ବିରୋଧୀଙ୍କୁ ପୁଣି ଝଟକା: ଦ୍ରୌପଦୀ ମୁର୍ମୁଙ୍କୁ ସମର୍ଥନ ଘୋଷଣା କଲା ଜେଏମଏମ

ରାଞ୍ଚି: ରାଷ୍ଟ୍ରପତି ନିର୍ବାଚନ ଯେତିକି ପାଖେଇ ଆସୁଛି ବିରୋଧୀଙ୍କୁ ସେତିକି ଝଟକା ଲାଗୁଛି। ଏନଡିଏର ରାଷ୍ଟ୍ରପତି ପ୍ରାର୍ଥୀ ତଥା ଓଡ଼ିଆ ଝିଅ ଦ୍ରୌପଦୀ ମୁର୍ମୁଙ୍କୁ ଗୋଟିଏ ପରେ ଗୋଟିଏ ବିଜେପି ବିରୋଧୀ ଦଳ ସମର୍ଥନ କରିବା ବିରୋଧୀ ମେଣ୍ଟର ନିଦ ହଜାଇ ଦେଇଛି। ଏହିକ୍ରମରେ ଝାରଖଣ୍ଡରେ କ୍ଷମତାସୀନ ହେମନ୍ତ ସୋରେନଙ୍କ ଜେଏମଏମ ଶ୍ରୀମତୀ ମୁର୍ମୁଙ୍କୁ ରାଷ୍ଟ୍ରପତି ନିର୍ବାଚନରେ ସମର୍ଥନ କରିବ ବୋଲି ଆଜି ଘୋଷଣା କରିଛି। ଝାରଖଣ୍ଡରେ ହେମନ୍ତ ସୋରେନ କଂଗ୍ରେସ ସହ ମିଶି ସରକାର ଗଠନ […]

Hemant-soren

Hemant-soren

Hemant Lenka
  • Published: Thursday, 14 July 2022
  • Updated: 14 July 2022, 07:35 PM IST

ରାଞ୍ଚି: ରାଷ୍ଟ୍ରପତି ନିର୍ବାଚନ ଯେତିକି ପାଖେଇ ଆସୁଛି ବିରୋଧୀଙ୍କୁ ସେତିକି ଝଟକା ଲାଗୁଛି। ଏନଡିଏର ରାଷ୍ଟ୍ରପତି ପ୍ରାର୍ଥୀ ତଥା ଓଡ଼ିଆ ଝିଅ ଦ୍ରୌପଦୀ ମୁର୍ମୁଙ୍କୁ ଗୋଟିଏ ପରେ ଗୋଟିଏ ବିଜେପି ବିରୋଧୀ ଦଳ ସମର୍ଥନ କରିବା ବିରୋଧୀ ମେଣ୍ଟର ନିଦ ହଜାଇ ଦେଇଛି। ଏହିକ୍ରମରେ ଝାରଖଣ୍ଡରେ କ୍ଷମତାସୀନ ହେମନ୍ତ ସୋରେନଙ୍କ ଜେଏମଏମ ଶ୍ରୀମତୀ ମୁର୍ମୁଙ୍କୁ ରାଷ୍ଟ୍ରପତି ନିର୍ବାଚନରେ ସମର୍ଥନ କରିବ ବୋଲି ଆଜି ଘୋଷଣା କରିଛି। ଝାରଖଣ୍ଡରେ ହେମନ୍ତ ସୋରେନ କଂଗ୍ରେସ ସହ ମିଶି ସରକାର ଗଠନ କରିଛନ୍ତି। ହେଲେ କଂଗ୍ରେସ ସମର୍ଥିତ ରାଷ୍ଟ୍ରପତି ପ୍ରାର୍ଥୀ ଯଶୱନ୍ତ ସିହ୍ନାଙ୍କୁ ଜେଏମଏମ ସମର୍ଥନ ନ ଦେବାକୁ ନିଷ୍ପତ୍ତି ନେଇଛି।

ଶ୍ରୀମତୀ ମୁର୍ମୁ ରାଷ୍ଟ୍ରପତି ପ୍ରାର୍ଥୀ ହେବା ପୂର୍ବରୁ ଝାରଖଣ୍ଡର ରାଜ୍ୟପାଳ ଥିଲେ। ଚଳିତ ମାସ ଆରମ୍ଭରେ ସେ ଝାରଖଣ୍ଡ ଯାଇ ଆଦିବାସୀ ପାର୍ଟି ଜେଏମଏମର ସମର୍ଥନ ଲୋଡ଼ିଥିଲେ। ଏଥିସହ ବିଜେପି ବିଧାୟକ ଓ ସାଂସଦମାନଙ୍କୁ ମଧ୍ୟ ଭେଟିଥିଲେ। ଝାରଖଣ୍ଡ ଗସ୍ତ ବେଳେ ସେ ଜେଏମଏମର ପ୍ରତିଷ୍ଠାତା ଶିବୁ ସୋରେନ ଓ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କୁ ଭେଟିଥିଲେ। ମୁର୍ମୁ ଆଦିବାସୀ ସଂପ୍ରଦାୟରୁ ଆସିଥିବାରୁ ସୋରେନଙ୍କ ଜେଏମଏମ ତାଙ୍କୁ ସମର୍ଥନ ଘୋଷଣା କରିଛି। କାରଣ ସୋରେନଙ୍କ ଜେଏମଏମ ମଧ୍ୟ ଗୋଟିଏ ଆଦିବାସୀ ପାର୍ଟି।

ଏହାପୂର୍ବରୁ ବିରୋଧୀ ମେଣ୍ଟରେ ଥିବା ଶିବସେନା ମଧ୍ୟ ଶ୍ରୀମତୀ ମୁର୍ମୁଙ୍କୁ ସମର୍ଥନ ଘୋଷଣା କରିଥିଲା। ଅଣ ଏନଡିଏ ଦଳଗୁଡ଼ିକ ସମର୍ଥନ ଯୋଗୁ ଶ୍ରୀମତୀ ମୁର୍ମୁ ୧୮ ତାରିଖରେ ହେବାକୁ ଥିବା ରାଷ୍ଟ୍ରପତି ନିର୍ବାଚନ ଜିତିବା ଏକ ପ୍ରକାରର ନିଶ୍ଚିତ ହୋଇଛି। ସେ ନିର୍ବାଚନ ଜିତିଲେ ପ୍ରଥମ ଆଦିବାସୀ ମହିଳା ଭାବେ ରାଷ୍ଟ୍ରପତି ହେବାର ଗୌରବ ହାସଲ କରିବେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story