ଡାକ୍ତରଙ୍କ ଆଶ୍ୱସ୍ତ କରିବା ଭଳି ବୟାନ: ସ୍ୱତନ୍ତ୍ର ଚିକିତ୍ସା ବିନା ବି କରୋନାରୁ ମିଳୁଛି ମୁକ୍ତି

ଜମ୍ମୁ: ଦେଶରେ ହୁହୁ ହୋଇ ସଂକ୍ରମଣ ବଢ଼ୁଥିବା ବେଳେ ଜମ୍ମୁ-କଶ୍ମୀରର ପ୍ରଖ୍ୟାତ ସ୍ନାୟୁରୋଗ ବିଶେଷଜ୍ଞ ଡାକ୍ତର ସୁଶୀଲ ରାଜଧନ ବଡ଼ ବୟାନ ଦେଇଛନ୍ତି। କରୋନାରେ ଆକ୍ରାନ୍ତ ହେଲେ ମଧ୍ୟ ଜଣେ ବ୍ୟକ୍ତି ଆଦୌ ଡରିବା କଥା ନୁହେଁ। କାରଣ କରୋନାରେ ଆକ୍ରାନ୍ତ ହେଉଥିବା ୯୯% ଲୋକ ସୁସ୍ଥ ହେଉଛନ୍ତି। ସୁସ୍ଥ ହେବା ପରେ ସେମାନେ ସ୍ୱାଭାବିକ ଜୀବନ ମଧ୍ୟ ବିତାଉଛନ୍ତି। ଡାକ୍ତର ସୁଶୀଲ କହିଛନ୍ତି, ଦୈନିକ ପଜିଟିଭ କେସ୍‌ ବଢ଼ୁଥିବାରୁ ଏହାକୁ ଦେଖି ଆମେ ଆତଙ୍କିତ ହେବାରେ […]

dr.-sushil-razdan

dr.-sushil-razdan

Hemant Lenka
  • Published: Thursday, 22 April 2021
  • Updated: 22 April 2021, 04:05 PM IST

ଜମ୍ମୁ: ଦେଶରେ ହୁହୁ ହୋଇ ସଂକ୍ରମଣ ବଢ଼ୁଥିବା ବେଳେ ଜମ୍ମୁ-କଶ୍ମୀରର ପ୍ରଖ୍ୟାତ ସ୍ନାୟୁରୋଗ ବିଶେଷଜ୍ଞ ଡାକ୍ତର ସୁଶୀଲ ରାଜଧନ ବଡ଼ ବୟାନ ଦେଇଛନ୍ତି। କରୋନାରେ ଆକ୍ରାନ୍ତ ହେଲେ ମଧ୍ୟ ଜଣେ ବ୍ୟକ୍ତି ଆଦୌ ଡରିବା କଥା ନୁହେଁ। କାରଣ କରୋନାରେ ଆକ୍ରାନ୍ତ ହେଉଥିବା ୯୯% ଲୋକ ସୁସ୍ଥ ହେଉଛନ୍ତି। ସୁସ୍ଥ ହେବା ପରେ ସେମାନେ ସ୍ୱାଭାବିକ ଜୀବନ ମଧ୍ୟ ବିତାଉଛନ୍ତି।

ଡାକ୍ତର ସୁଶୀଲ କହିଛନ୍ତି, ଦୈନିକ ପଜିଟିଭ କେସ୍‌ ବଢ଼ୁଥିବାରୁ ଏହାକୁ ଦେଖି ଆମେ ଆତଙ୍କିତ ହେବାରେ ଲାଗିଛେ। କିନ୍ତୁ ଲୋକମାନେ ପୂର୍ବ ଅଭିଜ୍ଞତାକୁ ଏଠାରେ ବୁଝିବା ଦରକାର। ଯେତେବେଳେ ପୋଲିଓ ମହାମାରୀ ରୂପ ନେଇ ସାରା ବିଶ୍ୱରେ ବ୍ୟାପିଥିଲା ସେତେବେଳେ ମାତ୍ର ୧% ଲୋକ ପାରାଲାଇଜଡ ହୋଇଥିଲେ।

ଅନ୍ୟମାନେ ପରବର୍ତ୍ତୀ ଅବସ୍ଥାରେ ସୁସ୍ଥ ହୋଇ ସ୍ୱାଭାବିକ ଜୀବନ ବିତାଇବା ଆରମ୍ଭ କରିଥିଲେ। ଏବେ କରୋନାରେ ଆକ୍ରାନ୍ତ ହୋଇ ସୁସ୍ଥ ହେଉଥିବା ଲୋକମାନେ ମଧ୍ୟ ସ୍ୱାଭାବିକ ଜୀବନ ବିତାଉଛନ୍ତି ବୋଲି ସେ କହିଛନ୍ତି।

ନିକଟରେ ଲାନସେଣ୍ଟ ପତ୍ରିକାରେ କରୋନାରେ ଆକ୍ରାନ୍ତ ହେଉଥିବା ଲୋକଙ୍କ ସ୍ନାୟୁଗତ ସମସ୍ୟା ସୃଷ୍ଟି ହେଉଥିବା ରିପୋର୍ଟ ପ୍ରକାଶ ପାଇଥିଲା। ଏହା ଉପରେ ଜବାବ ଦେଇ ସେ କହିଛନ୍ତି, ହଁ କରୋନାରେ ଆକ୍ରାନ୍ତ ହେଲେ ସ୍ନାୟୁଗତ ସମସ୍ୟା ସୃଷ୍ଟି ହୋଇପାରେ। କିନ୍ତୁ ଯେଉଁମାନେ କରୋନାରେ ଆକ୍ରାନ୍ତ ହେଉଛନ୍ତି, ସେମାନେ ସମସ୍ତେ ସ୍ନାୟୁଜନିତ ରୋଗରେ ପଡ଼ିବ ବୋଲି କୌଣସି ଗ୍ୟାରେଣ୍ଟି ନାହିଁ।

ଆମେ କରୋନାକୁ ନେଇ ବହୁତ ଚିନ୍ତା କରୁଛି। କିନ୍ତୁ ସତକଥା ହେଉଛି କରୋନାରେ ଆକ୍ରାନ୍ତ ହେଉଥିବା ୯୯% ଲୋକ ସୁସ୍ଥ ହେଉଛନ୍ତି। କରୋନାରେ ଆକ୍ରାନ୍ତ ହେଉଥିବା ସମସ୍ତ ଲୋକଙ୍କୁ ସ୍ୱତନ୍ତ୍ର ଦେଖାଶୁଣାର ଆବଶ୍ୟକ ନାହିଁ। କାରଣ ଅଧିକାଂଶ ସଂକ୍ରମିତ ଯେକୌଣସି ଉପାୟରେ ମଧ୍ୟ ସୁସ୍ଥ ହୋଇଯିବେ। ଏଇ ବର୍ଷକ ଭିତରେ ଆମେ ଚିକିତ୍ସାରୁ ଏସବୁ କଥା ଜାଣିବାକୁ ପାଇଛୁ। କରୋନାରେ ଆକ୍ରନ୍ତ ହେଲେ ଆତଙ୍କିତ ହେବାର ନାହିଁ କିମ୍ବା ହସ୍ପିଟାଲରେ ଆଡମିଶନ ନେବାକୁ ବିକଳ ହେବାର କୌଣସି ଆବଶ୍ୟକ ନାହିଁ।

ହସ୍ପିଟାଲରେ ଜଣେ ରୋଗୀ ଆଇସୋଲେସନରେ ରହିଥାଏ। ସେ ନିଜର ପ୍ରିୟଜନମାନଙ୍କୁ ଦେଖିପାରେ ନାହିଁ। ଏପରି କି ଡାକ୍ତରମାନେ ମଧ୍ୟ ପିପିଇ କିଟ୍‌ ମଧ୍ୟରେ ରୁହନ୍ତି। ତାଙ୍କ ମୁହଁ ଦେଖିବାର ସୁଯୋଗ ଜଣେ ରୋଗୀଙ୍କ ପାଖରେ ନଥାଏ। ଏପରି ସ୍ଥିତିରେ ଜଣେ ଆକ୍ରାନ୍ତ ମାନସିକ ଚିନ୍ତାରେ ପଡ଼ିବାର ଆଶଙ୍କା ରହିଛି। ଯଦି କୌଣସି ରୋଗୀ ଶ୍ୱାସକ୍ରିୟାର ସମସ୍ୟା ଭୋଗୁ ନାହାନ୍ତି କିମ୍ବା ତାଙ୍କ ଶରୀରରେ ପ୍ରବଳ ଜ୍ୱର ନାହିଁ, ତା’ହେଲେ ସେ ହସ୍ପିଟାଲକୁ ଯିବା ଅନୁଚିତ।

ଦ୍ୱିତୀୟ କଥା ହେଲା କରୋନାରେ ଆକ୍ରାନ୍ତ ହେଉଥିବା ବ୍ୟକ୍ତି ବା ମହିଳା ପ୍ରଥମେ ଜଣେ ସାଧାରଣ ଫିଜିକସିଆନଙ୍କ ସହ ଯୋଗାଯୋଗ କରନ୍ତୁ। ସେ ହିଁ ତାଙ୍କୁ କହିପାରିବେ କେମିତି ସଂକ୍ରମଣର ଚିକିତ୍ସା କରାଯିବ। କାରଣ ବର୍ଷକ ମଧ୍ୟରେ ସେମାନେ କରୋନା ଉପରେ ଅନେକ ଅଭିଜ୍ଞତା ହାସଲ କରିସାରିଛନ୍ତି।

ହସ୍ପିଟାଲଗୁଡ଼ିକ ମଧ୍ୟ ଆଡମିଶନ କରିବା ପୂର୍ବରୁ ସ୍ଥାନୀୟ ପ୍ରଶାସନ କିମ୍ବା ପ୍ରାଇଭେଟ୍‌ ଫିଜିକସିଆନ ଏଥିପାଇଁ ଅନୁମତି ଦେଇଛନ୍ତି କି ନାହିଁ, ତା’ର ଯାଞ୍ଚ କରନ୍ତୁ। ମୁଁ ପୁଣି କହିବାକୁ ଚାହେଁ ଯେ ୯୯% ଆକ୍ରାନ୍ତ ଯେକୌଣସି ପରିସ୍ଥିତିରେ ମଧ୍ୟ ଆରୋଗ୍ୟ ଲାଭ କରିବେ। ହସ୍ପିଟାଲରେ ସମସ୍ତେ ଆଡମିଟ୍‌ ହେଉଥିବାରୁ ପ୍ରକୃତ ଚିକିତ୍ସାର ଆବଶ୍ୟକ କରୁଥିବା ବାକି ୧% ଲୋକଙ୍କୁ ସେବା ମିଳିପାରୁନି। ତେଣୁ ଏହା ଉପରେ ଆମକୁ ଗୁରୁତ୍ୱ ଦେବାକୁ ପଡ଼ିବ ବୋଲି ସେ କହିଛନ୍ତି।

ବର୍ତ୍ତମାନ କରୋନାରେ ଆକ୍ରାନ୍ତ ହେଉଥିବା ଲୋକଙ୍କୁ ଆପଣ କ’ଣ ବାର୍ତ୍ତା ଦେବାକୁ ଚାହୁଁଛନ୍ତି ବୋଲି ପ୍ରଶ୍ନରେ ସେ କହିଛନ୍ତି, “ଆକ୍ରାନ୍ତ ହେଲେ ଆତଙ୍କିତ ହୁଅନ୍ତୁ ନାହିଁ। ଶାନ୍ତ ଓ ସ୍ଥିରତାର ସହ ରୁହନ୍ତୁ। ମୁଁ ଆପଣଙ୍କୁ ଗ୍ୟାରେଣ୍ଟି ଦେଉଛି ଯେ ୧ରୁ ୧୦ ସମସ୍ତେ ସୁସ୍ଥ ହୋଇଯିବେ। ଟିକା ଓ ମାସ୍କ ହିଁ ସୁରକ୍ଷିତ ରହିବାର ଦୁଇଟି ଅସ୍ତ୍ର। ଯୁଦ୍ଧ ବେଳେ ଆପଣଙ୍କୁ ବୁଲେଟ ଫ୍ରୁପ୍‌ ଜ୍ୟାକେଟ ଦିଆଯାଛି। ତଥାପି ଆପଣମାନେ କାହିଁକି ମନା କରୁଛନ୍ତି? ଟିକା ନେଲେ ସଂକ୍ରମିତ ହେବାର ଆଶଙ୍କା ରହିଛି। କିନ୍ତୁ ଏହା କରୋନା ବିରୋଧୀ ଯୁଦ୍ଧରେ ଅନେକ ସହାୟତା କରିବ।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story