ଜେସିବି ଅର୍ଥ ଜିହାଦ କଣ୍ଟ୍ରୋଲ ବୋର୍ଡ: ବିଜେପି ସାଂସଦ

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀର ଜାହାଙ୍ଗିରପୁରୀରେ ଥିବା ଜବରଦଖଲ ଉଚ୍ଛେଦକୁ ନେଇ ବିବାଦ ଉପୁଜିଛି। ଆଜି ହଠାତ୍‌ ଉତ୍ତର ଦିଲ୍ଲୀ ମ୍ୟୁନସିପାଲ କର୍ପୋରେସନ ପକ୍ଷରୁ ଉଚ୍ଛେଦ ଆରମ୍ଭ କରାଯାଇଥିଲା। ଦୀର୍ଘ ସମୟ ଧରି ବୁଲଡୋଜର ଚାଲିବା ପରେ ସୁପ୍ରିମକୋର୍ଟ ଏହା ଉପରେ ରୋଗ ଲଗାଇ ଦେଇଛନ୍ତି। ତେବେ ଏହି ଉଚ୍ଛେଦ ସମ୍ପର୍କରେ ବୟାନ ଦେଇ ବିଜେପି ସାଂସଦ ଜିଭିଏଲ ନରସୀମା ରାଓ ଜେସିବିର ଅର୍ଥ ବୁଝାଇଛନ୍ତି। ସେ ଉଚ୍ଛେଦକୁ ଠିକ୍‌ ବୋଲି ଦର୍ଶାଇ ଜେସିବିର ଅର୍ଥ ଜିହାଦ ନିୟନ୍ତ୍ରଣ […]

JCB

JCB

Hemant Lenka
  • Published: Wednesday, 20 April 2022
  • Updated: 20 April 2022, 08:20 PM IST

Sports

Latest News

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀର ଜାହାଙ୍ଗିରପୁରୀରେ ଥିବା ଜବରଦଖଲ ଉଚ୍ଛେଦକୁ ନେଇ ବିବାଦ ଉପୁଜିଛି। ଆଜି ହଠାତ୍‌ ଉତ୍ତର ଦିଲ୍ଲୀ ମ୍ୟୁନସିପାଲ କର୍ପୋରେସନ ପକ୍ଷରୁ ଉଚ୍ଛେଦ ଆରମ୍ଭ କରାଯାଇଥିଲା। ଦୀର୍ଘ ସମୟ ଧରି ବୁଲଡୋଜର ଚାଲିବା ପରେ ସୁପ୍ରିମକୋର୍ଟ ଏହା ଉପରେ ରୋଗ ଲଗାଇ ଦେଇଛନ୍ତି।

ତେବେ ଏହି ଉଚ୍ଛେଦ ସମ୍ପର୍କରେ ବୟାନ ଦେଇ ବିଜେପି ସାଂସଦ ଜିଭିଏଲ ନରସୀମା ରାଓ ଜେସିବିର ଅର୍ଥ ବୁଝାଇଛନ୍ତି। ସେ ଉଚ୍ଛେଦକୁ ଠିକ୍‌ ବୋଲି ଦର୍ଶାଇ ଜେସିବିର ଅର୍ଥ ଜିହାଦ ନିୟନ୍ତ୍ରଣ ବୋର୍ଡ ବୋଲି କହିଛନ୍ତି। ଜେସିବିକୁ ସାଧାଣତଃ ବୁଲଡୋଜର ମଧ୍ୟ କୁହାଯାଏ।

ଗୋଟିଏ ପଟେ ବୁଲଡୋଜର ଲୋକଙ୍କ ଘର ଓ ଦୋକାନକୁ ମାଟିରେ ମିଶାଉ ଥିବା ବେଳେ ଅନ୍ୟପଟେ ସାଂସଦ ରାଓ ଟ୍ୱିଟ କରିଛନ୍ତି। ଜେସିବର ଅର୍ଥ କହିଛନ୍ତି। ତେବେ ପରବର୍ତ୍ତୀ ଅବସ୍ଥାରେ ଏହି ଟ୍ୱିଟ୍‌କୁ ଡିଲିଟ କରିଦିଆଯାଇଛି। ଶ୍ରୀ ରାଓ ଉକ୍ତ ଟ୍ୱିଟରେ ଗୋଟିଏ ଫଟୋ ମଧ୍ୟ ଶେୟାର କରିଥିଲେ। ଯେଉଁ ଫଟୋରେ ବିପୁଳ ସଂଖ୍ୟାରେ ପୁଲିସ୍‌ ଉଚ୍ଛେଦ ସ୍ଥଳରେ ରହିଥିବା ଦେଖିବାକୁ ମିଳିଥିଲା।

ଆଜି ସକାଳୁ ଏକାଧିକ ବୁଲଡୋଜର ଜାହାଙ୍ଗିରପୁରୀରେ ପଶି ଭଙ୍ଗାଭଙ୍ଗି ଆରମ୍ଭ କରିଥିଲା। ଏହାକୁ ବିରୋଧ କରି କିଛି ଲୋକ ସୁପ୍ରିମକୋର୍ଟରେ ପହଞ୍ଚିଥିଲେ। ସୁପ୍ରିମକୋର୍ଟ ତୁରନ୍ତ ବୁଲଡୋଜର ଉପରେ ରୋକ ଲଗାଇବାକୁ ନିର୍ଦ୍ଦେଶ ଦେବା ସହ ଆସନ୍ତାକାଲି ଆବେଦନର ଶୁଣାଣି ହେବ ବୋଲି ଦିନ ଦାର୍ଯ୍ୟ କରିଛନ୍ତି।

ହନୁମାନ ଜୟନ୍ତୀ ଶୋଭାଯାତ୍ରା ବେଳେ ଜାହାଙ୍ଗିପୁରୀରେ ସାଂପ୍ରଦାୟିକ ଦଙ୍ଗା ସୃଷ୍ଟି ହୋଇଥିଲା। ଦଙ୍ଗା ପରେ ଗୋଟିଏ ନିର୍ଦ୍ଦଷ୍ଟ ଧର୍ମର ଲୋକଙ୍କୁ ଟାର୍ଗେଟ ମଧ୍ୟ କରାଯାଉଛି। ଏସବୁ ଭିତରେ ବିଜେପିର ଦିଲ୍ଲୀ ମୁଖ୍ୟ ଆଦେଶ ଗୁପ୍ତା କହିଥିଲେ ଯେ “ଶନିବାର ଦଙ୍ଗାରେ ସାମିଲ ଥିବା ଅଭିଯୁକ୍ତମାନେ ଜାହାଙ୍ଗିରପୁରୀରେ ବେଆଇନ ଭାବେ ଜବରଦଖଲ ଜମିରେ ରହୁଛନ୍ତି। ଏଗୁଡ଼ିକୁ ଉଚ୍ଛେଦ କରାଯିବା ଦରକାର।”

ତାଙ୍କର ଏପରି ବୟାନ ପରେ ହିଁ ଆଜି ଉଚ୍ଛେଦ କାମ ଆରମ୍ଭ ହୋଇଥିଲା। ସ୍ଥାନୀୟ ଲୋକ କହିଛନ୍ତି ଯେ ସେମାନଙ୍କୁ କୌଣସି ନୋଟିସ ନ ଦିଆଯାଇ ଏପରି ଉଚ୍ଛେଦ କରାଯାଉଛି। ସେହିପରି କାଗଜପତ୍ର ଥିବା ଲୋକଙ୍କ ଘର ଓ ଦୋକାନ ଭଙ୍ଗା ଯାଉଥିବାରୁ ଏହାକୁ ନେଇ ଉତ୍ତେଜନା ସୃଷ୍ଟି ହୋଇଛି।

ଶନିବାର ଦଙ୍ଗା ଘଟଣାରେ ପୁଲିସ୍‌ ଏଯାଏ ୨୫ ଜଣଙ୍କୁ ଗିରଫ କରିସାରିଲାଣି। ଏବେ ଘଟଣାର ଅଧିକ ତଦନ୍ତ କରାଯାଉଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos