ରାହୁଲ ଗାନ୍ଧିଙ୍କୁ ଭେଟିଲେ, କଂଗ୍ରେସରେ ମିଶିଲେ କହ୍ନେୟା କୁମାର

ନୂଆଦିଲ୍ଲୀ: ଯୁବ ସିପିଆଇ ନେତା ତଥା ଜେଏନ୍‌ୟୁର ପୂର୍ବତନ ଛାତ୍ର ସଂସଦ ସଭାପତି କହ୍ନେୟା କୁମାର ଆଜି ବିଧିବଦ୍ଧ ଭାବେ କଂଗ୍ରେସରେ ମିଶିଛନ୍ତି। ଆଜି ସେ ଦିଲ୍ଲୀ ସ୍ଥିତ ଏଆଇସିସି ମୁଖ୍ୟାଳୟରେ ରାହୁଲ ଗାନ୍ଧିଙ୍କୁ ଭେଟିଥିଲେ। ଏହାପରେ ସେ କଂଗ୍ରେସରେ ସାମିଲ ହୋଇଛନ୍ତି। ତାଙ୍କ ସହ ଗୁଜରାଟର ରାଷ୍ଟ୍ରୀୟ ଦଳିତ ଅଧିକାର ମଞ୍ଚ ବିଧାୟକ ଜିଗ୍ନେଶ ମୱାନି ମଧ୍ୟ ଆଜି ହାତ ଧରିଛନ୍ତି। ପୂର୍ବରୁ ଉଭୟ ଅକ୍ଟୋବର ୨ରେ କଂଗ୍ରେସରେ ମିଶିବେ ବୋଲି ରିପୋର୍ଟ ପ୍ରକାଶ ପାଇଥିଲା। […]

Kanheia

Kanheia

Hemant Lenka
  • Published: Tuesday, 28 September 2021
  • Updated: 28 September 2021, 05:25 PM IST

Sports

Latest News

ନୂଆଦିଲ୍ଲୀ: ଯୁବ ସିପିଆଇ ନେତା ତଥା ଜେଏନ୍‌ୟୁର ପୂର୍ବତନ ଛାତ୍ର ସଂସଦ ସଭାପତି କହ୍ନେୟା କୁମାର ଆଜି ବିଧିବଦ୍ଧ ଭାବେ କଂଗ୍ରେସରେ ମିଶିଛନ୍ତି। ଆଜି ସେ ଦିଲ୍ଲୀ ସ୍ଥିତ ଏଆଇସିସି ମୁଖ୍ୟାଳୟରେ ରାହୁଲ ଗାନ୍ଧିଙ୍କୁ ଭେଟିଥିଲେ। ଏହାପରେ ସେ କଂଗ୍ରେସରେ ସାମିଲ ହୋଇଛନ୍ତି।

ତାଙ୍କ ସହ ଗୁଜରାଟର ରାଷ୍ଟ୍ରୀୟ ଦଳିତ ଅଧିକାର ମଞ୍ଚ ବିଧାୟକ ଜିଗ୍ନେଶ ମୱାନି ମଧ୍ୟ ଆଜି ହାତ ଧରିଛନ୍ତି। ପୂର୍ବରୁ ଉଭୟ ଅକ୍ଟୋବର ୨ରେ କଂଗ୍ରେସରେ ମିଶିବେ ବୋଲି ରିପୋର୍ଟ ପ୍ରକାଶ ପାଇଥିଲା। କିନ୍ତୁ ସେମାନେ ଆଜି ଦଳରେ ମିଶିଛନ୍ତି। ଏଥିପାଇଁ ଏଆଇସିସି ମୁଖ୍ୟାଳୟରେ ସ୍ୱତନ୍ତ୍ର କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା। ଏଥିରେ ରାହୁଲଙ୍କ ଗାନ୍ଧିଙ୍କ ବ୍ୟତୀତ ମୁଖପାତ୍ର ରଣଦୀପ ସୂର୍ଯ୍ୟେୱାଲା, ବରିଷ୍ଠ ନେତା କେକେ ଭେନୁଗୋପାଲ ଓ ଅନ୍ୟ ପ୍ରମୁଖ ନେତାମାନେ ଉପସ୍ଥିତ ରହିଥିଲେ।

[caption id="" align="aligncenter" width="798"]Kanhaiya Kumar, Jignesh Mevani Join Congress, Meet Rahul Gandhi In Delhi ଏଆଇସିସି ମୁଖ୍ୟାଳୟରେ କହ୍ନେୟା ଓ ଜିଗ୍ନେଶଙ୍କ ରାହୁଲ ଗାନ୍ଧି[/caption]

କଂଗ୍ରେସରେ ଯୋଗଦେବା ପୂର୍ବରୁ କହ୍ନେୟା କୁମାର ବିହାରର ରାଜଧାନୀ ପାଟନାରେ ଥିବା ସିପିଆଇ ରାଜ୍ୟ ଶାଖା କାର୍ଯ୍ୟାଳୟରୁ ଏସିକୁ ଖୋଲି ନେଇ ଯାଇଥିଲେ। ଏହାକୁ ସେ ହିଁ କାର୍ଯ୍ୟାଳୟରେ ଲଗାଇଥିଲେ। ତେଣୁ ସେ ଦଳ ଛାଡ଼ୁଥିବାରୁ ତାଙ୍କ ଏସିକୁ ମଧ୍ୟ ଖୋଲି ନେଇ ଯାଇଛନ୍ତି। ସିପିଆଇର ବିହାର ଶାଖାର ସଂପାଦକ ରାମ ନରେଶ ପାଣ୍ଡେ ଏ ସମ୍ପର୍କରେ ସୂଚନା ଦେଇଥିଲେ।

କଂଗ୍ରେସ ସୂତ୍ରରୁ ପ୍ରକାଶ ଯେ ବିହାର ରାଜନୀତିରେ କହ୍ନେୟା କୁମାରଙ୍କୁ କଂଗ୍ରେସ ଗୁରୁ ଦାୟିତ୍ୱ ଦେବ। ବିହାରରେ କଂଗ୍ରେସର ସହଯୋଗୀ ଆରଜେଡି ଓ ସିପିଆଇ ଅପେକ୍ଷା ଆହୁରି ଖରାପ ପ୍ରଦର୍ଶନ କରିଥିଲା। କଂଗ୍ରେସ ୭୦ ଟି ମଧ୍ୟରୁ ୧୯ଟି ଆସନ ଜିତିଥିଲା। ଆରଜେଡି ୧୪୪ ଆସନରୁ ଅଧାରୁ ଅଧିକ ଆସନ ଜିତିଥିଲା।

ସେହିଭଳି ସିପିଆଇ ୧୯ଟି ଆସନ ମଧ୍ୟରୁ ୧୨ଟି ଜିତିଥିଲା। ତେଣୁ ଏବେ କଂଗ୍ରେସ କହ୍ନେୟାଙ୍କ ମାଧ୍ୟମରେ ଦଳକୁ ବିହାରେ ସୁଦୃଢ଼ କରିବାକୁ ଲକ୍ଷ୍ୟ ରଖିଛି। ନିଜର ବେଧଡ଼କ ଭାଷଣ ପାଇଁ ସେ ସବୁବେଳେ ଚର୍ଚ୍ଚାରେ ରୁହନ୍ତି। ୨୦୧୯ ଲୋକସଭା ନିର୍ବାଚନ ବେଳେ ସିପିଆଇ ତାଙ୍କୁ ବେଗୁସରାଇରୁ ପ୍ରାର୍ଥୀ କରିଥିଲା। ହେଲେ ଏଠାରେ ତାଙ୍କୁ ବିଜେପି ହେଭିୱେଟ ଗିରିରାଜ ସିଂହଙ୍କ ଠାରୁ ପରାସ୍ତ ହେବାକୁ ପଡ଼ିଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story