ଦେଶରେ ସଂକ୍ରମଣ ସହ ପଜିଟିଭିଟି ରେଟ୍ ବଢ଼ିଲା
ନୂଆଦିଲ୍ଲୀ: ପୁଣିଥରେ ଦେଶରେ ଉପର ମୁହାଁ ହୋଇଛି କରୋନାର ଦୈନିକ ସଂକ୍ରମଣ। ତଥାପି ଏହା ୩ ଲକ୍ଷ ତଳେ ରହିଛି। ହେଲେ ଦେଶରେ ଟେଷ୍ଟ ପଜିଟିଭିଟି ରେଟ ୧୯% ପାର କରିବା ସମସ୍ତଙ୍କ ଚିନ୍ତା ବଢ଼ାଇଛି। ପଜିଟିଭିଟି ବଢ଼ିବା ଅର୍ଥ କମ ଟେଷ୍ଟିଂରେ ଅଧିକ ଲୋକ କରୋନାରେ ଆକ୍ରାନ୍ତ ହେଉଛି।
ଗତ ୨୪ ଘଣ୍ଟାରେ ମୋଟ ୨,୮୬,୩୮୪ ଜଣଙ୍କ ଟେଷ୍ଟ ରିପୋର୍ଟ ପଜିଟିଭ ଆସିଛି। ଏହା ଗତକାଲି ତୁଳନାରେ ୦.୧% ଅଧିକ। ସଂକ୍ରମଣ ସାମାନ୍ୟ ବଢ଼ିଥିଲେ ମଧ୍ୟ କ୍ରମାଗତ ୩ ଦିନ ଧରି ଏହା ୩ ଲକ୍ଷ ତଳେ ରହିଛି। ଦେଶର ପଜିଟିଭିଟି ରେଟ ଦିନକ ମଧ୍ୟରେ ୧୬.୧୦%ରୁ ୧୯.୫୯%କୁ ବୃଦ୍ଧି ପାଇଛି। ସାପ୍ତାହିକ ପଜିଟିଭିଟି ରେଟ ୧୭.୭୫% ରହିଛି। ୨୪ ଘଣ୍ଟାରେ ୧୪,୬୨,୨୬୧ଟି ନମୁନା ସାରା ଦେଶରେ ପରୀକ୍ଷା କରାଯାଇଥିଲା।
ଗୋଟିଏ ଦିନରେ କରୋନାର ଭାଇରସ ଆଉ ୫୭୩ ଜଣଙ୍କ ଜୀବନ ନେଇଛି। ଏହାକୁ ମିଶାଇ ଦେଶରେ ମୋଟ କରୋନା ଜନିତ ମୃତ୍ୟୁସଂଖ୍ୟା ୪,୯୧,୭୦୦କୁ ବୃଦ୍ଧି ପାଇଛି। ଦେଶରେ ମୃତ୍ୟୁହାର ୧.୨୨%। ଦିନକରେ କରୋନାକୁ ୩,୦୬,୩୬୭ ଜଣ ମାତ ଦେଇଛନ୍ତି। ଫଳରେ ମୋଟ ଆରୋଗ୍ୟଙ୍କ ସଂଖ୍ୟା ୩,୭୬,୭୭,୨୩୮ରେ ପହଞ୍ଚି ଯାଇଛି।
ଆରୋଗ୍ୟ ହାର ୯୩.୩୩% ରହିଛି। ଏବେ ବିଭିନ୍ନ ହସ୍ପିଟାଲ ଓ ହୋମ ଆଇସୋଲେସନରେ ୨୨,୦୨,୪୭୨ ଜଣ କରୋନା ଆକ୍ରାନ୍ତ ଚିକିତ୍ସିତ ହେଉଛନ୍ତି। ଗତକାଲି ତୁଳନାରେ ସକ୍ରିୟ ରୋଗୀଙ୍କ ସଂଖ୍ୟା ୨୦,୫୪୬ କମିଛି।
India reports 2,86,384 new #COVID19 cases, 573 deaths and 3,06,357 recoveries in the last 24 hours
Active case: 22,02,472 (5.46%)
Daily positivity rate: 19.59%Total Vaccination : 1,63,84,39,207 pic.twitter.com/NKqlGIVaD6
— ANI (@ANI) January 27, 2022
ଅନ୍ୟପକ୍ଷରେ ଦେଶରେ ଟିକାକରଣ ମଧ୍ୟ ଜୋରଦାର ଚାଲିଛି। ଏଯାଏ ୧୬୩.୮୪ ଡୋଜ୍ର ଟିକାକରଣ ହୋଇ ସାରିଲାଣି। ଦେଶର ୭୨% ପ୍ରାପ୍ତ ବୟସ୍କ କରୋନା ଟିକାର ଦୁଇଟି ଯାକ ଡୋଜ୍ ନେଇଛନ୍ତି। ସେହିପରି ୧୫ରୁ ୧୮ ବର୍ଷ ବର୍ଗରେ ଥିବା ୫୨% ପିଲାଙ୍କୁ କରୋନା ଟିକାର ପ୍ରଥମ ଡୋଜ୍ ଦିଆଯାଇଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।