ଧାର୍ମିକ ଭାଷଣ ଦେବାକୁ କତାର ଗଲେ ଜାକିର୍‌ ନାଇକ୍‌

ନୂଆଦିଲ୍ଲୀ: ଫିଫା ବିଶ୍ୱକପ୍‌ ଟୁର୍ଣ୍ଣାମେଣ୍ଟ ଅବସରରେ ଧାର୍ମିକ ଭାଷଣ ଦେବାକୁ କତାର ଗଲେ ବିବାଦୀୟ ଇସଲାମ ଧର୍ମଗୁରୁ ଜାକିର୍‌ ନାଇକ୍‌। ଆଜିଠାରୁ କତାରରେ ହେଥିବା ବିଶ୍ୱକପ୍‌ ଫୁଟବଲ ଟୁର୍ଣ୍ଣାମେଣ୍ଟ  ଲାଗି  ଜାକିର୍‌ ନାଇକ୍‌ ଧାର୍ମିକ ପ୍ରବଚନ ଦେବାକକୁ ଯାଇଛନ୍ତି। ଜାକିର୍‌ ନାଇକ୍‌ ନାମରେ ଭାରତରେ ସଙ୍ଗୀନ ଅଭିଯୋଗ ରହିଛି। ତାଙ୍କ ନାମରେ ଦେଶରେ ହେଟ୍‌ ସ୍ପିଚ୍‌ ଓ ମନି ଲଣ୍ଡରିଂ ଅଭିଯୋଗ ରହିଛି।

ଜାକିର୍‌ ନାଇକ୍‌ ମାଲେସିୟାରୁ କତାର୍‌ ଗସ୍ତ କରିଥିବା କେତେକ ଗଣମାଧ୍ୟମରେ ରିପ‌ୋର୍ଟ ପ୍ରକାଶ ପାଇଛି। ଭାରତର ଇଡି ଏବଂ ଏନଆଇଏ ରାଡାରରେ ଅଛନ୍ତି ଜାକିର୍‌ ନାଇକ୍‌। କତାର ରାଷ୍ଟ୍ରାୟତ କ୍ରୀଡ଼ା ଚାନେଲ୍‌ ‘ଅଲକାସ୍‌’ର ଟେଲିଭିଜନ୍‌ ଉପସ୍ଥାପକ ଫୈସଲ୍‌ ଅଲହାଜ୍‌ରି ଟ୍ୱିଟ୍‌ କରି ଲେଖିଛନ୍ତି: ବିଶ୍ୱକପ୍‌ ସମୟରେ ପ୍ରବଚକ ଶେଖ୍‌ ଜାକିର୍‌ ନାଇକ୍‌ କତାର୍‌ରେ ଅଛନ୍ତି। ସମଗ୍ର ବିଶ୍ୱକପ୍‌ ମ୍ୟାଚ୍‌ରେ ସେ ଅନେକ ଧାର୍ମିକ ଉଦ୍‌ବୋଧନ ଦେବେ। ଜାକିର୍‌ ନାଇକ୍‌ ହେଉଛନ୍ତି ଭାରତର ଅନ୍ୟତମ ମଷ୍ଟୱାଣ୍ଟେଡ ଅଭିଯୁକ୍ତ।

ଭାରତରୁ ଫେରାର ପରେ ବିବାଦୀୟ ଇସଲାମ ଧର୍ମଗୁରୁ ଜାକିର ନାଏକଙ୍କୁ ଶରଣ ମାଲେସିଆ ସରଣ ଦେଇଛି । ଦେ ବ୍ରିଟେନକୁ ଶରଣ ମାଗିଥିଲେ ବି ତାହା ମିଳିନଥିଲା।  ତାଙ୍କ ବିରୋଧରେ ଆର୍ଥିକ ଦୁର୍ନୀତି ଏବଂ ଆତଙ୍କବାଦ ସମ୍ପନ୍ଧିତ କାର୍ଯ୍ୟକଳାପ ଅଭିଯୋଗ ରହିଛି।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।