ସାମରିକ ଶକ୍ତି ବୃଦ୍ଧି କ୍ଷେତ୍ରରେ ବିଶ୍ୱରେ ଭାରତ ତୃତୀୟ

ନୂଆଦିଲ୍ଲୀ: ସାମରିକ କ୍ଷେତ୍ରରେ ଅର୍ଥ ବିନିଯୋଗରେ ବିଶ୍ୱର କେଉଁ ଶକ୍ତିଶାଳୀ ରାଷ୍ଟ୍ରଠାରୁ କମ୍‌ ନୁହେଁ ଭାରତ। ନିଜର ସାମରିକ ଶକ୍ତିକୁ ବୃଦ୍ଧି ଏବଂ ଅଧିକ ସଶକ୍ତ ପାଇଁ ଲାଗି ପଡ଼ିଛି ଭାରତ। ସାମରିକ ବିନିଯୋଗ କ୍ଷେତ୍ରରେ ୨୦୨୧ରେ ଭାରତ ବିଶ୍ୱର ତୃତୀୟ ସ୍ଥାନ ଅଧିକାର କରିଛି।  ଷ୍ଟକ୍‌ହୋମ୍‌ ଇଣ୍ଟରନ୍ୟାସନାଲ ପିସ୍‌ ରିଜର୍ସ ଇନ୍‌ଷ୍ଟିଚ୍ୟୁଟ୍‌ର ତଥ୍ୟ ଅନୁସାରେ ସାମରିକ ଶକ୍ତି ବୃଦ୍ଧି ପାଇଁ ହେଉଥିବା ଖର୍ଚ୍ଚ ତାଲିକାରେ ଭାରତ ସାରା ବିଶ୍ୱର ତୃତୀୟ ସ୍ଥାନରେ ରହିଛି। ଭାରତ ଆଗରେ […]

army-1

army-1

Tapas Behera
  • Published: Monday, 25 April 2022
  • Updated: 25 April 2022, 04:43 PM IST

Sports

Latest News

ନୂଆଦିଲ୍ଲୀ: ସାମରିକ କ୍ଷେତ୍ରରେ ଅର୍ଥ ବିନିଯୋଗରେ ବିଶ୍ୱର କେଉଁ ଶକ୍ତିଶାଳୀ ରାଷ୍ଟ୍ରଠାରୁ କମ୍‌ ନୁହେଁ ଭାରତ। ନିଜର ସାମରିକ ଶକ୍ତିକୁ ବୃଦ୍ଧି ଏବଂ ଅଧିକ ସଶକ୍ତ ପାଇଁ ଲାଗି ପଡ଼ିଛି ଭାରତ। ସାମରିକ ବିନିଯୋଗ କ୍ଷେତ୍ରରେ ୨୦୨୧ରେ ଭାରତ ବିଶ୍ୱର ତୃତୀୟ ସ୍ଥାନ ଅଧିକାର କରିଛି।  ଷ୍ଟକ୍ହୋମ୍ଇଣ୍ଟରନ୍ୟାସନାଲ ପିସ୍ରିଜର୍ସ ଇନ୍ଷ୍ଟିଚ୍ୟୁଟ୍‌ର ତଥ୍ୟ ଅନୁସାରେ ସାମରିକ ଶକ୍ତି ବୃଦ୍ଧି ପାଇଁ ହେଉଥିବା ଖର୍ଚ୍ଚ ତାଲିକାରେ ଭାରତ ସାରା ବିଶ୍ୱର ତୃତୀୟ ସ୍ଥାନରେ ରହିଛି। ଭାରତ ଆଗରେ କେବଳ ଦୁଇଟି ରାଷ୍ଟ୍ର ଆମେରିକା ଓ ଚୀନ୍ରହିଛନ୍ତି। ମୁଖ୍ୟ କଥା ହେଉଛି ଗତବର୍ଷ ସାମରିକ ଶକ୍ତି ବୃଦ୍ଧି ପାଇଁ ହୋଇଥିବା ମୋଟ୍ ଖର୍ଚ୍ଚର ୬୨ ପ୍ରତିଶତ କେବଳ ୫ଟି ଦେଶ ଖର୍ଚ୍ଚ କରିଛନ୍ତି। ଆଉ ଏହି ୫ଟି ଦେଶ ହେଉଛନ୍ତି ଆମେରିକା, ଚାଇନା, ଭାରତ, ବ୍ରିଟେନ୍ଏବଂ ରୁଷ୍

ଆମେରିକାର ଖର୍ଚ୍ଚ ପୂର୍ବ ତୁଳନାରେ ସାମାନ୍ୟ କମିଥିବା ବେଳେ ଭାରତ ଓ ଚୀନର ସାମରିକ ଖର୍ଚ୍ଚ ପୂର୍ବ ତୁଳନାରେ ବଢ଼ିଛି। କରୋନା ଭଳି ମହାମାରୀ ଯୋଗୁଁ ଅନେକ ଦେଶର ଅର୍ଥ ବ୍ୟବସ୍ଥା ଭୁଶୁଡ଼ି ପଡ଼ିଥିବା ସମୟରେ, ଭାରତ ଓ ଚୀନର ସାମରିକ ଖର୍ଚ୍ଚ ଉପରେ ଏହାର କୌଣସି ପ୍ରଭାବ ପଡ଼ିନାହିଁ। ଗତବର୍ଷ ଭାରତର ସାମରିକ ଖର୍ଚ୍ଚ ୭୬.୬ ବିଲିୟନ୍ ଡଲାର୍ଥିବା ବେଳେ ଆମେରିକାର ୮୦୧ ବିଲିୟନ୍ ଡଲାର୍ ଏବଂ ଚୀନର ୨୯୩ ବିଲିୟନ୍ ଡଲାର୍ ରହିଛି ।

ଯଦି ବିଶ୍ୱର ସମୁଦାୟର ମୋଟ ସାମରିକ ଖର୍ଚ୍ଚ ହିସାବକୁ ନିଆଯାଏ ତେବେ ୨୦୨୧ ସର୍ବକାଳୀନ ରେକର୍ଡ଼ ଛୁଇଁଛି। ଏହ ବର୍ଷ ସମଗ୍ରର ବିଶ୍ୱର ସାମରିକ ଖର୍ଚ୍ଚ  ୨.୧ ଟ୍ରିଲିଅନ୍‌ ଆମେରିକୀୟ ଡଲାର ରହିଛି। ୨୦୨୧ରେ ସାମରିକ କ୍ଷେତ୍ରରେ  ୦.୭ ପ୍ରତିଶତ ଖର୍ଚ୍ଚ କରାଯାଇଛି।  ଯାହା ମୋଟ୍ ୨,୧୧୩ ବିଲିଅନ ଆମେରିକୀୟ ଡଲାର ହେବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos