ଆଇଏସଆଇ ଟାର୍ଗେଟରେ କଶ୍ମୀର ପଣ୍ଡିତ, ହମଲା ପାଇଁ ଆତଙ୍କୀଙ୍କ ସହ ଗୁପ୍ତ ବୈଠକ

ନୂଆଦିଲ୍ଲୀ: ପୁଣିଥରେ ଭାରତ ବିରୋଧରେ ପାକିସ୍ତାନର ଗୁଇନ୍ଦା ସଂସ୍ଥା ଆଇଏସଆଇ କରିଥିବା ଷଡ଼ଯନ୍ତ୍ର ସମ୍ପର୍କରେ ତଥ୍ୟ ମିଳିଛି। ଆଇଏସଆଇ ଜମ୍ମୁ-କଶ୍ମୀରରେ ରହୁଥିବା ପଣ୍ଡିତମାନଙ୍କୁ ଟାର୍ଗେଟ କରିବାକୁ ଯୋଜନା କରିଛି। ଜମ୍ମୁ-କଶ୍ମୀରରେ ଆକ୍ରମଣ କରି ପଣ୍ଡିତଙ୍କୁ ହତ୍ୟା କରିବା ପାଇଁ ଆଇଏସଆଇ ବିଭିନ୍ନ ଆତଙ୍କୀ ସଂଗଠନକୁ ନିର୍ଦ୍ଦେଶ ଦେଇଛି। ସେପ୍ଟେମ୍ବର ୨୧ରେ ଆଇଏସ୍‌ଆଇର ଅଧିକାରୀମାନେ ପାକ୍ ଅଧିକୃତ କଶ୍ମୀରର ମୁଜାଫରବାଦ ଠାରେ ବିଭିନ୍ନ ଆତଙ୍କର ସଂଗଠନର ଆକ୍କାମାନଙ୍କ ସହ ଗୁପ୍ତ ବୈଠକ କରିଥିଲେ। ଆଇଏସଆଇ ଓ ଆତଙ୍କୀ ସଂଗଠନଗୁଡ଼ିକ […]

ISI

ISI

Hemant Lenka
  • Published: Friday, 15 October 2021
  • Updated: 15 October 2021, 01:00 PM IST

Sports

Latest News

ନୂଆଦିଲ୍ଲୀ: ପୁଣିଥରେ ଭାରତ ବିରୋଧରେ ପାକିସ୍ତାନର ଗୁଇନ୍ଦା ସଂସ୍ଥା ଆଇଏସଆଇ କରିଥିବା ଷଡ଼ଯନ୍ତ୍ର ସମ୍ପର୍କରେ ତଥ୍ୟ ମିଳିଛି। ଆଇଏସଆଇ ଜମ୍ମୁ-କଶ୍ମୀରରେ ରହୁଥିବା ପଣ୍ଡିତମାନଙ୍କୁ ଟାର୍ଗେଟ କରିବାକୁ ଯୋଜନା କରିଛି। ଜମ୍ମୁ-କଶ୍ମୀରରେ ଆକ୍ରମଣ କରି ପଣ୍ଡିତଙ୍କୁ ହତ୍ୟା କରିବା ପାଇଁ ଆଇଏସଆଇ ବିଭିନ୍ନ ଆତଙ୍କୀ ସଂଗଠନକୁ ନିର୍ଦ୍ଦେଶ ଦେଇଛି। ସେପ୍ଟେମ୍ବର ୨୧ରେ ଆଇଏସ୍‌ଆଇର ଅଧିକାରୀମାନେ ପାକ୍ ଅଧିକୃତ କଶ୍ମୀରର ମୁଜାଫରବାଦ ଠାରେ ବିଭିନ୍ନ ଆତଙ୍କର ସଂଗଠନର ଆକ୍କାମାନଙ୍କ ସହ ଗୁପ୍ତ ବୈଠକ କରିଥିଲେ।

ଆଇଏସଆଇ ଓ ଆତଙ୍କୀ ସଂଗଠନଗୁଡ଼ିକ ମଧ୍ୟରେ ହୋଇଥିବା ଏହି ଗୁପ୍ତ ବୈଠକ ସମ୍ପର୍କରେ ଭାରତୀୟ ଗୁଇନ୍ଦା ସଂସ୍ଥା ତଥ୍ୟ ହାସଲ କରିଛି। ଏହାପରେ ସୁରକ୍ଷା ଏଜେନ୍ସିଗୁଡ଼ିକୁ ଗୁଇନ୍ଦା ବିଭାଗ ହାଇଆଲର୍ଟ ଜାରି କରିଛି। ଆଇଏସ୍‌ଆଇର ଉକ୍ତ ବୈଠକ ପରେ ହିଁ କଶ୍ମୀରରେ ପଣ୍ଡିତଙ୍କମାନଙ୍କ ହମଲା ଆରମ୍ଭ ହୋଇଛି। ଆଗକୁ ମଧ୍ୟ ଏପରି ହମଲା କରିବାକୁ ଆତଙ୍କୀ ସଂଗଠନ ଗୁଡ଼ିକ ଯୋଜନା କରୁଛନ୍ତି।

ଗୁଇନ୍ଦା ବିଭାଗ ତା’ର ସତର୍କ ସୂଚନାରେ କହିଛି ଯେ ଜମ୍ମୁ-କଶ୍ମୀରରେ ବଡ଼ଧରଣର ହମଲା କରିବାକୁ ଆଇଏସଆଇ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରିଛି। କଶ୍ମୀରରେ ଅଧିକରୁ ଅଧିକ ଲୋକଙ୍କୁ ହମଲା କରି ମାରିବାକୁ ବୈଠକରେ ଆଇଏସଆଇ ଆତଙ୍କୀ ସଂଗଠନ ଗୁଡ଼ିକୁ କହିଛି। ବିଶେଷ କରି କଶ୍ମୀର ପଣ୍ଡିତଙ୍କୁ ଟାର୍ଗେଟ କରିବାକୁ କୁହାଯାଇଛି।

କଶ୍ମୀରରେ ରହୁଥିବା ଯେଉଁ ଲୋକମାନେ ପୁଲିସ, ସୁରକ୍ଷା ଫୋର୍ସ ଓ ଗୁଇନ୍ଦା ବିଭାଗ ସହ କାମ କରୁଛନ୍ତି, ସେମାନଙ୍କୁ ପ୍ରଥମେ ହତ୍ୟା କରାଯିବ। ବୈଠକରେ ଅଣ କଶ୍ମୀର, ବିଜେପି ଓ ଆରଏସଏସ୍‌ ସହ ରହିଥିବା ଲୋକମାନଙ୍କୁ ମଧ୍ୟ ଟାର୍ଗେଟ କରିବାକୁ ନିଷ୍ପତ୍ତି ନିଆଯାଇଛି।

ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ଉପତ୍ୟକାରେ ଉତ୍ତେଜନା ସୃଷ୍ଟି କରିବା ପାଇଁ ଆଇଏସଆଇ ୨୦୦ ଜଣିଆ ଟାର୍ଗେଟ ଲିଷ୍ଟ ପ୍ରସ୍ତୁତ କରିଛି। ତାଲିକାରେ ଥିବା ସମସ୍ତ ୨୦୦ ଜଣଙ୍କୁ ହତ୍ୟା କରି ହିଂସାକାଣ୍ଡ ସୃଷ୍ଟି କରିବାକୁ ଆତଙ୍କୀ ସଂଗଠନକୁ ଆଇଏସ୍‌ଆଇ କହିଛି। ତାଲିକାରେ ମିଡିଆ ବ୍ୟକ୍ତିବିଶେଷଙ୍କ ସହ କଶ୍ମୀର ପଣ୍ଡିତଙ୍କ ନାଁ ବି ରହିଛି। ଯେଉଁମାନେ ପଣ୍ଡିତଙ୍କ ଘର ବାହୁଡ଼ା ପାଇଁ କାମ କରୁଛନ୍ତି, ସେମାନଙ୍କୁ ପ୍ରଥମେ ହତ୍ୟା କରିବାକୁ ଆଇଏସ୍‌ଆଇ କହିଛି।

ସୁରକ୍ଷାକର୍ମୀଙ୍କୁ ଚକମା ଦେବା ପାଇଁ କଶ୍ମୀରରେ ଥିବା ନୂଆ ଆତଙ୍କୀଙ୍କୁ ଏହି କାମ ପାଇଁ ବ୍ୟବହାର କରାଯିବ। ଯେଉଁ କଶ୍ମିରୀ ଆତଙ୍କୀମାନେ ପୂର୍ବରୁ କୌଣସି ହମଲା କରିନାହାନ୍ତି କିମ୍ବା ସେମାନଙ୍କ ନାଁରେ କୌଣସି ଅପରାଧିକ ରେକର୍ଡ ନାହିଁ, ସେମାନଙ୍କୁ ହିଁ ଏହି କାମ ଦିଆଯିବ।

ଆକ୍ରମଣକୁ ସଫଳ କରିବା ପାଇଁ ଉରି ଓ ଟଙ୍ଗଧର ସୀମାନ୍ତରେ ପିସ୍ତଲ ଏବଂ ଅନ୍ୟାନ୍ୟ ଅସ୍ତ୍ରଶସ୍ତ୍ର ପାକିସ୍ତାନରୁ ଭାରତକୁ ପଠାଯିବ। ଭାରତୀୟ ତଦନ୍ତକାରୀ ସଂସ୍ଥାକୁ ଭ୍ରମିତ କରିବା ପାଇଁ କଶ୍ମୀରରେ ହମଲାର ଉତ୍ତରଦାୟିତ୍ୱ ନେବାକୁ ନୂଆ ନୂଆ ଆତଙ୍କୀ ସଂଗଠନ ମଧ୍ୟ ଗଠନ କରାଯିବ ବୋଲି ଉକ୍ତ ବୈଠକରେ ନିଷ୍ପତ୍ତି ହୋଇଛି। ଗୁଇନ୍ଦା ବିଭାଗର ଏପରି ସାଂଘାତିକ ତଥ୍ୟ ପରେ ସୁରକ୍ଷାକର୍ମୀମାନେ ସବୁ ପ୍ରକାରର ପରିସ୍ଥିତିର ମୁକାବିଲା କରିବାକୁ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story