ଠିକାଦାର ଆତ୍ମହତ୍ୟା ଘଟଣାରେ ଇସ୍ତଫା ଦେଲେ ମନ୍ତ୍ରୀ   

ବାଙ୍ଗାଲୋର: ଜଣେ ଠିକାଦାର ଆତ୍ମହତ୍ୟା ଘଟଣାରେ ବିବାଦ ଘେରକୁ ଆସିଥିବା କର୍ଣ୍ଣାଟକର ଗ୍ରାମୀଣ ବିକାଶ ଓ ପଞ୍ଚାୟତିରାଜ ମନ୍ତ୍ରୀ କେ.ଏସ୍‌. ଈଶ୍ୱରପ୍ପା ଆଜି ଇସ୍ତଫା ଦେଇଛନ୍ତି। ସେ ତାଙ୍କର ଇସ୍ତଫାପତ୍ର  ମୁଖ୍ୟମନ୍ତ୍ରୀ ବାସଭାରାଜ ବୋମାଙ୍କୁ ପ୍ରଦାନ କରିଛନ୍ତି।  ଠିକାଦାର ସନ୍ତୋଷ ପାଟିଲଙ୍କ ଆତ୍ମହତ୍ୟା ପଛରେ କେ.ଏସ୍‌. ଈଶ୍ୱରପ୍ପା ପିସି ଚାପ ତିବା ଅଭିଯୋଗ ହୋଇଥିଲା।  ମୃତ୍ୟୁ ପୂର୍ବରୁ ସନ୍ତୋଷ ଦୁର୍ନୀତି ପାଇଁ ସେ ମନ୍ତ୍ରୀ କେ.ଏସ୍‌. ଈଶ୍ୱରପ୍ପାଙ୍କୁ ଦାୟୀ କରିଥିଲେ। ଏହାପରଠାରୁ କଂଗ୍ରେସ ଈଶ୍ୱରପ୍ପାଙ୍କ ଇସ୍ତଫା ଦାବି […]

ktak

ktak

Tapas Behera
  • Published: Friday, 15 April 2022
  • Updated: 15 April 2022, 10:39 PM IST

Sports

Latest News

ବାଙ୍ଗାଲୋର: ଜଣେ ଠିକାଦାର ଆତ୍ମହତ୍ୟା ଘଟଣାରେ ବିବାଦ ଘେରକୁ ଆସିଥିବା କର୍ଣ୍ଣାଟକର ଗ୍ରାମୀଣ ବିକାଶ ଓ ପଞ୍ଚାୟତିରାଜ ମନ୍ତ୍ରୀ କେ.ଏସ୍‌. ଈଶ୍ୱରପ୍ପା ଆଜି ଇସ୍ତଫା ଦେଇଛନ୍ତି। ସେ ତାଙ୍କର ଇସ୍ତଫାପତ୍ର  ମୁଖ୍ୟମନ୍ତ୍ରୀ ବାସଭାରାଜ ବୋମାଙ୍କୁ ପ୍ରଦାନ କରିଛନ୍ତି।  ଠିକାଦାର ସନ୍ତୋଷ ପାଟିଲଙ୍କ ଆତ୍ମହତ୍ୟା ପଛରେ କେ.ଏସ୍‌. ଈଶ୍ୱରପ୍ପା ପିସି ଚାପ ତିବା ଅଭିଯୋଗ ହୋଇଥିଲା।  ମୃତ୍ୟୁ ପୂର୍ବରୁ ସନ୍ତୋଷ ଦୁର୍ନୀତି ପାଇଁ ସେ ମନ୍ତ୍ରୀ କେ.ଏସ୍‌. ଈଶ୍ୱରପ୍ପାଙ୍କୁ ଦାୟୀ କରିଥିଲେ।

ଏହାପରଠାରୁ କଂଗ୍ରେସ ଈଶ୍ୱରପ୍ପାଙ୍କ ଇସ୍ତଫା ଦାବି କରିଆସୁଥିଲା। ଏକ ରାସ୍ତାକାମ ପାଇଁ ମଞ୍ଜୁର ହୋଇଥିବା ୪କୋଟି ଟଙ୍କାରୁ ୪୦ ପ୍ରତିଶତ ସମ୍ପୃକ୍ତ ମନ୍ତ୍ରୀ ଦାବି କରିଥିଲେ।  ଗତକାଲି ଈଶ୍ୱରପ୍ପା ଇସ୍ତଫା ଦେବେ ବୋଲି ଘୋଷଣା କରିଥିଲେ। ଇସ୍ତଫା ଦେବା ପୂର୍ବରୁ ଗ୍ରାମୀଣ ବିକାଶ ଓ ପଞ୍ଚାୟତିରାଜ ମନ୍ତ୍ରୀ କେ.ଏସ.ଈଶ୍ୱରପ୍ପା ଶୁକ୍ରବାର ତାଙ୍କ ସମର୍ଥକ ତଥା ଦଳୀୟ କର୍ମୀଙ୍କୁ କହିଥିଲେ ଯେ ସେ ଷଡଯନ୍ତ୍ରର ଶିକାର ହୋଇଛନ୍ତି | ତାଙ୍କ ବିରୋଧରେ ଆସିଥିବା ଅଭିଯୋଗକୁ ମିଥ୍ୟା ପ୍ରମାଣିତ କରିବେ ଏବଂ ନିଶ୍ଚିତ ଭାବରେ ପୁନର୍ବାର ମନ୍ତ୍ରୀ ହେବେ। ଉଲ୍ଲେଖଯୋଗ୍ୟ, ଉଡୁପି ସ୍ଥିତ ଗୋଟିଏ ଘରୋଇ ଲଜ୍ ଭିତରୁ ଗତ ମଙ୍ଗଳବାର ସନ୍ତୋଷ ପାଟିଲଙ୍କ ମୃତଦେହ ମିଳିଥିଲା। ତେବେ ଜୀବନ ହାରିବା ପୂର୍ବରୁ ସେ ନିଜର ବନ୍ଧୁ ଓ ମିଡିଆକୁ ମେସେଜ କରିଥିଲେ ଯେ ତାଙ୍କ ମୃତ୍ୟୁ ପାଇଁ ମନ୍ତ୍ରୀ ଇଶ୍ୱରପ୍ପା ହିଁ ଦାୟୀ।

ସେ ନିଜର ଶେଷ ମେସେଜରେ ଲେଖିଥିଲେ, “ମନ୍ତ୍ରୀ କେଏସ୍ ଈଶ୍ୱରପ୍ପା ସଂପୂର୍ଣ୍ଣ ଭାବେ ମୋ ମୃତ୍ୟୁ ପାଇଁ ଦାୟୀ। ମୁଁ ସବୁ କିଛିକୁ ସାଇଡ୍‌ରେ ରଖି ଏପରି ଚରମ ପଦକ୍ଷେପ ନେଉଛି। ମୁଁ ହାତ ଯୋଡ଼ି ଆମ ପ୍ରଧାନମନ୍ତ୍ରୀ, ମୁଖ୍ୟମନ୍ତ୍ରୀ, ଆମର ପ୍ରିୟ ଲିଙ୍ଗାୟତ ନେତା ବିଏସ୍‌ୱାଇ ଓ ଅନ୍ୟମାନଙ୍କୁ ଅନୁରୋଧ କରୁଛି ଯେ ସମସ୍ତେ ମୋ ମୃତ୍ୟୁ ପରେ ମୋ ପିଲା ଏବଂ ପତ୍ନୀଙ୍କୁ ସହଯୋଗର ହାତ ବଢ଼ାଇବେ।”

କଣ୍ଟ୍ରାକ୍ଟର ପାଟିଲ ଏପ୍ରିଲ ୧୧ ତାରିଖରେ କିଛି ବନ୍ଧୁଙ୍କ ସହ ଉଡୁପିର ଗୋଟିଏ ଲଜ୍‌କୁ ଯାଇଥିଲେ। ସାଙ୍ଗମାନେ ଗୋଟିଏ ରୁମରେ ରହିଥିବା ବେଳେ ସେ ଆଉ ଗୋଟିଏ ରୁମରେ ରହିଥିଲେ। ଏପରି କି ନିଜ ଜିନିଷ ପତ୍ର ମଧ୍ୟ ସନ୍ତୋଷ ପାଟିଲ ସାଙ୍ଗମାନେ ରହୁଥିବା ରୁମରେ ରଖିଥିଲେ। ଏପ୍ରିଲ ୧୨ ତାରିଖ ସକାଳେ ସନ୍ତୋଷଙ୍କ ଦୁଇ ବନ୍ଧୁ ତାଙ୍କ ରୁମର କବାଟ ବାଡ଼େଇ ଥିଲେ ମଧ୍ୟ ସେ ଏହାକୁ ଖୋଲି ନଥିଲେ। କିଛି ଘଣ୍ଟା ବିତିବା ପରେ ଦୁଇ ସାଙ୍ଗ ପୁଣି ସନ୍ତୋଷଙ୍କୁ ଡାକିଥିଲେ। ହେଲେ ସେ କୌଣସି ଜବାବ ନ ଦେବାରୁ ଲଜ୍‌ କର୍ମଚାରୀଙ୍କ ସହାୟତାରେ କବାଟକୁ ଜୋର ଜବରଦସ୍ତ ଖୋଲିଥିଲେ। ଏହି ସମୟରେ ସନ୍ତୋଷ ବେଡ୍‌ ଉପରେ ଅଚେତ ହୋଇ ପଡ଼ିଥିବା ଦେଖିବାକୁ ପାଇଥିଲେ। ସେମାନେ ତୁରନ୍ତ ପୁଲିସ୍‌କୁ ଖବର ଦେଇଥିଲେ। ପୁଲିସ୍‌ ମୃତଦେହକୁ ଜବତ କରି ଅଧିକ ତଦନ୍ତ ଆରମ୍ଭ କରିଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos