୋନା ରୋଗୀ ଏବେ ପୁଣିଥରେ ଏହି ପ୍ରାଣଘାତୀ ଭାଇରସରେ ସଂକ୍ରମିତ ହୋଇଛନ୍ତି। କେରଳର ଥ୍ରୀସୁରରେ ଏହି ମହିଳା ଜଣଙ୍କ ରହୁଛନ୍ତି। ତାଙ୍କ ଟେଷ୍ଟ ରିପୋର୍ଟ ପଜିଟିଭ ଆସିଥିବା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଥ୍ରୀସୁରର ଜିଲ୍ଲା ମେଡିକାଲ ଅଫିସର ଡା କେଜେ ରୀନା କହିଛନ୍ତି, ମହିଳା ଜଣଙ୍କ ପୁଣିଥରେ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ତାଙ୍କର ଆଣ୍ଟିଜେନ ଟେଷ୍ଟ ନେଗେଟିଭ ଆସିଥିବା ବେଳେ ଆରଟିପିସିଆର ଟେଷ୍ଟ ରିପୋର୍ଟ ପଜିଟିଭ ଆସିଛି। ତେବେ ତାଙ୍କ […]

Corona

Corona

Hemant Lenka
  • Published: Tuesday, 13 July 2021
  • Updated: 13 July 2021, 03:20 PM IST

Sports

Latest News

ଥ୍ରୀସୁର: ଭାରତର ପ୍ରଥମ କରୋନା ରୋଗୀ ଏବେ ପୁଣିଥରେ ଏହି ପ୍ରାଣଘାତୀ ଭାଇରସରେ ସଂକ୍ରମିତ ହୋଇଛନ୍ତି। କେରଳର ଥ୍ରୀସୁରରେ ଏହି ମହିଳା ଜଣଙ୍କ ରହୁଛନ୍ତି। ତାଙ୍କ ଟେଷ୍ଟ ରିପୋର୍ଟ ପଜିଟିଭ ଆସିଥିବା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ଥ୍ରୀସୁରର ଜିଲ୍ଲା ମେଡିକାଲ ଅଫିସର ଡା କେଜେ ରୀନା କହିଛନ୍ତି, ମହିଳା ଜଣଙ୍କ ପୁଣିଥରେ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ତାଙ୍କର ଆଣ୍ଟିଜେନ ଟେଷ୍ଟ ନେଗେଟିଭ ଆସିଥିବା ବେଳେ ଆରଟିପିସିଆର ଟେଷ୍ଟ ରିପୋର୍ଟ ପଜିଟିଭ ଆସିଛି। ତେବେ ତାଙ୍କ ଶରୀରରେ କୌଣସି ପ୍ରକାରର ଲକ୍ଷଣ ଏଯାଏ ଦେଖାଯାଇ ନାହିଁ।

ସେ ପାଠପଢ଼ିବା ପାଇଁ ଦିଲ୍ଲୀ ଯିବାକୁ ଚାହୁଁଥିଲେ। ଏହି କାରଣରୁ ନିଜର ନମୁନା ପରୀକ୍ଷା କରିବାକୁ ଦେଇଥିଲେ। ଏହି ସମୟରେ ତାଙ୍କ ଆରଟିପିସିଆର ଟେଷ୍ଟ ରିପୋର୍ଟ ପଜିଟିଭ ଆସିଛି। ବର୍ତ୍ତମାନ ମହିଳା ଜଣଙ୍କ ଘରେ ଅଛନ୍ତି। ତାଙ୍କ ସ୍ୱାସ୍ଥ୍ୟାବସ୍ଥା ସଂପୂର୍ଣ୍ଣ ଠିକ ରହିଛି ବୋଲି ସେ କହିଛନ୍ତି।

ଚାଇନାର ଉହାନରେ ମେଡିକାଲ ପାଠ୍ୟକ୍ରମର ୩ୟ ବର୍ଷରେ ପଢ଼ୁଥିବା ଏହି ମହିଳା ଜଣଙ୍କର କରୋନା ଟେଷ୍ଟ ରିପୋର୍ଟ ୨୦୨୦ ମସିହା ଜାନୁଆରୀ ୩୦ରେ ପଜିଟିଭ ଆସିଥିଲା। ସେ ଭାରତର ପ୍ରଥମ ନାଗରିକ ଭାବେ ମହାମାରୀ କରୋନାରେ ଆକ୍ରାନ୍ତ ହୋଇଥିଲେ।

ସେ ଉହାନରୁ ଫେରିବା ପରେ ହିଁ ତାଙ୍କ ଟେଷ୍ଟ ରିପୋର୍ଟ ପଜିଟିଭ ଆସିଥିଲା। ଦୀର୍ଘ ୩ ସପ୍ତାହ ଧରି ଥ୍ରୀସୁର ମେଡିକାଲ କଲେଜରେ ଚିକିତ୍ସା ପରେ ତାଙ୍କର ଟେଷ୍ଟ ରିପୋର୍ଟ ୨ ଥର ନିଗେଟିଭ ଆସିଥିଲା। ଏହାପରେ ସେ ସୁସ୍ଥ ହୋଇ ୨୦୨୦ ଫେବୃଆରୀ ୨୦ରେ ଘରକୁ ଯାଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos