ଅକ୍ସିଜେନ ଯୋଗାଣ ପାଇଁ ବିଦେଶରୁ ଆଇଟିସି ଆଣିବ ୨୪ କ୍ରାୟୋଜେନିକ କଣ୍ଟେନର

ନୂଆଦିଲ୍ଲୀ: ଭାରତର କରୋନା ଲଢ଼େଇକୁ ବଳ ଯୋଗାଇବ ଆଇଟିସି। ଭାରତରେ ଦେଖାଯାଇଥିବା କରୋନା ସଙ୍କଟକୁ ଦୂର କରିବା ପାଇଁ ଆଇଟିସି ପଡ଼ୋଶୀ ଦେଶରୁ ୨୪ଟି କ୍ରାୟୋଜେନିକ ଅକ୍ସିଜେନ ପରିବହନ କଣ୍ଟେନର ବିମାନ ଯୋଗେ ଭାରତକୁ ଆଣିବ। ଏହି କଣ୍ଟେନର ଗୁଡ଼ିକ ଦ୍ୱାରା ଅକ୍ସିଜେନ ବିଭିନ୍ନ ହସ୍ପିଟାଲକୁ ପଠାଯିବ। ଏବେ କଣ୍ଟେନରର ଅଭାବ ଥିବାରୁ ଠିକଣା ସମୟରେ ହସ୍ପିଟାଲଗୁଡ଼ରେ ଅକ୍ସିଜେନ ପହଞ୍ଚି ପାରୁ ନଥିବା ଅଭିଯୋଗ ହେଉଛି। ଏହାକୁ ଦୃଷ୍ଟିରେ ରଖି ଆଇଟିସି ଏପରି ପଦକ୍ଷେପ ନେଇଛି। ଆଇଟିସି […]

Cryogenic-Containers

Cryogenic-Containers

Hemant Lenka
  • Published: Saturday, 24 April 2021
  • Updated: 24 April 2021, 06:21 PM IST

Sports

Latest News

ନୂଆଦିଲ୍ଲୀ: ଭାରତର କରୋନା ଲଢ଼େଇକୁ ବଳ ଯୋଗାଇବ ଆଇଟିସି। ଭାରତରେ ଦେଖାଯାଇଥିବା କରୋନା ସଙ୍କଟକୁ ଦୂର କରିବା ପାଇଁ ଆଇଟିସି ପଡ଼ୋଶୀ ଦେଶରୁ ୨୪ଟି କ୍ରାୟୋଜେନିକ ଅକ୍ସିଜେନ ପରିବହନ କଣ୍ଟେନର ବିମାନ ଯୋଗେ ଭାରତକୁ ଆଣିବ।

ଏହି କଣ୍ଟେନର ଗୁଡ଼ିକ ଦ୍ୱାରା ଅକ୍ସିଜେନ ବିଭିନ୍ନ ହସ୍ପିଟାଲକୁ ପଠାଯିବ। ଏବେ କଣ୍ଟେନରର ଅଭାବ ଥିବାରୁ ଠିକଣା ସମୟରେ ହସ୍ପିଟାଲଗୁଡ଼ରେ ଅକ୍ସିଜେନ ପହଞ୍ଚି ପାରୁ ନଥିବା ଅଭିଯୋଗ ହେଉଛି। ଏହାକୁ ଦୃଷ୍ଟିରେ ରଖି ଆଇଟିସି ଏପରି ପଦକ୍ଷେପ ନେଇଛି।

ଆଇଟିସି ପକ୍ଷରୁ ଶନିବାର ଟ୍ୱିଟ କରି ଏ ସମ୍ପର୍କରେ ସୂଚନା ଦିଆଯାଇଛି। ଏଥିରେ କୁହାଯାଇଛି, ଆଇଏସ୍‌ଓ ମାର୍କା କଣ୍ଟେନର ଗୁଡ଼ିକ ପଡ଼ୋଶୀ ଏସିଆନ ଦେଶଗୁଡ଼ିକରୁ ଆସିବ। ଗୋଟଏ ଘରୋଇ ଜର୍ମାନୀ କମ୍ପାନୀ ଲିଣ୍ଡେ ସହାୟତାରେ ଏହି ପରିବହନ କରାଯିବ। ଏହି କମ୍ପାନୀ ମଧ୍ୟ ମେଡିକାଲ ଅକ୍ସିଜେନ ସପ୍ଲାଏରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଥାଏ।

ଆଇଟିସି ଆହୁରି କହିଛି, ପୂର୍ବରୁ ଆଇଟିସି ବିପୁଳ ସଂଖ୍ୟାରେ ଅକ୍ସିଜେନ କଣ୍ଟେନର ବିମାନରେ ଆଣିଥିଲା ଓ ତେଲେଙ୍ଗାନର ଭାଦ୍ରଛାଲମରେ ଥିବା ଏହାର ପେପର ପ୍ରଡକ୍ସନ ଫ୍ୟାସିଲିଟି ଆଖପାଖ ଅଞ୍ଚଳକୁ ଅକ୍ସିଜେନ ମଧ୍ୟ ପଠାଇଛି।

ଏବେ ଆସିବାକୁ ଥିବା କ୍ରାୟୋଜେନିକ କଣ୍ଟେନର ପାଇଁ ଆଇଟିସି ଭାରତୀୟ ବାୟୁସେନା ବିମାନର ସହାୟତା ଲୋଡ଼ିଛି। ବାୟୁସେନା ପୂର୍ବରୁ ହିଁ ଭାରତର ବିଭିନ୍ନ ରାଜ୍ୟକୁ ଖାଲି ଅକ୍ସିଜେନ ଟ୍ୟାଙ୍କର ପରିବହନ କାର୍ଯ୍ୟରେ ନିୟୋଜିତ ହୋଇଛି। ଏବେ ବିଦେଶରୁ ଆଇଟିସି ଆଣିବାକୁ ଥିବା କଣ୍ଟେନର ପରିବହନ କାମରେ ମଧ୍ୟ ବାୟୁସେନାର ବିମାନ ସାମିଲ ହେବ।

ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ବିଦେଶରୁ ଏହି କଣ୍ଟେନର ଆସିବାକୁ ଥିଲେ ହେଁ ଏହା ଉପରେ କୌଣସି ସୀମା ଶୁଳ୍କ ଲାଗିବ ନାହିଁ। କାରଣ ଆଜି ମୋଦି ସରକାର ଅକ୍ସିଜେନ, ଟିକା ଓ ଅକ୍ସିଜେନ ସମ୍ପର୍କିତ ସମସ୍ତ ଯନ୍ତ୍ରାଂଶ ଉପରୁ ସୀମା ଶୁଳ୍କ ହଟାଇ ଦେଇଛନ୍ତି।

ପୂର୍ବରୁ ପ୍ରତିରକ୍ଷା ମନ୍ତ୍ରଣାଳୟ ସ୍ୱତନ୍ତ୍ର ଭାବେ ଜର୍ମାନୀରୁ ୨୩ଟି ମୋବାଇଲ ଅକ୍ସିଜେନ ଉତ୍ପାଦନ ପ୍ଲାଣ୍ଟ ଆଣିବ ବୋଲି ଘୋଷଣା କରି ସାରିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story