ଅଲକାଏଦାର କଶ୍ମୀର ବୟାନ ପଛରେ ପାକିସ୍ତାନର ଗୁଇନ୍ଦା ସଂସ୍ଥା!

ନୂଆଦିଲ୍ଲୀ: ପୁଣିଥରେ ପାକିସ୍ତାନର ଗୁଇନ୍ଦା ସଂସ୍ଥା ଆଇଏସ୍‌ଆଇର ଭାରତ ବିରୋଧୀ ଷଡ଼ଯନ୍ତ୍ର ସାମ୍ନାକୁ ଆସିଛି। ଆମେରିକା ସେନା ଆଫଗାନ ଛାଡ଼ିବା ପରେ କୁଖ୍ୟାତ ଆତଙ୍କୀ ସଂଗଠନ ଅଲକାଏଦା ଗୋଟିଏ ବିବୃତି ଜାରି କରି କଶ୍ମୀରର ସ୍ୱାଧୀନତା କଥା କହିଥିଲା। ତେବେ ଅଲକାଏଦାର ଏହି କଶ୍ମୀର ବିବୃତି ପଛରେ ପାକିସ୍ତାନର ଗୁଇନ୍ଦା ସଂସ୍ଥା ଆଇଏସ୍‌ଆଇର ହାତ ଥିବା ଜଣାପଡ଼ିଛି। ଅଲକାଏଦା ତଥାକଥିତ ସବୁ ଇସଲାମି ମାଟିର ସ୍ୱାଧୀନତା କଥା କହିଥିଲେ ହେଁ ଚାଇନାର ଜିନଜିଆଙ୍ଗ ଓ ରୁଷର ଚେଚନିୟାକୁ […]

Terrorist

Terrorist

Hemant Lenka
  • Published: Thursday, 02 September 2021
  • Updated: 02 September 2021, 04:33 PM IST

Sports

Latest News

ନୂଆଦିଲ୍ଲୀ: ପୁଣିଥରେ ପାକିସ୍ତାନର ଗୁଇନ୍ଦା ସଂସ୍ଥା ଆଇଏସ୍‌ଆଇର ଭାରତ ବିରୋଧୀ ଷଡ଼ଯନ୍ତ୍ର ସାମ୍ନାକୁ ଆସିଛି। ଆମେରିକା ସେନା ଆଫଗାନ ଛାଡ଼ିବା ପରେ କୁଖ୍ୟାତ ଆତଙ୍କୀ ସଂଗଠନ ଅଲକାଏଦା ଗୋଟିଏ ବିବୃତି ଜାରି କରି କଶ୍ମୀରର ସ୍ୱାଧୀନତା କଥା କହିଥିଲା। ତେବେ ଅଲକାଏଦାର ଏହି କଶ୍ମୀର ବିବୃତି ପଛରେ ପାକିସ୍ତାନର ଗୁଇନ୍ଦା ସଂସ୍ଥା ଆଇଏସ୍‌ଆଇର ହାତ ଥିବା ଜଣାପଡ଼ିଛି।

ଅଲକାଏଦା ତଥାକଥିତ ସବୁ ଇସଲାମି ମାଟିର ସ୍ୱାଧୀନତା କଥା କହିଥିଲେ ହେଁ ଚାଇନାର ଜିନଜିଆଙ୍ଗ ଓ ରୁଷର ଚେଚନିୟାକୁ ନିଜ ବିବୃତିରୁ ବାଦ ଦେଇଛି। ତେଣୁ ଯେ ଅଲକାଏଦା ପାକିସ୍ତାନ କଥାରେ କଶ୍ମୀର ସମ୍ପର୍କରେ ବୟାନ ଦେଇଥିବା ସ୍ପଷ୍ଟ ହେଉଛି ବୋଲି ଭାରତ ସରକାରଙ୍କ ସୂତ୍ରରୁ ଜଣାପଡ଼ିଛି।

ଜଣେ ସରକାରୀ ଅଧିକାରୀ ନିଜ ନାଁ ଗୋପନ ରଖି କହିଛନ୍ତି, ଅଲକାଏଦାର ବିବୃତିରେ ଜିହାଦ ପାଇଁ ଆହ୍ୱାନ ଦେବା ଚିନ୍ତାର ବିଷୟ। ତାଲିବାନ ଏଜେଣ୍ଡାରେ କେବେ ହେଲେ ପୂର୍ବରୁ କଶ୍ମୀର ନଥିଲା। କିନ୍ତୁ ଅଲକାଏଦା ତାଲିବାନ ସପକ୍ଷରେ ମତ ଦେବା ବେଳେ କଶ୍ମୀର କଥା ଉଠାଇଛି।

ତେଣୁ ପାକିସ୍ତାନ ଆଇଏସଆଇ ପ୍ରସ୍ତୁତ କରିଥିବା ଲେଖାକୁ ଅଲକାଏଦା ନିଜ ନାଁରେ ଜାରି କରିଛି। ଏପରି ବିବୃତି ଜାରି କରି ଆଇଏସ୍‌ଆଇ ପାକିସ୍ତାନରେ ସକ୍ରିୟ ଥିବା ଜୈଶ-ଇ-ମହମ୍ମଦ ଓ ଲସ୍କର-ଇ-ତାଏବା ଭଳି ଆତଙ୍କୀ ସଂଗଠନକୁ ଉତ୍ସାହିତ କରିବାକୁ ଚାହୁଁଛନ୍ତି। ସେମାନେ କେମିତି ଅଧିକରୁ ଅଧିକ ଆକ୍ରମଣ ଭାରତ ଉପରେ କରିବେ, ସେଥିପାଇଁ ଆଇଏସ୍‌ଆଇ ଏବେ ଅଲକାଏଦା ଜରିଆରେ କଶ୍ମୀରକୁ ନେଇ ବିବୃତି ଜାରି କରିଛି।

ଅଧିକାରୀ ଜଣଙ୍କ କହିଛନ୍ତି, ବର୍ତ୍ତମାନ ଅଲକାଏଦାର ବିବୃତିକୁ ବିଶ୍ଲେଷଣ କରଯାଉଛି। କିନ୍ତୁ ଏହା ନିଶ୍ଚିତ ପକ୍ଷେ ଏକ ଚିନ୍ତାର ବିଷୟ। ଅଲକାଏଦା ବିଶ୍ୱର ମୁସଲିମମାନଙ୍କୁ ମୌଳବାଦ ଚିନ୍ତାଧାରାରେ ପ୍ରଭାବିତ କରିବାକୁ ଚାହୁଁଛି। ଏହା ମାନବଜାତି ପାଇଁ ବଡ଼ ବିପଦ। ପାକିସ୍ତାନ ନିଜ ଏଜେଣ୍ଡାକୁ ସେମାନଙ୍କ ଜରିଆରେ ଆଗକୁ ନେବାକୁ ଚାହୁଁଛି।

ପାକିସ୍ତାନ ଏବେ ଆଫଗାନ ମାଟିକୁ ‌ଆତଙ୍କୀ କାର୍ଯ୍ୟକଳାପ ପାଇଁ ବ୍ୟବହାର କରିବାକୁ ଯୋଜନା କରିଛି। ଏଠାରେ ଆତଙ୍କୀଙ୍କୁ ତାଲିମ ଦେଇ ଭାରତ ବିରୋଧରେ ବ୍ୟବହାର କରାଯିବ। ତେଣୁ ସମସ୍ତଙ୍କୁ ସତର୍କ ରହିବାକୁ ହେବ ବୋଲି ଅଧିକାରୀ ଜଣଙ୍କ କହିଛନ୍ତି।

ଆଫଗାନରେ ତାଲିବାନ ପୂର୍ଣ୍ଣ ସ୍ୱାଧୀନତା ଘୋଷଣା କରିବା ପରେ ଅଲକାଏଦା ସଂଗଠନକୁ ଶୁଭେଚ୍ଛା ଜଣାଇବାକୁ ଗୋଟିଏ ବିବୃତି ଜାରି କରିଥିଲା। ଏଥରେ କୁହାଯାଇଥିଲା ଯେ “ଇସଲାମର ଶତ୍ରୁମାନଙ୍କ କବଳରୁ ପାଲେଷ୍ଟାଇନ, ସୋମାଲିଆ, ୟେମେନ, କଶ୍ମୀର ଓ ବିଶ୍ୱରେ ଥିବା ସମସ୍ତ ଇସଲାମିକ ଜମିକୁ ସ୍ୱାଧୀନତା ମିଳିବା ଦରକାର। ଏଗୁଡ଼ିକ ଇସଲାମର ଶତ୍ରୁମାନଙ୍କ କବଳରୁ ମୁକ୍ତ ହେବା ଜରୁରୀ। ଓଃ ଆଲ୍ଲା! ବିଶ୍ୱରେ ଥିବା ସମସ୍ତ ମୁସଲିମ ବନ୍ଦୀମାନଙ୍କୁ ସ୍ୱାଧୀନତା ଦିଅନ୍ତୁ।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos