ସିନା ବୋରା ହତ୍ୟାକାଣ୍ଡ : ୬ ବର୍ଷ ପରେ ଜାମିନରେ ମୁକୁଳିଲେ ମା’ ଇନ୍ଦ୍ରାଣୀ ମୁଖାର୍ଜୀ

ମୁମ୍ବାଇ: ବହୁଚର୍ଚ୍ଚିତ ସିନା ବୋରା ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ମା’ ଇନ୍ଦ୍ରାଣୀ ମୁଖାର୍ଜୀ ଆଜି ଜେଲରୁ ଜାମିନରେ ମୁକୁଳିଛନ୍ତି। ମୁମ୍ବାଇର ବାଇକୁଲା ଜେଲରୁ ୬ ବର୍ଷ ପରେ ଇନ୍ଦ୍ରାଣୀ ମୁଖାର୍ଜୀ ମୁକ୍ତ ହୋଇଛନ୍ତି। ବୁଧବାର ଇନ୍ଦ୍ରାଣୀଙ୍କ ଜାମିନ ମଞ୍ଜୁର କରିଥିଲେ ସୁପ୍ରିମକୋର୍ଟ। ଜେଲରୁ ମୁକୁଳିବା ବେଳେ ଇନ୍ଦ୍ରାଣୀ ଏକ ଧଳା ଚୁଡ଼ିଦାର ପିନ୍ଧିଥିବା ନଜରକୁ ଆସିଛନ୍ତି।  ଜେଲରୁ ବାହାରିବା ପରେ ଇନ୍ଦ୍ରାଣୀ କହିଛନ୍ତି ଯେ ସେ ନିଜ ଭିତରେ ଆଶ୍ୱସ୍ତି ଅନୁଭବ କରୁଛନ୍ତି। ଭବିଷ୍ୟତ ଯୋଜନା ସମ୍ପର୍କରେ […]

sina

sina

Tapas Behera
  • Published: Friday, 20 May 2022
  • Updated: 21 May 2022, 05:55 PM IST

Sports

Latest News

ମୁମ୍ବାଇ: ବହୁଚର୍ଚ୍ଚିତ ସିନା ବୋରା ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ମା’ ଇନ୍ଦ୍ରାଣୀ ମୁଖାର୍ଜୀ ଆଜି ଜେଲରୁ ଜାମିନରେ ମୁକୁଳିଛନ୍ତି। ମୁମ୍ବାଇର ବାଇକୁଲା ଜେଲରୁ ୬ ବର୍ଷ ପରେ ଇନ୍ଦ୍ରାଣୀ ମୁଖାର୍ଜୀ ମୁକ୍ତ ହୋଇଛନ୍ତି। ବୁଧବାର ଇନ୍ଦ୍ରାଣୀଙ୍କ ଜାମିନ ମଞ୍ଜୁର କରିଥିଲେ ସୁପ୍ରିମକୋର୍ଟ। ଜେଲରୁ ମୁକୁଳିବା ବେଳେ ଇନ୍ଦ୍ରାଣୀ ଏକ ଧଳା ଚୁଡ଼ିଦାର ପିନ୍ଧିଥିବା ନଜରକୁ ଆସିଛନ୍ତି।  ଜେଲରୁ ବାହାରିବା ପରେ ଇନ୍ଦ୍ରାଣୀ କହିଛନ୍ତି ଯେ ସେ ନିଜ ଭିତରେ ଆଶ୍ୱସ୍ତି ଅନୁଭବ କରୁଛନ୍ତି। ଭବିଷ୍ୟତ ଯୋଜନା ସମ୍ପର୍କରେ କିଛି ଚିନ୍ତା କରି ନଥିବା ସେ କହିଛନ୍ତି। ବହୁ ଦିନ ପରେ ମୁଁ ଖୋଲା ଆକାଶ ଦେଖିଲି, ସେଥିପାଇଁ ମୁଁ ବହୁତ ଖୁସି। ମୁଁ ଜେଲରେ ଥିବା ବେଳେ ଅନେକ କିଛି ଶିଖିଛି। ସେ ସବୁ ଅଭିଜ୍ଞତା ବିଷୟରେ ମୁଁ ପରବର୍ତ୍ତୀ ସାକ୍ଷାତକାରରେ କହିବି ବୋଲି ସେ କହିଛନ୍ତି। ୨ ଲକ୍ଷ ଟଙ୍କା ମୁଚାଲିକାରେ ବୁଧବାର ଇନ୍ଦ୍ରାଣୀ ମୁଖାର୍ଜୀଙ୍କ  ଜାମିନ ମଞ୍ଜୁର କରିଥିଲେ ସୁପ୍ରିମକୋର୍ଟ। ଆସନ୍ତା ୨ ସପ୍ତାହ ମଧ୍ୟରେ ଏହି ଅର୍ଥରାଶି ଦାଖଲ କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।

ସାଢ଼େ ୬ ବର୍ଷ କାଳ ଜେଲ୍‌ରେ ରହିବା ପରେ ଜାମିନ ପାଇଛନ୍ତି ଇନ୍ଦ୍ରାଣୀ । ଝିଅ ସିନା ବୋରା ହତ୍ୟା ମାମଲାରେ ଇନ୍ଦ୍ରାଣୀ ହେଉଛନ୍ତି ମୁଖ୍ୟ ଅଭିଯୁକ୍ତ। ୨୦୧୨ରେ ଝିଅ ସିନା ବୋରାଙ୍କୁ ଇନ୍ଦ୍ରାଣୀ ହତ୍ୟା କରିଥିବା ଅଭିଯୋଗ ହୋଇ ଥିଲା। ୨୦୧୫ ମସିହାରୁ ଇନ୍ଦ୍ରାଣୀ ମୁମ୍ବାଇର ବାଇକୁଲା ଜେଲରେ ଥିଲେ। ଇନ୍ଦ୍ରାଣୀ ମୁଖାର୍ଜୀଙ୍କ ଡ୍ରାଇଭର ଶ୍ୟାମବର ରାୟଙ୍କୁ ବନ୍ଧୁକ ସହ ଗିରଫ କରିବା ପରେ ​ସିନା ବୋରା ହତ୍ୟାକାଣ୍ଡ ମାମଲା ସାମ୍ନାକୁ ଆସିଥିଲା।

ଏହି ମାମଲାର ରାୟ ଶୁଣାଇ ସୁପ୍ରିମ୍‌କ‌ୋର୍ଟ କହିଛନ୍ତି, ଆମେ ଇନ୍ଦ୍ରାଣୀ ମୁଖାର୍ଜୀଙ୍କୁ ଜାମିନ ମଞ୍ଜୁର କରୁଛୁ। ଜେଲ୍‌ରେ ସେ ସାଢ଼େ ୬ ବର୍ଷ ବିତାଇଲେଣି, ଯାହା ଯଥେଷ୍ଟ ହେଲାଣି। ଦୀର୍ଘ ସମୟ ଜେଲ୍‌ରେ ଅତିବାହିତ କରିସାରିଥିବାରୁ ସେ ଜାମିନ ପାଇବାକୁ ହକ୍‌ଦାର୍‌। କିନ୍ତୁ ତାଙ୍କୁ ସର୍ତ୍ତମୂଳକ ଜାମିନ ମିଳିବ। ବିଚାରକୁ ପ୍ରଭାବିତ କରିବାର ସମ୍ଭାବନା ଥିବାରୁ ଉକ୍ତ ମାମଲାର ଯଥାର୍ଥତା ଉପରେ ଆମେ କୌଣସି ମତବ୍ୟକ୍ତ କରୁନାହୁଁ।

ଏହାପୂର୍ବରୁ ୨୦୨୦ରେ ଏହି ମାମଲାର ସହ ଅଭିଯୁକ୍ତ ଥିବା ପିଟର ମୁଖାର୍ଜୀ ଜାମିନ ପାଇ ଜେଲ୍‌ରୁ ମୁକ୍ତ ହୋଇସାରିଛନ୍ତି। ଏହା ପୂର୍ବରୁ ସିବିଆଇ ଇନ୍ଦ୍ରାଣୀ ମୁଖାର୍ଜୀଙ୍କ ଜାମିନକୁ ବିରୋଧ କରି ନିଜ ଜବାବ ଦାଖଲ କରିଥିଲା। ସିବିଆଇ କହିଥିଲା, ଇନ୍ଦ୍ରାଣୀ ନିଜ ଝିଅକୁ ହତ୍ୟା କରିବା ପାଇଁ ଯୋଜନା କରିଥିଲେ ଏବଂ ହତ୍ୟା ଭଳି ଜଘନ୍ୟ କାଣ୍ଡ ଘଟାଇଥିଲେ। ଫେବୃଆରୀ ୧୮ରେ ଇନ୍ଦ୍ରାଣୀ ମୁଖାର୍ଜୀଙ୍କ ଜାମିନ ଆବେଦନ ଉପରେ କୋର୍ଟ ସିବିଆଇକୁ ନୋଟିସ ଜାରି କରି ଏହାର ଜବାବ ମାଗିଥିଲେ।

ଇନ୍ଦ୍ରାଣୀ ମୁଖାର୍ଜୀଙ୍କ ପାଇଁ ବରିଷ୍ଠ ଓକିଲ ମୁକୁଲ ରୋହତଗୀ ଲଢ଼ିଥିଲେ। ସେ କହିଥିଲେ, ଏହି ମାମଲାରେ ୧୮୫ ଜଣ ସାକ୍ଷୀଙ୍କୁ ଏପର୍ଯ୍ୟନ୍ତ ଯାଞ୍ଚ କରାଯାଇ ନାହିଁ। ଗତ ଦେଢ଼ ବର୍ଷରେ କୌଣସି ସାକ୍ଷୀଙ୍କ ଯାଞ୍ଚ କରାଯାଇ ନାହିଁ। ତାଙ୍କ ସ୍ୱାମୀ ଜାମିନରେ ଅଛନ୍ତି। ଇନ୍ଦ୍ରାଣୀ ମୁଖାର୍ଜୀ ମଧ୍ୟ ମାନସିକ ରୋଗରେ ପୀଡ଼ିତ। ସିନା ବୋରା ହତ୍ୟା ମାମଲାରେ ଏକ ସ୍ୱତନ୍ତ୍ର ସିବିଆଇ କୋର୍ଟର ନ୍ୟାୟିକ ହେପାଜତରେ ଥିବା ଇନ୍ଦ୍ରାଣୀ ମୁଖାର୍ଜୀ ସୁପ୍ରିମକୋର୍ଟରେ ଜାମିନ ଆବେଦନ କରିଥିଲେ। ଏହାପୂର୍ବରୁ ଇନ୍ଦ୍ରାଣୀ ମୁଖାର୍ଜୀ ବମ୍ବେ ହାଇକୋର୍ଟରୁ ଜାମିନ ପାଇ ପାରିନଥିଲେ।

ଉଲ୍ଲେଖଯୋଗ୍ୟ ଯେ, ଶିନା ବୋରା ହତ୍ୟାକାଣ୍ଡ ମାମଲାରେ ୨୦୧୨ରୁ ସିବିଆଇ ତଦନ୍ତ କରୁଛି। ଇନ୍ଦ୍ରାଣୀ ମୁଖାର୍ଜୀଙ୍କ ଉପରେ ନିଜ ଝିଅ ଶିନା ବୋରାଙ୍କୁ ହତ୍ୟା କରିବା ଅଭିଯୋଗ ରହିଛି। ୨୦୧୨ ଏପ୍ରିଲ ୨୪ରେ ଶିନା ବୋରାଙ୍କୁ ହତ୍ୟା କରିବା ଅଭିଯୋଗରେ ମୁଖାର୍ଜୀଙ୍କ ଉପରେ ମାମଲା ଚାଲିଛି। ତାଙ୍କୁ ମୁମ୍ବାଇ ଖାର୍‌ ପୁଲିସ ୨୦୧୫ ଅଗଷ୍ଟ ୨୫ ତାରିଖରେ ଏହି ମାମଲାରେ ଗିରଫ କରିଥିଲା। ସେ ସେପ୍ଟେମ୍ବର ୨୦୧୫ରୁ ବାଇକୁଲା ଜେଲ୍‌ରେ ବନ୍ଦୀ ଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story