ପ୍ରକାଶ ପାଇଲା ଜେଇଇ ମେନ୍‌ ରେଜଲ୍ଟ: ଗୌତମ ଦାସ ରାଜ୍ୟ ଟପ୍ପର

ନୂଆଦିଲ୍ଲୀ: ଜେଇଇ ମେନ୍ ପେପର-୧ (B.E. ଓ B.Tech) ରେଜଲ୍ଟ ଆଜି ପ୍ରକାଶ ପାଇଛି। ୨୦୨୧ ଫେବୃଆରୀ ୨୩ରୁ ୨୬ ଯାଏ ହୋଇଥିବା ପ୍ରଥମ ସେସନର ରେଜଲ୍ଟ ପ୍ରକାଶ ପାଇଛି। ଏନଟିଏ ପକ୍ଷରୁ ଆଜି ସନ୍ଧ୍ୟାରେ ରେଜଲ୍ଟ ପ୍ରକାଶ କରାଯାଇଛି। ଚଳିତ ବର୍ଷ ୬ ଜଣ ପରୀକ୍ଷାର୍ଥୀ ୬ ପରୀକ୍ଷାର୍ଥୀଙ୍କୁ ଶତପ୍ରତିଶତ ନମ୍ବର ରଖିଛନ୍ତି। ତାଲିକାରେ ଓଡ଼ିଶାର ଗୌତମ ଦାସ ୯୯.୯୯% ରଖି ରାଜ୍ୟ ଟପ୍ପର ହୋଇଛନ୍ତି। ଶତ ପ୍ରତିଶତ ମାର୍କ ରଖିଥିବା ଶିକ୍ଷାର୍ଥୀମାନେ ହେଲେ ଦିଲ୍ଲୀର […]

JEE

JEE

Hemant Lenka
  • Published: Monday, 08 March 2021
  • Updated: 08 March 2021, 10:57 PM IST

Sports

Latest News

ନୂଆଦିଲ୍ଲୀ: ଜେଇଇ ମେନ୍ ପେପର-୧ (B.E. ଓ B.Tech) ରେଜଲ୍ଟ ଆଜି ପ୍ରକାଶ ପାଇଛି। ୨୦୨୧ ଫେବୃଆରୀ ୨୩ରୁ ୨୬ ଯାଏ ହୋଇଥିବା ପ୍ରଥମ ସେସନର ରେଜଲ୍ଟ ପ୍ରକାଶ ପାଇଛି। ଏନଟିଏ ପକ୍ଷରୁ ଆଜି ସନ୍ଧ୍ୟାରେ ରେଜଲ୍ଟ ପ୍ରକାଶ କରାଯାଇଛି। ଚଳିତ ବର୍ଷ ୬ ଜଣ ପରୀକ୍ଷାର୍ଥୀ ୬ ପରୀକ୍ଷାର୍ଥୀଙ୍କୁ ଶତପ୍ରତିଶତ ନମ୍ବର ରଖିଛନ୍ତି। ତାଲିକାରେ ଓଡ଼ିଶାର ଗୌତମ ଦାସ ୯୯.୯୯% ରଖି ରାଜ୍ୟ ଟପ୍ପର ହୋଇଛନ୍ତି।

ଶତ ପ୍ରତିଶତ ମାର୍କ ରଖିଥିବା ଶିକ୍ଷାର୍ଥୀମାନେ ହେଲେ ଦିଲ୍ଲୀର ପ୍ରଭର କଟାରିଆ, ରନଜିମ ପ୍ରବଳ ଦାସ, ଚଣ୍ଡିଗଡ଼ର ଗୁରମିତ ସିଂହ, ରାଜସ୍ଥାନର ସକେତ ଝା, ମହାରାଷ୍ଟ୍ରର ସିଦ୍ଧାନ୍ତ ମୁଖାର୍ଜୀ ଓ ଗୁଜରାଟର ଅନନ୍ତ କ୍ରିଷ୍ଣ କାଦମ୍ବୀ।

ଜେଇଇ ମେନ୍‌ ପେପର-୧ ପରୀକ୍ଷା ଦେଇଥିବା ଶିକ୍ଷାର୍ଥୀମାନେ ଆପ୍ଲିକେସନ ନମ୍ବର ଓ ପାସୱାର୍ଡ ଦ୍ୱାରା ନିଜର ରେଜଲ୍ଟ ଜାଣି ପାରିବେ। ଫେବୃଆରୀ ମାସରେ ହୋଇଥିବା ପରୀକ୍ଷା ପାଇଁ ମୋଟ ୬,୬୧,୭୭୬ ଜଣ ପିଲା ପଞ୍ଜୀକରଣ କରିଥିଲେ। ସେମାନଙ୍କ ମଧ୍ୟରୁ ୯୫% ଶିକ୍ଷାର୍ଥୀ ପରୀକ୍ଷା ଦେଇଥିଲେ।

jeemain.nta.nic.in and nta.ac.in ୱେବସାଇଟ୍‌ ଯାଇ ଶିକ୍ଷାର୍ଥୀମାନେ ଏନଟିଏ ସ୍କୋରକାର୍ଡ ଡାଉନଲୋଡ କରିପାରିବେ। ଏନଟିଏ ପୂର୍ବରୁ ହିଁ କହି ସାରିଛି ଯେ ଫେବୃଆରୀ ମାସ ପରୀକ୍ଷା ପାଇଁ କୌଣସି ସର୍ବଭାରତୀୟ ଟପ୍ପର ଘୋଷଣା ହେବନାହିଁ। ମେ’ ସେସନ ପରେ ହିଁ ଦୁଇଟି ଯାକ ରେଜଲ୍ଟକୁ ମିଶାଇ ସର୍ବଭାରତୀୟ ଟପ୍ପର ଘୋଷଣା କରାଯିବ।

ବର୍ତ୍ତମାନ ଫେବୃଆରୀ ସେସନର ରେଜଲ୍ଟ ପ୍ରକାଶ ପାଇଥିବା ବେଳେ ଶିକ୍ଷାର୍ଥୀମାନେ ମାର୍ଚ୍ଚ ୧୫ରୁ ୧୮ ଯାଏ ହେବାକୁ ଥିବା ସେସନ ପାଇଁ ପ୍ରସ୍ତୁତ ହେଉଛନ୍ତି। ଏହାର ପଞ୍ଜୀକରଣ ଶେଷ ହୋଇ ସାରିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos