ଅପେକ୍ଷାର ଅନ୍ତ, ଚଳିତ ବର୍ଷ ଶେଷ ସୁଦ୍ଧା ବିଦେଶକୁ ବିମାନ ଉଡ଼ାଣ ସ୍ୱାଭାବିକ ହେବ!

ନୂଆଦିଲ୍ଲୀ: ମହାମାରୀ କରୋନା ପାଇଁ ଦୀର୍ଘ ଦେଢ଼ ବର୍ଷରୁ ଅଧିକ ଦିନ ହେବ ବିଦେଶକୁ ବନ୍ଦ ରହିଥିବା ନିୟମିତ ବିମାନ ସେବାକୁ ନେଇ ଆସିଛି ବଡ଼ ଖବର। ଏବେ ଆସିଥିବା ଖବର ଅନୁଯାୟୀ, ଚଳିତ ବର୍ଷ ଶେଷ ସୁଦ୍ଧା ପୁଣିଥରେ ବିଦେଶକୁ ବିମାନ ଉଡ଼ାଣ ପ୍ରକ୍ରିୟା ସ୍ୱାଭାବିକ ହେବ। ଡିସେମ୍ବର ମାସ ସରିବା ପୂର୍ବରୁ ହିଁ ଅନ୍ତର୍ଜାତୀୟ ବିମାନ ସେବାକୁ ସ୍ୱାଭାବିକ କରିବାକୁ ପ୍ରୟାସ ଚାଲିଥିବା ବେସାମରିକ ବିମାଦ ଚଳାଚଳ ମନ୍ତ୍ରଣାଳୟର ସଚିବ ରାଜୀବ ବଂସଲ ଆଜି […]

Flight

Flight

Hemant Lenka
  • Published: Wednesday, 24 November 2021
  • Updated: 24 November 2021, 04:15 PM IST

Sports

Latest News

ନୂଆଦିଲ୍ଲୀ: ମହାମାରୀ କରୋନା ପାଇଁ ଦୀର୍ଘ ଦେଢ଼ ବର୍ଷରୁ ଅଧିକ ଦିନ ହେବ ବିଦେଶକୁ ବନ୍ଦ ରହିଥିବା ନିୟମିତ ବିମାନ ସେବାକୁ ନେଇ ଆସିଛି ବଡ଼ ଖବର। ଏବେ ଆସିଥିବା ଖବର ଅନୁଯାୟୀ, ଚଳିତ ବର୍ଷ ଶେଷ ସୁଦ୍ଧା ପୁଣିଥରେ ବିଦେଶକୁ ବିମାନ ଉଡ଼ାଣ ପ୍ରକ୍ରିୟା ସ୍ୱାଭାବିକ ହେବ। ଡିସେମ୍ବର ମାସ ସରିବା ପୂର୍ବରୁ ହିଁ ଅନ୍ତର୍ଜାତୀୟ ବିମାନ ସେବାକୁ ସ୍ୱାଭାବିକ କରିବାକୁ ପ୍ରୟାସ ଚାଲିଥିବା ବେସାମରିକ ବିମାଦ ଚଳାଚଳ ମନ୍ତ୍ରଣାଳୟର ସଚିବ ରାଜୀବ ବଂସଲ ଆଜି ସୂଚନା ଦେଇଛନ୍ତି।

୨୦୨୦ ମସିହା ମାର୍ଚ୍ଚ ମାସରେ ଦେଶରେ ଲକଡାଉନ ଘୋଷଣା କରାଯାଇଥିଲା। ସେବେଠାରୁ ନିୟମିତ ଅନ୍ତର୍ଜାତୀୟ ବିମାନ ସେବାକୁ ବାତିଲ କରାଯାଇଥିଲା। ପରବର୍ତ୍ତୀ ଅବସ୍ଥାରେ କରୋନା ସଂକ୍ରମଣ ହ୍ରାସ ପାଇବାରୁ ଲକଡାଉନ ହଟିଥିଲା। କିନ୍ତୁ ଅନ୍ତର୍ଜାତୀୟ ବିମାନ ସେବାକୁ ଏଯାଏ ସ୍ୱାଭାବିକ କରାଯାଇ ପାରିନି।

ନିୟମିତ ଅନ୍ତର୍ଜାତୀୟ ବିମାନ ସେବା ବନ୍ଦ ରହିଥିଲେ ମଧ୍ୟ ଭାରତ ସରକାର ନିର୍ଦ୍ଦିଷ୍ଟ ମାର୍ଗରେ ବିମାନ ଉଡ଼ାଣ ପାଇଁ ଅନୁମତି ଦେଇଥିଲେ। ସେହିପରି ସଂକ୍ରମଣ ହ୍ରାସ ଓ ଟିକାକରଣ ବଢ଼ିବା ପରେ ଏୟାର ବବଲ୍ସ ଚୁକ୍ତି କରିଥିବା ଦେଶଗୁଡ଼ିକ ସହ ବିମାନ ସେବା ଆରମ୍ଭ କରାଯାଇଛି। ଭାରତ ସରକାର ଏଯାଏ ୨୫ଟି ଦେଶ ସହ ଏପରି ଡିଲ୍‌ କରିଛନ୍ତି।

ଏବେ ମିଳିଥିବା ସୂଚନା ଅନୁଯାୟୀ, କରୋନା ପୂର୍ବରୁ ଯେଉଁଭଳି ଅନ୍ତର୍ଜାତୀୟ ବିମାନ ସେବା ଚାଲୁଥିଲା ଏବେ ସେପରି ସ୍ଥିତି ସୃଷ୍ଟି ହେବ। ସରକାର ଏଥିପାଇଁ ଜୋରଦାର ପ୍ରୟାସ କରୁଛନ୍ତି। ଗତ ସପ୍ତାହରେ କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ ମଧ୍ୟ ଭାରତ ସରକାର ଅନ୍ତର୍ଜାତୀୟ ବିମାନ ସେବାକୁ ସ୍ୱାଭାବିକ କରିବାକୁ ଖୁବଶୀଘ୍ର ପଦକ୍ଷେପ ନେବେ ବୋଲି କହିଥିଲେ।

ସୂଚନାଯୋଗ୍ୟ, ଅନ୍ତର୍ଜାତୀୟ ବିମାନ ସେବା ଭଳି ଘରୋଇ ବିମାନ ସେବା ଉପରେ ମଧ୍ୟ କଟକଣା ଲାଗିଥିଲା। ସଂକ୍ରମଣ କମିବା ପରେ କିଛି ନିର୍ଦ୍ଦିଷ୍ଟ ରୁଟରେ ବିମାନ ସେବା ଆରମ୍ଭ ହୋଇଥିଲା। ଗତ ମାସରେ ହିଁ କେନ୍ଦ୍ର ସରକାର ଘରୋଇ ବିମାନ ସେବା ପୂର୍ଣ୍ଣ କ୍ଷମତାର ସହ କରିବାକୁ ଅନୁମତି ଦେଇଛନ୍ତି।

କରୋନା ବେଳେ ମାତ୍ର ୨ ମାସ ପାଇଁ ଘରୋଇ ବିମାନ ସେବା ବନ୍ଦ ରହିଥିଲା। ଏହାପରେ ୨୦୨୦ ମେ’ ମାସରୁ ଶକ୍ତ କଟକଣା ମଧ୍ୟରେ ବିମାନ ସେବାକୁ ଆରମ୍ଭ କରାଯାଇଥିଲା। ପ୍ରଥମେ ୩୩% କ୍ଷମତାର ସହ ବିମାନ ସେବା ଆରମ୍ଭ କରିବାକୁ ସରକାର ଅନୁମତି ଦେଇଥିଲେ। ଏହାପରେ ଗତବର୍ଷ ଡିସେମ୍ବରରେ ଏହାକୁ ୮୦%କୁ ବୃଦ୍ଧି କରାଯାଇଥିଲା। ସେହିପରି ଚଳିତ ବର୍ଷ ଜୁନ୍ ମାସରେ କରୋନାର ଦ୍ୱିତୀୟ ୱେଭ ଯୋଗୁ ପୁଣିଥରେ ସରକାର ସିଟ୍ କ୍ଷମତାକୁ ୫୦%କୁ ହ୍ରାସ କରିଥିଲେ। ଏବେ ଏହାକୁ ୧୦୦%କୁ ବୃଦ୍ଧି କରି ସରକାର ବିମାନ ସେବାକୁ ଅନୁମତି ଦେଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos