୪ ଦିନିଆ ପୁଲିସ ହେପାଜତକୁ ଗଲେ ଦୁଷ୍କର୍ମ ଅଭିଯୁକ୍ତ ବାବା

ବେଙ୍ଗାଲୁରୁ: କର୍ଣ୍ଣାଟକର ପ୍ରଭାବଶାଳୀ ବାବା ତଥା ଲିଙ୍ଗାୟତ ସମ୍ପ୍ରଦାୟର ସାଧୁ ଶିବମୂର୍ତ୍ତି ମୁରୁଗା ଶରାନାରୁଙ୍କୁ ୪ ଦିନିଆ ପୁଲିସ ହେପାଜତକୁ ପଠାଇ ଦେଇଛନ୍ତି କୋର୍ଟ। ଦୁଷ୍କର୍ମ ଅଭିଯୋଗରେ ଗତକାଲି ତାଙ୍କୁ ଗିରଫ କରାଯାଇଥିଲା।  ଆଜି  ତାଙ୍କୁ ହୁଇଲ ଚେୟାରରେ କୋର୍ଟରେ ହାଜର କରାଯାଇଥିଲା। ବେଙ୍ଗାଲୁରୁଠାରୁ  ୨୦୦ କିମି ଦୂର ଚିତ୍ତରଦୁର୍ଗାର ଏକ ହସିପିଟାଲରୁ ତାଙ୍କୁ ଅଣାଇଯାଇ ଥିଲା। ଶରୀର ଅସୁସ୍ଥ ଯୋଗୁ ଆଜି ସକାଳେ ତାଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇ ଥିଲା। ଅଭିଯୁକ୍ତ ବାବାଙ୍କୁ ପଚରାଉଚରା ପାଇଁ ପୁଲିସ ୫ ଦିନିଆ ରିମାଣ୍ଡ ଆବେଦନ କରିଥିଲା ସେହିପରି ବାବାଙ୍କୁ ଜେଲରୁ ମେଡିକାଲକୁ ସ୍ଥାନାନ୍ତର କରାଯାଇଥିବା ସମ୍ପର୍କରେ କୋର୍ଟଙ୍କୁ ଅବଗତ କରାଯାଇ ନଥିବାରୁ ବିରକ୍ତି ପ୍ରକାଶ କରିଥିଲେ। ଏଥିସହ ଜେଲ କର୍ତ୍ତୃପକ୍ଷଙ୍କୁ ବାବାଙ୍କ ମେଡିକାଲ ରିପୋର୍ଟ ଦାଖଲ କରିବାକୁ କୋର୍ଟ କହିଛନ୍ତି ।

ଏହି ଘଟଣାରା ରଶ୍ମି ନାମକ ଜଣେ ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିଲା ବେଳେ ଅନ୍ୟ ୩ ଜଣ ଫେରାର ଅଛନ୍ତି। ୬୪ ବର୍ଷୀୟ ଶିବମୂର୍ତ୍ତି ମୁରୁଗା ଶରାନାରୁ ଲିଙ୍ଗାୟତ  ସମ୍ପ୍ରଦାୟର ଜଣେ ପ୍ରମୁଖ ଚେହେରା। ଦୁଇ ଜଣ ନାବାଳିକା ବାବାଙ୍କ ନାମରେ ଦୁଷ୍କର୍ମ ଅଭିଯୋଗ ଆଣିଥିଲେ। ୬ ଦିନ ତଳେ ବାବାଙ୍କ ନାମରେ ମାମଲା ରୁଜୁ ହୋଇଥିଲା।  ଗତ ସପ୍ତାହରେ ଚିତ୍ରଦୁର୍ଗା ସ୍ଥିତ ଏକ ମୁରାଘାରାଜେନ୍ଦ୍ର ମଠ ବିଦ୍ୟାଳୟରେ ପଢୁଥିବା ଏବଂ ଏହାର ହଷ୍ଟେଲରେ ରହୁଥିବା

୧୪ ଏବଂ ୧୬ ବର୍ଷ ବୟସର ଦୁଇ ନାବାଳିକାଙ୍କୁ ଗତ ତିନି ବର୍ଷ ଧରି ସାଧୁ ଯୌନ ନିର୍ଯାତନା ଦେଇଥିବା ଅଭିଯୋଗ ହୋଇଥିଲା। ଏବଂ ଏହି ଅଭିଯୋଗ ଆଧାରରେ, ଏକ ଏଫଆଇଆର ମଧ୍ୟ ଦାଖଲ କରାଯାଇଥିଲା। ଯୌନ ଅପରାଧରୁ ଶିଶୁଙ୍କ ସୁରକ୍ଷା (ପୋକ୍ସୋ) ଅଧିନିୟମର କଠୋର ବ୍ୟବସ୍ଥା ଅନୁଯାୟୀ ସାଧୁଙ୍କ ବିରୋଧରେ ମାମଲା ରୁଜ୍ଜୁ ହୋଇଥିଲା। ଏହା ପରେ ଦୁଇ ପୀଡ଼ିତାଙ୍କ ବିବୃତ୍ତି ଜଣେ ମାଜିଷ୍ଟ୍ରେଟଙ୍କ ସମ୍ମୁଖରେ ରେକର୍ଡ, କରାଯିବା ସହ ପୀଡିତାଙ୍କ ଡାକ୍ତରୀ ପରୀକ୍ଷା ମଧ୍ୟ କରାଯାଇଥିଲା।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।