ଅଟୋ ଚଢ଼ାଇ ବିଚାରପତିଙ୍କୁ ହତ୍ୟା ଘଟଣା: ତଦନ୍ତ କରିବ ସିବିଆଇ

ରାଞ୍ଚି: ମର୍ଣ୍ଣିଂ ଜଙ୍ଗିଙ୍ଗରେ ଯାଉଥିବା ବେଳେ ଝାରଖଣ୍ଡର ଧନବାଦ ଠାରେ ଜଣେ ବିଚାରପତିଙ୍କୁ ଅଟୋ ଚଢ଼ାଇ ହତ୍ୟା କରିବା ଘଟଣାର ତଦନ୍ତ ସିବିଆଇ କରିବ। ଝାରଖଣ୍ଡର ହେମନ୍ତ ସୋରେନ ସରକାର ସିବିଆଇଙ୍କୁ ତଦନ୍ତ ଭାର ହସ୍ତାନ୍ତର କରିବାକୁ ନିଷ୍ପତ୍ତି ନେଇଛନ୍ତି। କିଛି ଦିନ ତଳେ ବିଚାରପତିଙ୍କୁ ପଛ ପଟୁ ଅଟୋ ଚଢ଼ାଇ ହତ୍ୟା କରିବା ଘଟଣାର ଭିଡିଓ ସାମ୍ନାକୁ ଆସିଥିଲେ। ଏହାକୁ ନେଇ ସାରା ଦେଶରେ ପ୍ରତିକ୍ରିୟା ପ୍ରକାଶ ପାଇବ ସହ ସୁପ୍ରିମକୋର୍ଟ ମଧ୍ୟ ଉଦବେଗ ପ୍ରକାଶ […]

CCTV

CCTV

Hemant Lenka
  • Published: Saturday, 31 July 2021
  • Updated: 31 July 2021, 09:37 PM IST

Sports

Latest News

ରାଞ୍ଚି: ମର୍ଣ୍ଣିଂ ଜଙ୍ଗିଙ୍ଗରେ ଯାଉଥିବା ବେଳେ ଝାରଖଣ୍ଡର ଧନବାଦ ଠାରେ ଜଣେ ବିଚାରପତିଙ୍କୁ ଅଟୋ ଚଢ଼ାଇ ହତ୍ୟା କରିବା ଘଟଣାର ତଦନ୍ତ ସିବିଆଇ କରିବ। ଝାରଖଣ୍ଡର ହେମନ୍ତ ସୋରେନ ସରକାର ସିବିଆଇଙ୍କୁ ତଦନ୍ତ ଭାର ହସ୍ତାନ୍ତର କରିବାକୁ ନିଷ୍ପତ୍ତି ନେଇଛନ୍ତି।

କିଛି ଦିନ ତଳେ ବିଚାରପତିଙ୍କୁ ପଛ ପଟୁ ଅଟୋ ଚଢ଼ାଇ ହତ୍ୟା କରିବା ଘଟଣାର ଭିଡିଓ ସାମ୍ନାକୁ ଆସିଥିଲେ। ଏହାକୁ ନେଇ ସାରା ଦେଶରେ ପ୍ରତିକ୍ରିୟା ପ୍ରକାଶ ପାଇବ ସହ ସୁପ୍ରିମକୋର୍ଟ ମଧ୍ୟ ଉଦବେଗ ପ୍ରକାଶ କରିଥିଲେ।

ଆଜି ଝାରଖଣ୍ଡ ସରକାର ଜାରି କରିଥିବା ବିଜ୍ଞପ୍ତିରେ କୁହାଯାଇଛି ଯେ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ଘଟଣାର ତଦନ୍ତ ସିବିଆଇ ଦ୍ୱାରା କରିବାକୁ ସୁପାରିସ କରିଛନ୍ତି। ପୂର୍ବରୁ ଝାରଖଣ୍ଡ ହାଇକୋର୍ଟଙ୍କ ନିର୍ଦ୍ଦେଶକ୍ରମେ ସରକାର ତଦନ୍ତ ପାଇଁ ଏସଆଇଟି ଗଠନ କରିଥିଲେ। ତେବେ ଏସଆଇଟି ସମ୍ଭବତଃ ଏହାର ଖିଅ ନ ପାଇବାରୁ ହେମନ୍ତ ସୋରେନ କେନ୍ଦ୍ରୀୟ ଏଜେନ୍ସି ଦ୍ୱାରା ତଦନ୍ତ କରିବାକୁ ଚାହୁଁଥିବା କୁହାଯାଉଛି।

ଜୁଲାଇ ୨୮ରେ ଆଡିସନାଲ ସେସନ୍ସ ଜଜ୍‌ ଉତ୍ତମ ଆନନ୍ଦ ନିଜ ଘର ଠାରୁ ମାତ୍ର କିଛି ଦୂରରେ ଥିବା ଫାଙ୍ଖା ରାସ୍ତାରେ ରନିଂ କରୁଥିବା ବେଳେ ହଠାତ୍‌ ଗୋଟିଏ ଅଟୋ ପଛପଟୁ ଆସି ତାଙ୍କୁ ଜାଣିଶୁଣି ଧକ୍କା ଦେଇଥିଲା। ଗାଡ଼ି ଧକ୍କା ପରେ ସେ ରାସ୍ତା କଡ଼ରେ ଟଳି ପଡ଼ିଥିଲେ।

କିଛି ସମୟ ପରେ ତାଙ୍କୁ ହସ୍ପିଟାଲ ନିଆଯାଇଥିଲେ ହେଁ ସେଠାରେ ତାଙ୍କର ମୃତ୍ୟୁ ଘଟିଥିଲା। ପ୍ରଥମେ ଏହାକୁ ହିଟ୍‌ ଆଣ୍ଡ ରନ୍‌ କେସ୍‌ ବୋଲି ବିଚାର କରାଯାଉଥିଲା। କିନ୍ତୁ ସ୍ଥାନୀୟ ଅଞ୍ଚଳର ସିସିଟିଭି ଦୃଶ୍ୟ ସାମ୍ନାକୁ ଆସିବା ପରେ ଏହା ଏକ ଯୋଜନାବଦ୍ଧ ହତ୍ୟାକାଣ୍ଡ ବୋଲି ଜଣାପଡ଼ିଥିଲା।

ଉତ୍ତମ ଆନନ୍ଦ ଧନବାଦରେ ଘଟିଥିବା ଏକାଧିକ ହତ୍ୟାକାଣ୍ଡ ମାମଲାର ଶୁଣାଣି କରୁଥିଲେ। ନିକଟରେ ସେ ଦୁଇ ଜଣ ଗ୍ୟାଙ୍ଗଷ୍ଟରଙ୍କ ଜାମିନ ଆବେଦନ ମଧ୍ୟ ଖାରଜ କରିଦେଇଥିଲେ। ତେଣୁ ତାଙ୍କ ହତ୍ୟା ପଛରେ ସାଂଘାତିକ ଷଡ଼ଯନ୍ତ୍ର ହୋଇଥିବା ଆଶଙ୍କା କରାଯାଉଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story