ନୀତୀଶ କୁମାରଙ୍କୁ ପାଖରେ ବସାଇ ବିଜେପି ମୁକ୍ତ ଭାରତ କଥା କହିଲେ କେସିଆର

ପାଟନା: ବିହାର ଗସ୍ତରେ ଥିବା ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓ(କେସିଆର) ଆଜି ବିଜେପିକୁ ତୀବ୍ର ସମାଲୋଚନା କରିଛନ୍ତି। ବିଜେପି ସବୁବେଳେ କଂଗ୍ରେସ ମୁକ୍ତ ଭାରତ ନାରା ଦେଉଥିବା ବେଳେ ଆଜି କେସିଆର ବିଜେପି ମୁକ୍ତ ଭାରତ ଚାହୁଁଥିବା କହିଛନ୍ତି। ଏହି ସମୟରେ ତାଙ୍କ ସହ ଷ୍ଟେଜରେ ବିହାରର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ମଧ୍ୟ ଉପସ୍ଥିତ ଥିଲେ। ନୀତୀଶ କୁମାରଙ୍କ ସହ ଷ୍ଟେଜ ଶେୟାର କରି କେସିଆର ବିଜେପି ମୁକ୍ତ ଭାରତ ନାରା ଦେଇଛନ୍ତି। ସବୁବେଳେ ଅଣ […]

KCR1

KCR1

Hemant Lenka
  • Published: Wednesday, 31 August 2022
  • Updated: 31 August 2022, 08:08 PM IST

ପାଟନା: ବିହାର ଗସ୍ତରେ ଥିବା ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓ(କେସିଆର) ଆଜି ବିଜେପିକୁ ତୀବ୍ର ସମାଲୋଚନା କରିଛନ୍ତି। ବିଜେପି ସବୁବେଳେ କଂଗ୍ରେସ ମୁକ୍ତ ଭାରତ ନାରା ଦେଉଥିବା ବେଳେ ଆଜି କେସିଆର ବିଜେପି ମୁକ୍ତ ଭାରତ ଚାହୁଁଥିବା କହିଛନ୍ତି। ଏହି ସମୟରେ ତାଙ୍କ ସହ ଷ୍ଟେଜରେ ବିହାରର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ମଧ୍ୟ ଉପସ୍ଥିତ ଥିଲେ। ନୀତୀଶ କୁମାରଙ୍କ ସହ ଷ୍ଟେଜ ଶେୟାର କରି କେସିଆର ବିଜେପି ମୁକ୍ତ ଭାରତ ନାରା ଦେଇଛନ୍ତି।

ସବୁବେଳେ ଅଣ ବିଜେପି ଓ ଅଣ କଂଗ୍ରେସ ମେଣ୍ଟର ଓକିଲାତି କରି ଆସୁଥିବା କେସିଆର ଆଜି ବିହାର ଗସ୍ତରେ ଆସି ନୀତୀଶ କୁମାର ଓ ତାଙ୍କ ଡେପୁଟି ତେଜସ୍ୱୀ ଯାଦବଙ୍କୁ ଭେଟିଥିଲେ। ଏହାପରେ ସେ ନୀତୀଶ କୁମାରଙ୍କ ସହ ଗୋଟିଏ କାର୍ଯ୍ୟକ୍ରମରେ ଯୋଗଦେଇଥିଲେ। ଏହି ସମୟରେ ସେ କହିଛନ୍ତି, “ଆମେ ବର୍ତ୍ତମାନ କେବଳ ବିଜେପି ମୁକ୍ତ ଭାରତ ଚାହୁଁଛୁ।”

ବିଜେପି ବିରୋଧରେ ତୃତୀୟ ସାମ୍ମୁଖ୍ୟ ଗଠନ କରିବାକୁ ଏକାଧିକ ବିରୋଧୀ ଦଳର ନେତା ଚେଷ୍ଟା କରୁଥିଲେ ମଧ୍ୟ ଏଯାଏ ଏହା ସଫଳ ହୋଇନି। ଏବେ ନୀତୀଶ କୁମାର ବିଜେପି ସହ ସମ୍ପର୍କ ତୁଟାଇଥିବାରୁ ବିରୋଧୀଙ୍କ ତୃତୀୟ ସାମ୍ମୁଖ୍ୟ ଗଠନ ଚର୍ଚ୍ଚା ପୁଣି ଜୋର ଧରିଛି। ନୀତୀଶ କୁମାର ମଧ୍ୟ ପରୋକ୍ଷରେ ସବୁ ବିରୋଧୀଙ୍କୁ ଏକାଠି କରିବାକୁ ଚେଷ୍ଟା କରିବେ ବୋଲି କହିଛନ୍ତି।

ଏହି ଚର୍ଚ୍ଚା ଭିତରେ କେସିଆର କହିଛନ୍ତି, “କାହିଁକି ତୃତୀୟ ସାମ୍ମୁଖ୍ୟ? ଆମେ ବର୍ତ୍ତମାନ ମୁଖ୍ୟ ସାମ୍ମୁଖ୍ୟ ପାଇଁ କାମ କରୁଛୁ। ସବୁ ବିରୋଧୀ ଦଳ ଏକାଠି ହେବା ସହ ସମସ୍ତେ ବିଜେପି ମୁକ୍ତ ନାରା ଦେବା ଦରକାର। ଆମେ ଦେଶର ସବୁ ବିରୋଧୀ ଦଳଗୁଡ଼ିକୁ ଏକାଠି କରିବାକୁ ପ୍ରୟାସ କରିବୁ। ଆପଣମାନେ ଖୁବଶୀଘ୍ର ଏହାର ରେଜଲ୍ଟ ଦେଖିବେ। ଆମେ ସମସ୍ତ ସମାନ ଚିନ୍ତାଧାରା ରଖିଥିବା ଦଳଗୁଡ଼ିକୁ ଏକାଠି କରିବୁ। ସବୁ ବିବାଦୀୟ ପ୍ରସଙ୍ଗକୁ ଉପାଡ଼ି ଫୋପାଡ଼ି ଦେବୁ।”

ଆଜି ପାଟନାରେ ପହଞ୍ଚିଥିବା କେସିଆର ପ୍ରାୟ ଏକ ଘଣ୍ଟା ଧରି ବିଭିନ୍ନ ପ୍ରସଙ୍ଗରେ ନୀତୀଶ କୁମାରଙ୍କ ସହ ଆଲୋଚନା କରିଥିଲେ। ଏହି ସମୟରେ ତେଜସ୍ୱୀ ଯାଦବ ମଧ୍ୟ ଉପସ୍ଥିତ ଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos