ମେ’ ୧୧ରୁ ୧୫ ମଧ୍ୟରେ କରୋନା ହେବ ଭୟଙ୍କର! ଓଡ଼ିଶାରେ କେବେ ପିକ୍‌ରେ ପହଞ୍ଚିବ ସଂକ୍ରମଣ?

ନୂଆଦିଲ୍ଲୀ: ମହାମାରୀ କରୋନା ସଂକ୍ରମଣ ଆଜି ଭାରତରେ ବିଶ୍ୱ ରେକର୍ଡ କରିଥିଲେ ହେଁ ଏଯାଏ ଅସଲ ରୂପ ଦେଖାଇନାହିଁ। ଦ୍ୱିତୀୟ ଲହରୀର ଭୟଙ୍କର ରୂପ ସାରା ଦେଶ ଆଗାମୀ ଦିନରେ ଦେଖିବ। ମେ’ ୧୧ରୁ ୧୫ ଯାଏ କରୋନା ଦେଶରେ ତା’ର ସର୍ବୋଚ୍ଚ ଗତି ବା ପିକ୍‌ରେ ପହଞ୍ଚିବ। ଏହି ସମୟରେ ଦେଶରେ ଆକ୍ଟିଭ କେସ୍‌ ସଂଖ୍ୟା ୩୩ରୁ ୩୫ ଲକ୍ଷ ରହିବ ବୋଲି ଆଜି ବିଶେଷଜ୍ଞମାନେ ଆକଳନ କରିଛନ୍ତି। ସେମାନେ କରୋନାର ଗତି ଓ ସଂକ୍ରମଣର […]

corona

corona

Hemant Lenka
  • Published: Thursday, 22 April 2021
  • Updated: 22 April 2021, 05:37 PM IST

Sports

Latest News

ନୂଆଦିଲ୍ଲୀ: ମହାମାରୀ କରୋନା ସଂକ୍ରମଣ ଆଜି ଭାରତରେ ବିଶ୍ୱ ରେକର୍ଡ କରିଥିଲେ ହେଁ ଏଯାଏ ଅସଲ ରୂପ ଦେଖାଇନାହିଁ। ଦ୍ୱିତୀୟ ଲହରୀର ଭୟଙ୍କର ରୂପ ସାରା ଦେଶ ଆଗାମୀ ଦିନରେ ଦେଖିବ। ମେ’ ୧୧ରୁ ୧୫ ଯାଏ କରୋନା ଦେଶରେ ତା’ର ସର୍ବୋଚ୍ଚ ଗତି ବା ପିକ୍‌ରେ ପହଞ୍ଚିବ। ଏହି ସମୟରେ ଦେଶରେ ଆକ୍ଟିଭ କେସ୍‌ ସଂଖ୍ୟା ୩୩ରୁ ୩୫ ଲକ୍ଷ ରହିବ ବୋଲି ଆଜି ବିଶେଷଜ୍ଞମାନେ ଆକଳନ କରିଛନ୍ତି।

ସେମାନେ କରୋନାର ଗତି ଓ ସଂକ୍ରମଣର ହାରକୁ ଦୃଷ୍ଟିରେ ରଖି ଏଭଳି ପୂର୍ବାନୁମାନ କରିଛନ୍ତି। ଯଦି ସେମାନଙ୍କ ଆକଳନ ସତ ହେଲା, ତା’ହେଲେ ଦେଶର ସ୍ଥିତି ଆହୁରି ଉତ୍କଟ ହେବ ବୋଲି ଆଶଙ୍କା ପ୍ରକାଶ ପାଇଛି। କାରଣ ଏବେ ଦୈନିକ ସଂକ୍ରମଣ ୩ ଲକ୍ଷ ପାର କରିଯାଇଛି। ଯଦି ମେ’ ମଧ୍ୟ ଭାଗରେ କରୋନା ପିକ୍‌ରେ ପହଞ୍ଚିବ, ତା’ହେଲେ ଦୈନିକ ସଂକ୍ରମଣ ସହ ମୃତ୍ୟୁସଂଖ୍ୟା ଆହୁରି ଅଧିକ ରହିବ ବୋଲି ଆଶଙ୍କା କରାଯାଉଛି।

ବିଶେଷଜ୍ଞଙ୍କ ଆକଳନ ଅନୁଯାୟୀ, ଆସନ୍ତା ୩ ସପ୍ତାହ ଯାଏ ଦେଶରେ କ୍ରମାଗତ ଭାବେ ଆକ୍ଟିଭ କେସ୍‌ ସଂଖ୍ୟା ବୃଦ୍ଧି ପାଇବ। ଏହାପରେ ଏହା ଧୀରେଧୀରେ ହ୍ରାସ ପାଇବ। ଗତବର୍ଷ ସେପ୍ଟେମ୍ବର ୧୭ରେ କରୋନା ପିକ୍‌ରେ ରହିଥିଲା। ସେତେବେଳେ ଆକ୍ଟିଭ କେସ୍‌ ସଂଖ୍ୟା ୧୦ ଲକ୍ଷ ରହିଥିଲା। ଯଦି ଏବେର ଟ୍ରେଣ୍ଡ ଅନୁଯାୟୀ କରୋନେ ମେ’ ମାସ୍‌ରେ ପିକ୍‌ରେ ପହଞ୍ଚିବ, ତା’ହେଲେ ଆକ୍ଟିଭ କେସ୍‌ ସଂଖ୍ୟା ୩ ଗୁଣ ବୃଦ୍ଧି ପାଇବ।

ବିଗତ ୪ ଦିନ ମଧ୍ୟରେ ଦେଶରେ ୧୦ ଲକ୍ଷ ଲୋକ କରୋନାରେ ଆକ୍ରାନ୍ତ ହେବା ସମସ୍ତଙ୍କୁ ଚିନ୍ତାରେ ପକାଇଛି। ଭାରତରେ ପ୍ରଥମ ୧୦ ଲକ୍ଷରୁ ୨୦ ଲକ୍ଷ ସଂକ୍ରମିତଙ୍କ ପାଇଁ ୨୧ ଦିନ ସମୟ ଲାଗିଥିଲା। ଏହାପରେ ପରବର୍ତ୍ତୀ ୧୦ ଲକ୍ଷ ପାଇଁ ୧୬ ଦିନ ଲାଗିଥିଲା। ସେହିପରି ୪୦ ଲକ୍ଷ କେସ୍‌ ପାଇଁ ୧୩ ଦିନ, ୫୦ ଲକ୍ଷ ପାଇଁ ୧୧ ଦିନ, ୬୦ ଲକ୍ଷ ପାଇଁ ୧୨ଦିନ, ୭୦ ଲକ୍ଷ ପାଇଁ ୧୩ ଦିନ, ୮୦ ଲକ୍ଷ ପାଇଁ ୧୮ ଦିନ, ୯୦ ଲକ୍ଷ ପାଇଁ ୨୨ ଦିନ, ୧ କୋଟି ପାଇଁ ୨୯ ଦିନ, ୧ କୋଟି ୧୦ ଲକ୍ଷ ପାଇଁ ୬୫ ଦିନ, ୧ କୋଟି ୨୦ ଲକ୍ଷ ପାଇଁ ୩୫ ଦିନ, ୧କୋଟି ୩୦ ଲକ୍ଷ ପାଇଁ ୧୧ ଦିନ, ୧ କୋଟି ୪୦ ଲକ୍ଷ କେସ୍‌ ପାଇଁ ୬ ଦିନ ଓ ୧ କୋଟି ୫୦ ଲକ୍ଷ କେସ୍‌ ପାଇଁ ମାତ୍ର ୪ ଦିନ ସମୟ ଲାଗିଛି। ଏହାର ଅର୍ଥ ପ୍ରତି ୧୦ ଲକ୍ଷ ଆକ୍ରାନ୍ତଙ୍କ ପାଇଁ ସମୟ କ୍ରମାଗତ ଭାବେ ହ୍ରାସ ପାଉଛି।

ବର୍ତ୍ତମାନର ଟ୍ରେଣ୍ଡ ଅନୁଯାୟୀ, ଦିଲ୍ଲୀ, ହରିଆଣା, ରାଜସ୍ଥାନ ଓ ତେଲେଙ୍ଗାନାରେ କରୋନାର ପିକ୍‌ ଏପ୍ରିଲ ୨୫ରୁ ୩୦ ମଧ୍ୟରେ ଦେଖିବାକୁ ମିଳିବ। ଓଡ଼ିଶା, କର୍ଣ୍ଣାଟକା ଓ ବେଙ୍ଗଲରେ ୧ରୁ ୫ ତାରିଖ ମଧ୍ୟରେ କରୋନାର ଗତି ସର୍ବୋଚ୍ଚ ସ୍ତରରେ ରହିବ। ଏହି ସମୟରେ ସର୍ବାଧିକ ଦୈନିକ ସଂକ୍ରମଣ ଓ ଆକ୍ଟିଭ କେସ୍‌ ରହିଥିବ।

ତାମିଲନାଡୁ ଓ ଆନ୍ଧ୍ର ପ୍ରଦେଶରେ ୬ରୁ ୧୦ ତାରିଖ ମଧ୍ୟରେ କରୋନା ସଂକ୍ରମଣ ପିକ୍‌ରେ ରହିବ। ମହାରାଷ୍ଟ୍ର ଓ ଛତିଶଗଡ଼ରେ କରୋନା ଏବେ ପିକ୍‌ରେ ରହିଛି। ବିହାରରେ ଏପ୍ରିଲ ୨୫ ସୁଦ୍ଧା କରୋନା ସର୍ବୋଚ୍ଚ ଗତିରେ ରହିବ।

ନ୍ୟାଶନାଲ ସୁପର ମଡେଲ ଅଭିଯାନରେ ସାମିଲ ଥିବା ଆଇଆଇଟି କାନପୁରର ମନିନ୍ଦର ଅଗ୍ରୱାଲ କହିଛନ୍ତି, “ଦୈନିକ ସଂକ୍ରମଣକୁ ଆଧାର କରି ଆମେ ପିକ୍‌ ସମୟ ନିର୍ଦ୍ଧାରଣ କରୁଛୁ। ମେ’ ୧ରୁ ୫ ମଧ୍ୟରେ ଦୈନିକ ସଂକ୍ରମଣ ୩.୩ ଲକ୍ଷରୁ ୩.୫ ଲକ୍ଷ ମଧ୍ୟରେ ରହିବ। ଏହା ଆସନ୍ତା ୧୦ ଦିନ ଭିତରେ ଅର୍ଥାତ ମେ’ ୧୧ରୁ ୧୫ ମଧ୍ୟରେ ପିକ୍‌ ଆକ୍ଟିଭ କେସ୍‌ ବଦଳି ଯିବ। ଏହି ସମୟରେ ଆକ୍ଟିଭ କେସ୍‌ ୩୩ରୁ ୩୫ ଲକ୍ଷ ରହିଥିବ।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos