ସୁସ୍ଥ ହେଲେ ଭାରତର ପ୍ରଥମ ମଙ୍କିପକ୍ସ ଆକ୍ରାନ୍ତ

ଥିରୁଅନନ୍ତପୁରମ: ସୁସ୍ଥ ହୋଇଛନ୍ତି ଭାରତର ପ୍ରଥମ ମଙ୍କିପକ୍ସ ଆକ୍ରାନ୍ତ। କେରଳରୁ ଚିହ୍ନଟ ହୋଇଥିଲେ ଦେଶର ପ୍ରଥମ ମଙ୍କିପକ୍ସ ଆକ୍ରାନ୍ତ। ବ୍ୟକ୍ତି ଜଣଙ୍କ ଜୁଲାଇ ୧୪ରେ ଆକ୍ରାନ୍ତ ହେବାରୁ ତାଙ୍କୁ ରାଜ୍ୟର ସରକାରୀ ମେଡିକାଲ କଲେଜରେ ଚିକିତ୍ସା ସୁବିଧା ଯୋଗାଇ ଦିଆଯାଇଥିଲା।  ଏବେ କିଛି ସପ୍ତାହର ଚିକିତ୍ସା ପରେ ସେ ମଙ୍କିପକ୍ସରୁ ସଂପୂର୍ଣ୍ଣ ସୁସ୍ଥ ହୋଇ ସାରିଥିବା କେରଳ ସ୍ୱାସ୍ଥ୍ୟମନ୍ତ୍ରୀ ବୀଣା ଜର୍ଜ ସୂଚନା ଦେଇଛନ୍ତି। କେରଳର କୋଲାମରେ ରହୁଥିବା ଏହି ୩୫ ବର୍ଷୀୟ ବ୍ୟକ୍ତିଙ୍କୁ ଆଜି ହିଁ […]

Monkeypox

Monkeypox

Hemant Lenka
  • Published: Saturday, 30 July 2022
  • Updated: 30 July 2022, 04:12 PM IST

ଥିରୁଅନନ୍ତପୁରମ: ସୁସ୍ଥ ହୋଇଛନ୍ତି ଭାରତର ପ୍ରଥମ ମଙ୍କିପକ୍ସ ଆକ୍ରାନ୍ତ। କେରଳରୁ ଚିହ୍ନଟ ହୋଇଥିଲେ ଦେଶର ପ୍ରଥମ ମଙ୍କିପକ୍ସ ଆକ୍ରାନ୍ତ। ବ୍ୟକ୍ତି ଜଣଙ୍କ ଜୁଲାଇ ୧୪ରେ ଆକ୍ରାନ୍ତ ହେବାରୁ ତାଙ୍କୁ ରାଜ୍ୟର ସରକାରୀ ମେଡିକାଲ କଲେଜରେ ଚିକିତ୍ସା ସୁବିଧା ଯୋଗାଇ ଦିଆଯାଇଥିଲା।  ଏବେ କିଛି ସପ୍ତାହର ଚିକିତ୍ସା ପରେ ସେ ମଙ୍କିପକ୍ସରୁ ସଂପୂର୍ଣ୍ଣ ସୁସ୍ଥ ହୋଇ ସାରିଥିବା କେରଳ ସ୍ୱାସ୍ଥ୍ୟମନ୍ତ୍ରୀ ବୀଣା ଜର୍ଜ ସୂଚନା ଦେଇଛନ୍ତି। କେରଳର କୋଲାମରେ ରହୁଥିବା ଏହି ୩୫ ବର୍ଷୀୟ ବ୍ୟକ୍ତିଙ୍କୁ ଆଜି ହିଁ ହସ୍ପିଟାଲରୁ ଡିସଚାର୍ଜ କରାଯିବ ବୋଲି ଜଣାପଡ଼ିଛି।

ଏହି ବ୍ୟକ୍ତି ଜଣଙ୍କ ମଙ୍କିପକ୍ସରେ ଆକ୍ରାନ୍ତ ହୋଇଛନ୍ତି କି ନାହିଁ, ତା’କୁ ନିଶ୍ଚିତ କରିବା ପାଇଁ ୭୨ ଘଣ୍ଟା ମଧ୍ୟରେ ଦୁଇ ଥର ତାଙ୍କର ନମୁନା ପୁଣେର ନ୍ୟାଶନାଲ ଇନଷ୍ଟିଚ୍ୟୁଟ ଅଫ ଭାଇରୋଲଜିରେ ଟେଷ୍ଟ କରାଯାଇଥିଲା। ଏହି ସମୟରେ ତାଙ୍କ ରିପୋର୍ଟ ପଜିଟିଭ ଆସିଥିଲା। ଏହାପରେ ତାଙ୍କୁ ଦେଶର ପ୍ରଥମ ମଙ୍କିପକ୍ସ ଆକ୍ରାନ୍ତ ଭାବେ ବିବେଚନା କରାଯାଇ ସରକାରୀ ମେଡିକାଲ କଲେଜରେ ଚିକିତ୍ସା ଯୋଗାଇ ଦିଆଯାଇଥିଲା।

ଚିକିତ୍ସା ପରେ ତାଙ୍କ ନମୁନାକୁ ପୁଣି ଦୁଇଥର ଟେଷ୍ଟ କରାଯାଇଥିଲା। ଦୁଇ ଥାର ଯାକ ରିପୋର୍ଟ ନେଗେଟିଭ ଆସିବାରୁ ତାଙ୍କୁ ସୁସ୍ଥ ଘୋଷଣା କରାଯାଇଛି। ଆକ୍ରାନ୍ତ ଜଣଙ୍କ ଶାରୀରିକ ଓ ମାନସିକ ସ୍ତରରେ ସୁସ୍ଥ ଅଛନ୍ତି। ସେହିପରି ତାଙ୍କ ଶରୀରରେ ସୃଷ୍ଟି ହୋଇଥିବା ଫୋଟକା ମଧ୍ୟ ସଂପୂର୍ଣ୍ଣ ଭାବେ ଭଲ ହୋଇଯାଇଛି ବୋଲି ମନ୍ତ୍ରୀ ବୀଣା କହିଛନ୍ତି। ପ୍ରଥମ ମଙ୍କିପକ୍ସ ଆକ୍ରାନ୍ତଙ୍କ ପରିବାର ଲୋକଙ୍କ ନମୁନା ମଧ୍ୟ ପରୀକ୍ଷା କରାଯାଇଥିଲେ। ତେବେ ସମସ୍ତଙ୍କ ରିପୋର୍ଟ ନେଗେଟିଭ ଆସିଛି।

ଅନ୍ୟପକ୍ଷରେ ରାଜ୍ୟରେ ଏବେ ବି ଆଉ ଦୁଇ ଜଣ ମଙ୍କିପକ୍ସ ଆକ୍ରାନ୍ତ ଚିକିତ୍ସିତ ହେଉଛନ୍ତି। ସେମାନଙ୍କ ସ୍ୱାସ୍ଥ୍ୟାବସ୍ଥା ଉପରେ ସ୍ୱତନ୍ତ୍ର ଡାକ୍ତରୀ ଟିମ ନଜର ରଖିଛନ୍ତି। ‌ଉଭୟଙ୍କ ସ୍ୱାସ୍ଥ୍ୟାବସ୍ଥା ଠିକ ଥିବା ମନ୍ତ୍ରୀ ସୂଚନା ଦେଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story