ଜାତୀୟ ସ୍ତରର ଶୁଟରଙ୍କୁ ହତ୍ୟା ଘଟଣା: ବନ୍ଧା ହେଲେ ବିଚାରପତିଙ୍କ ଝିଅ

ଚଣ୍ଡିଗଡ଼: ବହୁ ଚର୍ଚ୍ଚିତ ଜାତୀୟ ଶୁଟର ସିପୀ ସିଦ୍ଧୁଙ୍କ ହତ୍ୟା ଘଟଣାର ପ୍ରାୟ ୭ ବର୍ଷ ପରେ ସିବିଆଇ ଜଣେ ବିଚାରପତିଙ୍କ ଝିଅଙ୍କୁ ଗିରଫ କରିଛି। ବୁଧବାର ଚଣ୍ଡିଗଡ଼ରୁ କଲ୍ୟାଣୀ ସିଂହଙ୍କୁ ସିବିଆଇକୁ ଗିରଫ କରିବାକୁ ସକ୍ଷମ ହୋଇଛି। କଲ୍ୟାଣୀ ହେଉଛନ୍ତି ହିମାଚଳ ପ୍ରଦେଶ ହାଇକୋର୍ଟର କାମଚଳା ମୁଖ୍ୟ ବିଚାରପତି ଜଷ୍ଟିସ ସାବିନାଙ୍କ ଝିଅ। ଗିରଫଦାରୀ ପରେ ସିବିଆଇ କଲ୍ୟାଣୀଙ୍କୁ ୪ ଦିନିଆ ରିମାଣ୍ଡରେ ଆଣି ଅଧିକ ଖୋଳତାଡ଼ ଆରମ୍ଭ କରିଛି। ୨୦୧୫ ମସିହାରେ ଚଣ୍ଡିଗଡ଼ର ସେକ୍ଟର […]

sippy-sidhu

sippy-sidhu

Hemant Lenka
  • Published: Wednesday, 15 June 2022
  • Updated: 15 June 2022, 07:48 PM IST

Sports

Latest News

ଚଣ୍ଡିଗଡ଼: ବହୁ ଚର୍ଚ୍ଚିତ ଜାତୀୟ ଶୁଟର ସିପୀ ସିଦ୍ଧୁଙ୍କ ହତ୍ୟା ଘଟଣାର ପ୍ରାୟ ୭ ବର୍ଷ ପରେ ସିବିଆଇ ଜଣେ ବିଚାରପତିଙ୍କ ଝିଅଙ୍କୁ ଗିରଫ କରିଛି। ବୁଧବାର ଚଣ୍ଡିଗଡ଼ରୁ କଲ୍ୟାଣୀ ସିଂହଙ୍କୁ ସିବିଆଇକୁ ଗିରଫ କରିବାକୁ ସକ୍ଷମ ହୋଇଛି। କଲ୍ୟାଣୀ ହେଉଛନ୍ତି ହିମାଚଳ ପ୍ରଦେଶ ହାଇକୋର୍ଟର କାମଚଳା ମୁଖ୍ୟ ବିଚାରପତି ଜଷ୍ଟିସ ସାବିନାଙ୍କ ଝିଅ। ଗିରଫଦାରୀ ପରେ ସିବିଆଇ କଲ୍ୟାଣୀଙ୍କୁ ୪ ଦିନିଆ ରିମାଣ୍ଡରେ ଆଣି ଅଧିକ ଖୋଳତାଡ଼ ଆରମ୍ଭ କରିଛି।

୨୦୧୫ ମସିହାରେ ଚଣ୍ଡିଗଡ଼ର ସେକ୍ଟର ୨୭ ଅଞ୍ଚଳରୁ ଜାତୀୟ ସ୍ତରର ଶୁଟର ସୁଖମନପ୍ରୀତ ସିଂହ ଓରଫ ସିପୀ ସିଦ୍ଧୁଙ୍କ ଗୁଳିବିଦ୍ଧ ମୃତଦେହ ମିଳିଥିଲା। ୩୫ ବର୍ଷୀୟ ସିଦ୍ଧୁ ଜାତୀୟ ଶୁଟର ବ୍ୟତୀତ ଜଣେ କର୍ପୋରେଟ ଓକିଲ ଭାବେ ମଧ୍ୟ କାର୍ଯ୍ୟ କରୁଥିଲେ। ପଞ୍ଜାବ ଓ ହରିଆଣା ହାଇକୋର୍ଟର ପୂର୍ବତନ ବିଚାରପତି ଜଷ୍ଟିସ ଏସଏସ ସିଦ୍ଧୁଙ୍କ ନାତି ଭାବେ ମଧ୍ୟ ସିପୀ ସିଦ୍ଧୁ ପରିଚୟ ହାସଲ କରିଥିଲେ।

ଘଟଣାକୁ ନେଇ ସେତେବେଳେ ବେଶ ଚର୍ଚ୍ଚା ହୋଇଥିଲା। ପୁଲିସ୍‌ ଘଟଣାକୁ ଠିକ୍‌ ଭାବେ ତଦନ୍ତ କରି ନ ପାରିବାରୁ ୨୦୧୬ରେ ସିବିଆଇ ଏହାର ତଦନ୍ତ ଦାୟିତ୍ୱ ହାତକୁ ନେଇଥିଲା। ୨୦୧୬ ମସିହା ଏପ୍ରିଲ ୧୩ରେ ଚଣ୍ଡିଗଡ଼ ପ୍ରଶାସନର ଅନୁରୋଧ କ୍ରମେ ସିବିଆଇ ଘଟଣାରେ ପ୍ରଥମ ଏଫଆଇଆର ରୁଜୁ କରିଥିଲା।

ତଦନ୍ତ ବେଳେ କଲ୍ୟାଣୀ ସିଂହଙ୍କ ନାଁ ସାମ୍ନାକୁ ଆସିଥିଲା। ତାଙ୍କୁ ବାରମ୍ବାର ଜେରା କରାଯିବା ପରେ ସିବିଆଇ ଆଜି ତାଙ୍କୁ ବିଧିବଦ୍ଧ ଭାବେ ଗିରଫ କରିଛି। ଗିରଫ ପରେ ତାଙ୍କୁ ଚଣ୍ଡିଗଡ଼ ସ୍ୱତନ୍ତ୍ର ଜୁଡିସିଆଲ ମାଜିଷ୍ଟ୍ରେଟଙ୍କ ଆଗରେ ହାଜର କରାଯାଇଥିଲା। ଏହାପରେ କୋର୍ଟଙ୍କ ଅନୁମତି କ୍ରମେ ତାଙ୍କୁ ୪ ଦିନିଆ ରିମାଣ୍ଡରେ ଅଣା ଯାଇଥିବା ସିବିଆଇ ମୁଖପାତ୍ର କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos