ଇଣ୍ଟରନେଟ ବନ୍ଦ, ୪ ଦିନ ପାଇଁ ଲାଗୁ ହେଲା କର୍ଫ୍ୟୁ

ଅମରାବତୀ: ମହାରାଷ୍ଟ୍ରର ଅମରାବତୀରେ ଆଜି ବନ୍ଦ ଡାକରା ବେଳେ ହୋଇଥିବା ହିଂସାକାଣ୍ଡ ତୀବ୍ର ରୂପ ଧାରଣ କରିଛି। ବିଭିନ୍ନ ସ୍ଥାନରେ ପୋଡ଼ାଜଳା ଘଟିଥିବା ବେଳେ ପୁଲିସ୍‌ ଓ ବିକ୍ଷୋଭକାରୀଙ୍କ ମଧ୍ୟ ସଂଘର୍ଷ ଦେଖିବାକୁ ମିଳିଛି। ସ୍ଥିତି ଏପରି ହୋଇଛି ଯେ ଅମରାବତୀରେ ଇଣ୍ଟରନେଟ ସେବାକୁ ବନ୍ଦ କରିଦିଆଯାଇଛି। ସେହିପରି ୪ ଦିନ ପୂରା ଜିଲ୍ଲାରେ କର୍ଫ୍ୟୁ ଲାଗୁ କରାଯାଇଛି। ତ୍ରିପୁରାରେ ସୃଷ୍ଟି ହୋଇଥିବା ସଂପ୍ରଦାୟିକ ହିଂସା ବିରୋଧରେ ଗୋଟିଏ ଦିନ ପୂର୍ବରୁ ମୁସଲିମ ସଂପ୍ରଦାୟର ଲୋକମାନେ ଅମରାବତୀରେ […]

amaravati

amaravati

Hemant Lenka
  • Published: Saturday, 13 November 2021
  • Updated: 13 November 2021, 09:00 PM IST

Sports

Latest News

ଅମରାବତୀ: ମହାରାଷ୍ଟ୍ରର ଅମରାବତୀରେ ଆଜି ବନ୍ଦ ଡାକରା ବେଳେ ହୋଇଥିବା ହିଂସାକାଣ୍ଡ ତୀବ୍ର ରୂପ ଧାରଣ କରିଛି। ବିଭିନ୍ନ ସ୍ଥାନରେ ପୋଡ଼ାଜଳା ଘଟିଥିବା ବେଳେ ପୁଲିସ୍‌ ଓ ବିକ୍ଷୋଭକାରୀଙ୍କ ମଧ୍ୟ ସଂଘର୍ଷ ଦେଖିବାକୁ ମିଳିଛି। ସ୍ଥିତି ଏପରି ହୋଇଛି ଯେ ଅମରାବତୀରେ ଇଣ୍ଟରନେଟ ସେବାକୁ ବନ୍ଦ କରିଦିଆଯାଇଛି। ସେହିପରି ୪ ଦିନ ପୂରା ଜିଲ୍ଲାରେ କର୍ଫ୍ୟୁ ଲାଗୁ କରାଯାଇଛି।

ତ୍ରିପୁରାରେ ସୃଷ୍ଟି ହୋଇଥିବା ସଂପ୍ରଦାୟିକ ହିଂସା ବିରୋଧରେ ଗୋଟିଏ ଦିନ ପୂର୍ବରୁ ମୁସଲିମ ସଂପ୍ରଦାୟର ଲୋକମାନେ ଅମରାବତୀରେ ବିକ୍ଷୋଭ କରିଥିଲେ। ଏହି ବିକ୍ଷୋଭକୁ କାଉଣ୍ଟର କରିବା ପାଇଁ ଆଜି ସ୍ଥାନୀୟ ବିଜେପି କର୍ମୀମାନେ ଅମରାବତୀ ବନ୍ଦ କରିଥିଲେ।

ବନ୍ଦ ବେଳେ ବିକ୍ଷୋଭକାରୀମାନେ ଗୋଟିଏ ଦୋକାନକୁ ଟାର୍ଗେଟ କରି ପଥରମାଡ଼ କରିଥିଲେ। ଏହାକୁ ନେଇ ଦୁଇ ଗୋଷ୍ଠୀଙ୍କ ମଧ୍ୟରେ ସଂଘର୍ଷ ଘଟିଥିଲା। ଏପରି କି ପୋଡ଼ାଜଳା ମଧ୍ୟ ଦେଖିବାକୁ ମିଳିଛି।

ଘଟଣାକୁ ନେଇ ଅପପ୍ରଚାରର ଆଶଙ୍କା ଥିବାରୁ ପ୍ରଶାସନ ୩ ଦିନ ପାଇଁ ଇଣ୍ଟରନେଟ ସେବାକୁ ବନ୍ଦ କରି ଦେଇଛି। ସେହିପରି ୪ ଦିନ ପାଇଁ କର୍ଫ୍ୟୁ ଲାଗୁ କରାଯାଇଛି। ଏହାଦ୍ୱାରା ୪ରୁ ଅଧିକ ଲୋକ ଗୋଟିଏ ସ୍ଥାନରେ ଏକାଠି ହୋଇ ପାରିବେ ନାହିଁ। ଆଜି ସକାଳୁ ଶତାଧିକ ଲୋକ ଗେରୁଆ ରଙ୍ଗର ପତାକା ଧରି ଅମରାବତୀ ଜିଲ୍ଲାର ରାଜକମଲ ଚୌକରେ ଏକାଠି ହୋଇଥିଲେ।

ସେମାନେ ବିଭିନ୍ନ ପ୍ରକାରର ନାରାବାଜୀ କରିଥିଲେ। କିଛି ସମୟ ମଧ୍ୟରେ ଏହି ବିକ୍ଷୋଭ ହିଂସାତ୍ମକ ରୂପ ନେଇଥିଲା। ବିକ୍ଷୋଭକାରୀ ମାନେ ରାଜକମଲ ଚୌକରେ ଥିବା ଗୋଟିଏ ଦୋକାନ ଓ ଆଉ କିଛି ପ୍ରତିଷ୍ଠାନ ଉପରକୁ ଟେକାପଥର ମାଡ଼ କରିଥିଲେ। ପୁଲିସ୍‌ ପକ୍ଷରୁ ଭିଡ଼ ନିୟନ୍ତ୍ରଣ କରିବାକୁ ବାଧ୍ୟ ହୋଇ ଲାଠିଚାର୍ଜ କରାଯାଇଥିଲା।

ଶୁକ୍ରବାର ମୁସଲିମ ସଂପ୍ରଦାୟର ଲୋକମାନେ ଅମରାବତୀ, ନାନ୍ଦେନ୍ଦ, ମାଲେଗାଓଁ, ୱାଶିମ ଓ ୟବତମାଲାରେ ବିକ୍ଷୋଭ କରିଥିଲେ। ଏହି ସମୟରେ ମଧ୍ୟ ପଥର ମାଡ଼ ହୋଇଥିଲା। ଅମରାବତୀ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ୮ ହଜାରରୁ ଅଧିକ ଲୋକ ଏକାଠି ହୋଇ ତ୍ରିପୁରାରେ ସଂଖ୍ୟାଲଘୁଙ୍କ ଉପରେ ଚାଲିଥିବା ଅତ୍ୟାଚାର ବନ୍ଦ କରିବାକୁ ଦାବି କରିଥିଲେ। ସେମାନେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ସ୍ମାରକପତ୍ର ଦେଇ ଫେରୁଥିବା ବେଳେ ହଠାତ୍‌ ଚିତ୍ରା ଚୌକରୁ କଟ୍ଟନ ମାର୍କେଟ ମଧ୍ୟରେ ଥିବା ୩ଟି ସ୍ଥାନରେ ପଥର ମାଡ଼ ଘଟଣା ଘଟିଥିଲା।

ପୁଲିସ୍‌ ଆଜି ଓ କାଲିର ଘଟଣାରେ ୨୦ଟି ଏଫଆଇଆର ରୁଜୁ କରି ୨୦ ଜଣଙ୍କୁ ଗିରଫ କରିଛି। ସେହିପରି ଆଉ ୪ ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story