କଶ୍ମୀର ଅଶାନ୍ତ: ୟାସିନ୍‌ ମଲିକ ସମର୍ଥକ-ପୁଲିସ ମୁହାଁମୁହିଁ

ଜମ୍ମୁ: କଶ୍ମୀରିର ବିଚ୍ଛିନ୍ନତାବାଦୀ ନେତା ୟାସିନ୍‌ ମଲିକକୁ ଆଜି ଆଜୀବନ କାରାଦଣ୍ଡରେ ଦଣ୍ଡିତ କରାଯାଇଥିବା ବେଳେ ଅଶାନ୍ତ ହୋଇଛି କଶ୍ମୀର। ୟାସିନ୍‌ ମଲ୍ଲିକଙ୍କ ସମର୍ଥକ ଓ ପୁଲିସ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଛି। ଶ୍ରୀନଗରର ମୈସୁମା ଇଲାକାରେ ଏମିତି ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୋଇଥିବା ବେଳେ ଉତ୍ତେଜନା ଲାଗି ରହିଛି। ୟାସିନ୍‌ ମଲିକଙ୍କ ସମର୍ଥକମାନେ ପୋଡ଼ା ଜଳା କରିବା ସହ ପୁଲିସ ଉପରକୁ ଟେକା ପଥର ମାଡ଼ କରିଛନ୍ତି।

ପରିସ୍ଥତିର ମୁକାବିଲା ପାଇଁ ପୁଲିସ ଟିଏର ଗ୍ୟାସ ପ୍ରୟୋଗ କରିଛି। ଆଜି  ୟାସିନ୍‌ ମଲିକକୁ  ନେଇ ରାୟ ଆସିବା ପୂର୍ବରୁ ତାଙ୍କ ସମର୍ଥକମାନେ ଜୋରଦାର ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଆତଙ୍କବାଦକୁ ପାଣ୍ଠି ଯୋଗଣ ମାମଲାରେ ଆଜି କଶ୍ମର ବିଚ୍ଛିନ୍ନତାବାଦୀ ନେତା ୟାସିନ୍‌ ମଲିକଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି ଦିଲ୍ଲୀସ୍ଥିତ ସ୍ୱତନ୍ତ୍ର ଏନ୍‌ଆଇଏ  ଅଦାଲତ। ଏନ୍‌ଆଇଏ ପକ୍ଷରୁ ୟାସିନ ମଲିକକୁ ଫାଶୀ ଦିଆଯାଉ ବୋଲି ଅଦାଲତରେ ଆବେଦନ କରାଯାଇଥିବା ବେଳେ କୋର୍ଟ ତାକୁ ଆଜୀବନ କାରାଦଣ୍ଡ ଦେଇଛନ୍ତି। ଏହା ସହ ୧୦ଲକ୍ଷ ଟଙ୍କାର ଜରିମାନା ଦେବାକୁ ମଧ୍ୟ କୋର୍ଟ କହିଛନ୍ତି। ଗତ ମେ ୧୯ରେ ଏନଆଇଏ କୋର୍ଟର ସ୍ୱତନ୍ତ୍ର ଜଜ୍ ପ୍ରବୀଣ ସିଂ ମଲିକଙ୍କୁ ‘ଅନ୍‌ଲଫୁଲ୍‌ ଆକ୍ଟିଭିଟିଜ୍‌ ପ୍ରିଭେନ୍‌ସନ୍ ଆକ୍ଟ୍‌’ରେ (ୟୁଏପିଏ) ଅନୁଯାୟୀ ଦୋଷୀ ସାବ୍ୟସ୍ତ କରିଥିଲେ। ଅଭିଯୋଗ ନିଜେ ମଧ୍ୟ ସ୍ୱୀକାର କରିଥିଲା ୟାସୀନ। ଏଣୁ ତାଙ୍କ ବିରୋଧରେ କୋର୍ଟରେ ଶୁଣାଣି ବେଳେ ଏନ୍‌ଆଇଏ ମୃତ୍ୟୁ ଦଣ୍ଡ ଦାବି କରି ସ୍ୱତନ୍ତ୍ର ବିଚାରପତି ପ୍ରବୀଣ ସିଂହଙ୍କ ସମ୍ମୁଖରେ ନିଜର ପକ୍ଷ ରଖିଥିଲେ। ଏପଟେ କୋର୍ଟ ଯାହାଦଣ୍ଡି ବିଧାନ କରିବେ ମଲ୍ଲିକ ତାହା ସ୍ୱୀକାର କରିବ ବୋଲି କହିଥିଲା। କୋର୍ଟ ଉଭୟ ପକ୍ଷର ତର୍କ ଶୁଣିବା ପରେ କୋର୍ଟ ତାଙ୍କ ରାୟ ସଂରକ୍ଷିତ ରଖିଥିଲେ। ମେ ମାସ ଆରମ୍ଭରୁ ୫୬ ବର୍ଷୀୟ ମଲ୍ଲିକ ଉପରେ ଲାଗିଥିବା ସମସ୍ତ ଅଭିଯୋଗକୁ ସେ ସ୍ୱୀକାର କରିଥିଲେ। ଆତଙ୍କବାଦୀଙ୍କୁ ପାଣ୍ଠି ଯୋଗାଣ ମାମଲାରେ ବେଆଇନ କାର୍ଯ୍ୟକଳାପ ପ୍ରତିରୋଧକ ଆଇନ(UAPA) ହୋଇଥିବା ଅଭିଯୋଗକୁ ମଧ୍ୟ ମାନିଥିଲା ମଲ୍ଲିକ।

ମେ ୧୯ ତାରିଖରେ ସ୍ୱତନ୍ତ୍ର ବିଚାରପତି ପ୍ରବୀଣ ସିଂହ ତାଙ୍କୁ ଦୋଷୀ ସାବ୍ୟସ୍ତ କରିବା ପରେ ଏନ୍‌ଆଇଏକୁ ତାଙ୍କ ସମ୍ପତ୍ତିର ତଦନ୍ତ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଅଭିଯୁକ୍ତର ଓକିଲଙ୍କ ସୂଚନା ଅନୁସାରେ ୟାସୀନ ମଲ୍ଲିକ ପାଖରେ ୫୫୬୪ ବର୍ଗି ମଟିର ଜମି ରହିଛି ବୋଲି ସୂଚନା ମିଳିଛି। ଆତଙ୍କବାଦୀ କାର୍ଯ୍ୟକଳାପ, ଆତଙ୍କବାଦୀ ସଂଗଠନଙ୍କୁ ପାଣ୍ଠି ଯୋଗାଇବା ଏବଂ ଦେଶ ବିରୋଧୀ ମନ୍ତବ୍ୟ ଦେବା ଅଭିଯୋଗରେ ୨୦୧୭ ୟାସୀନ ମଲ୍ଲିକକଙ୍କୁ ଗିରଫ କରିଥିଲା ପୁଲିସ୍। କୋର୍ଟ ଏହି ମାମଲାର ଶୁଣାଣି କରିବା ସହିତ ବେଆଇନ କାର୍ଯ୍ୟକଳାପ ପ୍ରତିରୋଧ ଆଇନ (UAPA) ଆଧାରରେ ଦୋଷୀ ସାବ୍ୟସ୍ତ କରିଥିଲେ।

ୟାସିନ୍‌ ମଲିକଙ୍କ  ବିରୋଧରେ ଆଇପିସି ଧାରା ୧୬ ଅନୁଯାୟୀ ଆତଙ୍କବାଦୀ କାର୍ଯ୍ୟକଳାପ, ଧାରା ୧୭ ଆତଙ୍କବାଦୀ କାର୍ଯ୍ୟକଳାପ ପାଇଁ ପାଣ୍ଠି ଯୋଗାଇବା, ଧାରା ୧୮ ଆତଙ୍କବାଦୀ କାର୍ଯ୍ୟକଳାପ ପାଇଁ ଷଡଯନ୍ତ୍ର କରିବା ଏବଂ ଧାରା ୨୦ ଅନୁଯାୟୀ ଆତଙ୍କବାଦୀ ସଂଗଠନ ସହ ଜଡିତ ହେବା ଅଭିଯୋଗରେ ସେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି। ଅନ୍ୟପଟେ ଧାରା ୧୨୦-ବି ଆଧାରରେ ଅପରାଧିକ ଷଡ଼ଯନ୍ତ୍ର ରଚିବା ଅଭିଯୋଗରେ ବି ସେ ଦୋଷୀ ସାବ୍ୟସ୍ତ ହୋଇଥିଲା।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।