ଜେଡିୟୁ ଏମଏଲସି କହିଲେ ଜିନ୍ନା ମହାନ, ବିଜେପି କହିଲା ପାକିସ୍ତାନ ପଳାଅ

ନୂଆଦିଲ୍ଲୀ: ପାକିସ୍ତାନର ପ୍ରତିଷ୍ଠାତା ମହମ୍ମଦ ଅଲୀ ଜିନ୍ନାଙ୍କ ନାଁ ଏବେ ଭାରତୀୟ ରାଜନୀତିକୁ ସକ୍ରିୟ କରିଦେଇଛି। ସମାଜବାଦୀ ପାର୍ଟି ମୁଖ୍ୟ ଅଖିଲେଶ ଯାଦବ ଓ ଶୁହେଲଦେବ ଭାରତୀୟ ସମାଜ ପାର୍ଟି ମୁଖ୍ୟ ଓମ ପ୍ରକାଶ ରାଜବହନଙ୍କ ପରେ ଏବେ ଜେଡିୟୁ ଏମଏଲସି ଖାଲିଦ ଅନୱରଙ୍କ ‘ଜିନ୍ନା ବୟାନ’ ବିବାଦ ସୃଷ୍ଟି କରିଛି। ଖାଲିଦ ଅନୱର ଏବେ ମହମ୍ମଦ ଅଲୀ ଜିନ୍ନାଙ୍କୁ ‘ମହାନ ସ୍ୱାଧୀନତା ସଂଗ୍ରାମୀ’ କହିଛନ୍ତି। ଏହାର ଜବାବରେ ବିଜେପି ତାଙ୍କୁ ପାକିସ୍ତାନ ଚାଲି ଯିବାକୁ କହିଛି। […]

Jinnah

Jinnah

Hemant Lenka
  • Published: Saturday, 13 November 2021
  • Updated: 13 November 2021, 05:31 PM IST

Sports

Latest News

ନୂଆଦିଲ୍ଲୀ: ପାକିସ୍ତାନର ପ୍ରତିଷ୍ଠାତା ମହମ୍ମଦ ଅଲୀ ଜିନ୍ନାଙ୍କ ନାଁ ଏବେ ଭାରତୀୟ ରାଜନୀତିକୁ ସକ୍ରିୟ କରିଦେଇଛି। ସମାଜବାଦୀ ପାର୍ଟି ମୁଖ୍ୟ ଅଖିଲେଶ ଯାଦବ ଓ ଶୁହେଲଦେବ ଭାରତୀୟ ସମାଜ ପାର୍ଟି ମୁଖ୍ୟ ଓମ ପ୍ରକାଶ ରାଜବହନଙ୍କ ପରେ ଏବେ ଜେଡିୟୁ ଏମଏଲସି ଖାଲିଦ ଅନୱରଙ୍କ ‘ଜିନ୍ନା ବୟାନ’ ବିବାଦ ସୃଷ୍ଟି କରିଛି।

ଖାଲିଦ ଅନୱର ଏବେ ମହମ୍ମଦ ଅଲୀ ଜିନ୍ନାଙ୍କୁ ‘ମହାନ ସ୍ୱାଧୀନତା ସଂଗ୍ରାମୀ’ କହିଛନ୍ତି। ଏହାର ଜବାବରେ ବିଜେପି ତାଙ୍କୁ ପାକିସ୍ତାନ ଚାଲି ଯିବାକୁ କହିଛି। ଜେଡିୟୁ ଓ ବିଜେପି ମିଳିତ ଭାବେ ବିହାରରେ ସରକାର ଗଠନ କରିଛନ୍ତି। ହେଲେ ଜେଡିୟୁର ଜଣେ ନେତା ଏପରି ବୟାନ ଦେବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି।

ଖାଲିଦ ଅନୱର ଗୋଟିଏ ପଟେ ଜିନ୍ନାଙ୍କୁ ମହାନ ସ୍ୱାଧୀନତା ସଂଗ୍ରାମୀ ଭାବେ ଆଖ୍ୟ ଦେଉଥିବା ବେଳେ ଭାରତ ପ୍ରଥମ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହରଙ୍କୁ ଦେଶ ବିଭାଜ ପାଇଁ ଦାୟୀ କରିଛନ୍ତି।

ସେ କହିଛନ୍ତି, “ଜିନ୍ନା ଜଣେ ମହାନ ସ୍ୱାଧୀନତା ସଂଗ୍ରାମୀ। ସେ ଦେଶର ସ୍ୱାଧୀନତା ପାଇଁ ବହୁତ ସଂଘର୍ଷ କରିଥିଲେ। ଏଥିରେ କାହାର ବି ସନ୍ଦେହ ନାହିଁ। ସେ ଦେଶକୁ ଭାଗ କରି ପାକିସ୍ତାନ ଗଠନ କରିଥିଲେ। କିନ୍ତୁ ତାଙ୍କୁ ଏଥିପାଇଁ ସମାଲୋଚନା କରିବା ଠିକ୍‌ ନୁହେଁ। ଜିନ୍ନାଙ୍କ ଉପରେ ମୁଁ ଦେଉଥିବା ବୟାନ ବ୍ୟକ୍ତିଗତ ନୁହେଁ। ମୋ ଦଳ ଜେଡିୟୁ ମଧ୍ୟ ଏପରି ଆଭିମୁଖ୍ୟ ରଖିଛି।

ଜେଡିୟୁ ସବୁବେଳେ ସ୍ପଷ୍ଟ କରିଛି ଯେ ସ୍ୱାଧୀନତା ସଂଗ୍ରାମରେ ଜିନ୍ନାଙ୍କ ଭୂମିକା ବେଶ ଗୁରୁତ୍ୱପୂର୍ଣ୍ଣ ଥିଲା। ଏହା ଏକ ଐତିହାସିକ ତଥ୍ୟ। ଜିନ୍ନାଙ୍କ ବ୍ୟତୀତ ଦେଶ ବିଭାଜନ ପାଇଁ କଂଗ୍ରେସ ମଧ୍ୟ ଦାୟୀ। ପଣ୍ଡିତ ନେହରୁ ଦେଶର ପ୍ରଧାନମନ୍ତ୍ରୀ ହେବା ପାଇଁ ଦେଶକୁ ବିଭାଜନ କରିଥିଲେ।

ଆତଙ୍କବାଦର କୌଣସି ରଙ୍ଗ ନଥାଏ। ଏହା ଗେରୁଆ ନୁହେଁ କି ଗ୍ରୀନ ନୁହେଁ। କିନ୍ତୁ କଂଗ୍ରେସର ଏପରି ମାନସିକତା ରହିଛି। ଖାସ ଏହି କାରଣ ପାଇଁ ଦେଶ ବିଭାଜନ ହେଲା। ଜିନ୍ନା ଦେଶ ବିଭାଜନ ପାଇଁ ଯେତିକି ଦାୟୀ କଂଗ୍ରେସ ମଧ୍ୟ ଅନୁରୂପ ଭାବେ ଦୋଷୀ। ଯଦି ନେହରୁ ଚାହିଁଥାଆନ୍ତେ, ତା’ହେଲେ ବିଭାଜନକୁ ରୋକା ଯାଇ ପାରିଥାଆନ୍ତା। କିନ୍ତୁ ସେ ସେଭଳି କିଛି ବି କଲେ ନାହିଁ।”

ଅନ୍ୟପକ୍ଷରେ ଜେଡିୟୁର ବିହାର ସହଯୋଗୀ ବିଜେପି ଏପରି ବୟାନକୁ ନେଇ ଖାଲିଦ ଅନୱରଙ୍କ ଉପରେ ଖପ୍ପା ହୋଇଛି। ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ କ୍ୟାବିନେଟରେ ଥିବା ବିଜେପି ନେତା ସମ୍ରାଟ ଚୌଧୁରୀ କହିଛନ୍ତି, “ଆଜିର ଦିନର ଯଦି କେହି ଜିନ୍ନାଙ୍କ ପ୍ରଶଂସା କରୁଛନ୍ତି, ତା’ହେଲେ ସେମାନଙ୍କ ପାଇଁ ପାକିସ୍ତାନର ଦ୍ୱାର ଖୋଲା ରହିଛି।

ଯଦି ସେମାନେ ଭାବୁଛନ୍ତି ଜିନ୍ନା ସବୁ କିଛି କରିନାହାନ୍ତି, ତା’ହେଲେ ସେମାନେ ପାକିସ୍ତାନ ଯିବା ଦରକାର। କାରଣ ଏପରି ମାନସିକତା ରଖିଥିବା ଲୋକଙ୍କୁ ସେଠାରେ ସ୍ୱାଗତ କରାଯିବ। ଭାରତରେ ରହିବାକୁ ହେଲେ ଜଣଙ୍କୁ ଜୟ ଭାରତ ମାତା ଓ ଜୟ ମହାତ୍ମା ଗାନ୍ଧି କହିବାକୁ ପଡ଼ିବ।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos