ପୁଣିଥରେ ୩ ସୀମାରେ ଇଣ୍ଟରନେଟ ବନ୍ଦ

ନୂଆଦିଲ୍ଲୀ: କୃଷି ଆଇନ ବିରୋଧରେ ଆନ୍ଦୋଳନ ଚାଲିଥିବା ଦିଲ୍ଲୀର ୩ ସୀମାନ୍ତ ଅଞ୍ଚଳ ସିଙ୍ଘୁ, ଗାଜିପୁର ଓ ଟିକରିରେ ଆଜି ପୁଣିଥରେ ଅସ୍ଥାୟୀ ଭାବେ ଇଣ୍ଟରନେଟ୍‌ ସେବାକୁ ବନ୍ଦ କରି ଦିଆଯାଇଛି। ଶୁକ୍ରବାର ମଧ୍ୟରାତ୍ରରୁ ଏଠାରେ ଇଣ୍ଟରନେଟ୍‌ ସେବା ବନ୍ଦ ହୋଇଛି। ଏହା ଶନିବାର ମଧ୍ୟରାତ୍ର ଯାଏ ଚାଲିବ ବୋଲି ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି। ଲୋକଙ୍କ ସୁରକ୍ଷା ଦୃଷ୍ଟିରୁ ଜରୁରୀ କାଳୀନ ସ୍ଥିତିରେ ଏଭଳି ବ୍ୟବସ୍ଥା କରାଯାଇଥିବା ଜଣାପଡ଼ିଛି।

ଏହାପୂର୍ବରୁ ଜାନୁଆରୀ ୨୯ ରାତି ୧୧ଟାରୁ ଜାନୁଆରୀ ରାତି ୧୧ ଯାଏ ଏହି ୩ଟି ସ୍ଥାନରେ ଇଣ୍ଟରନେଟ ସେବା ବନ୍ଦ କରାଯାଇଥିଲା। ପରବର୍ତ୍ତୀ ଅବସ୍ଥାରେ ଏହି ସମୟସୀମାକୁ ଫେବୃଆରୀ ୨ ଯାଏ ବୃଦ୍ଧି କରାଯାଇଥିଲା। ଗଣତନ୍ତ୍ର ଦିବସରେ ଅନୁଷ୍ଠିତ ଟ୍ରାକ୍ଟର ରାଲି ବେଳେ ପ୍ରବଳ ହିଂସକାଣ୍ଡ ଘଟିଥିଲା। ଏହାକୁ ଦୃଷ୍ଟିରେ ରଖି ହରିଆଣା ଓ ପଞ୍ଜାବର ଏକାଧିକ ସ୍ଥାନରେ ବି ଇଣ୍ଟରନେଟ ସେବା ବନ୍ଦ କରାଯାଇଥିଲା।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।