ପ୍ରକାଶ ପାଇଲା JEE (ମେନ୍) ରେଜଲ୍ଟ

ନୂଆଦିଲ୍ଲୀ: ପ୍ରକାଶ ପାଇଛି JEE (ମେନ୍) ରେଜଲ୍ଟ  । ନ୍ୟାସନାଲ ଟେଷ୍ଟିଂ ଏଜେନ୍ସିଂ ପକ୍ଷରୁ JEE (ମେନ୍) ସେସନ-୧ ରେଜଲ୍ଟ ପ୍ରକାଶ ପାଇଛି  । ଏହି ପରୀକ୍ଷା ଜୁନ ୨୩ରୁ ୨୯ ମଧ୍ୟରେ ହୋଇଥିଲା।   ଛାତ୍ରଛାତ୍ରୀମାନେ ସେମାନଙ୍କ ସ୍କୋରକାର୍ଡ jeemain.nta.nic.inରୁ ଡାଉନଲୋଡ୍ କରିପାରିବେ।  ଚଳିତବର୍ଷ ପ୍ରାୟ ୧୦ଲକ୍ଷ ପରୀକ୍ଷାର୍ଥୀ ସେସନ୍ ୧ ପରୀକ୍ଷା ଦେଇଥିଲେ।  ଫାଇନାଲ ମେରିଟ୍ ଲିଷ୍ଟ ପାଇଁ ସର୍ବାଧିକ ମାର୍କକୁ ବିଚାରକୁ ନିଆଯିବ।  ଚଳିତମାସ ୨୧ରୁ ୩୦ ମଧ୍ୟରେ ଦ୍ୱିତୀୟ ପର୍ଯ୍ୟାୟ ଜେଇଇ ମେନ୍ ପରୀକ୍ଷା ହେବ।   ଜେଇଇ ମେନ୍‌ ରେଜଲ୍ଟ ଆଧାରରେ ଜେଇଇ ଆଡଭାନସନଡ୍ ପାଇଁ ଚୟନ କରାଯିବ ।

ସୂଚନାନୁସାରେ, ଚଳିତ ବର୍ଷ ପ୍ରାୟ ୧୦ ଲକ୍ଷ ପରୀକ୍ଷାର୍ଥୀ ଏହି ପରୀକ୍ଷା ଦେଇଥିଲେ। ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି ପକ୍ଷରୁ ଚଳିତ ବର୍ଷ ଦୁଇଟି ପର୍ଯ୍ୟାୟରେ ଜୁନ୍ ଏବଂ ଜୁଲାଇରେ ଜେଇଇ ମେନ୍ ପରୀକ୍ଷା କରାଯାଇଛି। ତେବେ ଛାତ୍ରଛାତ୍ରୀମାନେ ଉଭୟ ପରୀକ୍ଷା ଦେଇପାରିବେ। ଫାଇନାଲ୍ ମେରିଟ୍ ଲିଷ୍ଟ ପାଇଁ ସର୍ବାଧିକ ମାର୍କକୁ ବିଚାରକୁ ନିଆଯିବ।

 

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।