ଜୁନ୍‌ରେ ବି ବିଦେଶକୁ ଉଡ଼ିବନି ବିମାନ, ୧୫ ମାସ ହେଲା ବନ୍ଦ ରହିଛି ସେବା

ନୂଆଦିଲ୍ଲୀ: ପୂର୍ବଭଳି ଜୁନ୍‌ ମାସରେ ମଧ୍ୟ ବିଦେଶୀକୁ ଯାତ୍ରୀବାହୀ ବିମାନ ଉଡ଼ି ପାରିବ ନାହିଁ। କେନ୍ଦ୍ର ସରକାର ମହାମାରୀ କରୋନାକୁ ଦୃଷ୍ଟିରେ ବିଦେଶକୁ ବିମାନ ଉଡ଼ାଣ ଉପରେ ଲାଗିଥିବା କଟକଣାକୁ ଜୁନ୍‌ ୩୦ ଯାଏ ବୃଦ୍ଧି କରିଛନ୍ତି। ପ୍ରାୟ ୧୫ ମାସ ତଳେ ଭାରତ ସରକାର ବିଦେଶକୁ ବିମାନ ଉଡ଼ାଣ ବନ୍ଦ କରିଥିଲେ। ଇତି ମଧ୍ୟରେ ୧୫ ମାସ ବିତି ଯାଇଥିଲେ ହେଁ ଅନ୍ତର୍ଜାତୀୟ ବିମାନ ସେବା ଆରମ୍ଭ ହୋଇପାରୁ ନାହିଁ। ନିୟମିତ ଯାତ୍ରୀବାହୀ ବିମାନ ଉପରେ […]

Flight

Flight

Hemant Lenka
  • Published: Friday, 28 May 2021
  • Updated: 28 May 2021, 05:52 PM IST

Sports

Latest News

ନୂଆଦିଲ୍ଲୀ: ପୂର୍ବଭଳି ଜୁନ୍‌ ମାସରେ ମଧ୍ୟ ବିଦେଶୀକୁ ଯାତ୍ରୀବାହୀ ବିମାନ ଉଡ଼ି ପାରିବ ନାହିଁ। କେନ୍ଦ୍ର ସରକାର ମହାମାରୀ କରୋନାକୁ ଦୃଷ୍ଟିରେ ବିଦେଶକୁ ବିମାନ ଉଡ଼ାଣ ଉପରେ ଲାଗିଥିବା କଟକଣାକୁ ଜୁନ୍‌ ୩୦ ଯାଏ ବୃଦ୍ଧି କରିଛନ୍ତି। ପ୍ରାୟ ୧୫ ମାସ ତଳେ ଭାରତ ସରକାର ବିଦେଶକୁ ବିମାନ ଉଡ଼ାଣ ବନ୍ଦ କରିଥିଲେ।

ଇତି ମଧ୍ୟରେ ୧୫ ମାସ ବିତି ଯାଇଥିଲେ ହେଁ ଅନ୍ତର୍ଜାତୀୟ ବିମାନ ସେବା ଆରମ୍ଭ ହୋଇପାରୁ ନାହିଁ। ନିୟମିତ ଯାତ୍ରୀବାହୀ ବିମାନ ଉପରେ ରୋକ ଲାଗିଥିବା ବେଳେ ବନ୍ଦେ ଭାରତ ମିଶନ ଓ ଟ୍ରାଭେଲ ବବଲ୍ସ ରହିଥିବା ଦେଶଗୁଡ଼ିକ ମଧ୍ୟରେ ବିମାନ ଚଳାଚଳ ଜାରି ରହିଛି। ଏଗୁଡ଼ିକ ଆଗକୁ ମଧ୍ୟ ଜାରି ରହିବ। ସେହିପରି ଜରୁରୀ ଓ ମେଡିସିନ ସାମଗ୍ରୀ ନେବା ଆଣିବା କରୁଥିବା ଅନ୍ତର୍ଜାତୀୟ ବିମାନଗୁଡ଼ିକ ମଧ୍ୟ କଟକଣା ମୁକ୍ତ ରହିଛନ୍ତି।

ମହାମାରୀ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଗତବର୍ଷ ମାର୍ଚ୍ଚ ୨୩ରୁ ଭାରତ ସରକାର ଅନ୍ତର୍ଜାତୀୟ ବିମାନ ସେବା ଉପରେ ରୋକ ଲଗାଇଥିଲେ। ଶୁକ୍ରବାର ଡିଜିସିଏ ଏହି କଟକଣା ଅବଧିକୁ ଜୁନ୍ ୩୦ ଯାଏ ବୃଦ୍ଧି କରିଛି। ଜୁନ୍‌ ୩୦ ରାତି ୧୧.୫୯ ଯାଏ ଏହି ନିୟମ ବଳବତ୍ତର ରହିବ।

ଅନ୍ୟପକ୍ଷରେ ଭାରତ ସରକାର ଅନ୍ତର୍ଜାତୀୟ ବିମାନ ସେବା ବନ୍ଦ ରଖିଥିଲେ ହେଁ ଗତବର୍ଷ ଠାରୁ ବନ୍ଦେ ଭାରତ ମିଶନ ଜରିଆରେ ଓ ଟ୍ରାଭେଲ ବବଲ୍ସ ଚୁକ୍ତି ଅନୁସାରେ କିଛି ନିର୍ଦ୍ଦିଷ୍ଟ ଦେଶକୁ ବିମାନ ସେବା ଆରମ୍ଭ କରିଛନ୍ତି। ତେବେ ଭାରତରେ କରୋନାର ଦ୍ୱିତୀୟ ଲହର ଦେଖାଯାଇଥିବାରୁ ୨୦ଟି ଦେଶ ଭାରତ ସହ ବିମାନ ସମ୍ପର୍କଚ୍ଛିନ୍ନ କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos