ଆମେ ବିଜେପି ଅଫିସରେ ଧାନ କୁଢ଼େଇବୁ: ମୁଖ୍ୟମନ୍ତ୍ରୀ

ହାଇଦ୍ରାବାଦ: ଧାନ କିଣା ପ୍ରସଙ୍ଗକୁ ନେଇ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ.ଚନ୍ଦ୍ରଶେଖର ରାଓ ବିଜେପି ଉପରେ ବର୍ଷିଛନ୍ତି। କେସିଆର କହିଛନ୍ତି ଯେ, ବିଜେପି କେବଳ ସାମ୍ପ୍ରଦାୟିକ ତିକ୍ତତା ସୃଷ୍ଟି କରିବାରେ ବ୍ୟସ୍ତ ରହୁଛି।  ସେ କହିଛନ୍ତି ଯେ, ନିର୍ବାଚନ ଆସିଲେ ବିଜେପି କେବଳ ହିନ୍ଦୁ-ମୁସଲମାନ ପ୍ରସଙ୍ଗକୁ ଟାଣିବା ସହ ପାକିସ୍ତାନକୁ ଯୋଡ଼ି ଦେଶରେ ସାମ୍ପ୍ରଦାୟିକ ମାହୋଲ ଜମାଏ।  ସର୍ଜିକାଲ ଷ୍ଟ୍ରାଇକ, ସୀମା ପ୍ରସଙ୍ଗ କହି ଦେଶରେ ସାମ୍ପ୍ରଦାୟକ ବିଦ୍ୱେଶ ସୃଷ୍ଟି କରେ।  ଏଗୁଡ଼ିକ ବିଜେପିର ଡ୍ରାମା ବୋଲି କେସିଆର […]

paddy

paddy

Tapas Behera
  • Published: Thursday, 18 November 2021
  • Updated: 18 November 2021, 04:04 PM IST

Sports

Latest News

ହାଇଦ୍ରାବାଦ: ଧାନ କିଣା ପ୍ରସଙ୍ଗକୁ ନେଇ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ.ଚନ୍ଦ୍ରଶେଖର ରାଓ ବିଜେପି ଉପରେ ବର୍ଷିଛନ୍ତି। କେସିଆର କହିଛନ୍ତି ଯେ, ବିଜେପି କେବଳ ସାମ୍ପ୍ରଦାୟିକ ତିକ୍ତତା ସୃଷ୍ଟି କରିବାରେ ବ୍ୟସ୍ତ ରହୁଛି।  ସେ କହିଛନ୍ତି ଯେ, ନିର୍ବାଚନ ଆସିଲେ ବିଜେପି କେବଳ ହିନ୍ଦୁ-ମୁସଲମାନ ପ୍ରସଙ୍ଗକୁ ଟାଣିବା ସହ ପାକିସ୍ତାନକୁ ଯୋଡ଼ି ଦେଶରେ ସାମ୍ପ୍ରଦାୟିକ ମାହୋଲ ଜମାଏ।  ସର୍ଜିକାଲ ଷ୍ଟ୍ରାଇକ, ସୀମା ପ୍ରସଙ୍ଗ କହି ଦେଶରେ ସାମ୍ପ୍ରଦାୟକ ବିଦ୍ୱେଶ ସୃଷ୍ଟି କରେ।  ଏଗୁଡ଼ିକ ବିଜେପିର ଡ୍ରାମା ବୋଲି କେସିଆର କହିଛନ୍ତି । ଧାନ କିଣା ପ୍ରସଙ୍ଗରେ ଅନ୍ୟମନ୍ତ୍ରୀଙ୍କ ସହ ମୁଖ୍ୟମନ୍ତ୍ରୀ କେସିଆର ହାଇଦ୍ରାବାଦର ଇନ୍ଦିରା ପାର୍କରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ।

କେନ୍ଦ୍ର ଧାନ କିଣୁନଥିବା ଅଭିଯୋଗ କରିବା ସହ ଧାନକୁ ବିଜେପି କାର୍ଯ୍ୟାଳୟରେ ଫିଙ୍ଗା ଯିବ ବୋଲି କେସିଆର ଚେତାବନୀ ଦେଇଥିଲେ। ସେ କହିଛନ୍ତି ଯେ, ଶସ୍ୟ ବୃଦ୍ଧି ପାଇଁ ବିଜେପି ନାରା ଦେଉଥିବା ବେଳେ କେନ୍ଦ୍ର କିନ୍ତୁ ଏହାକୁ କିଣୁ ନାହିଁ। ଯଦି କେନ୍ଦ୍ର ଧାନ ନକିଣେ ତେବେ ଆମେ ଏହାକୁ ବିଜେପି କାର୍ଯ୍ୟାଳୟରେ ପକାଇବୁ ବୋଲି ସେ କହିଛନ୍ତି। ଗତ ବର୍ଷ କେନ୍ଦ୍ର ମୌସୁମୀ ସମୟରେ ୭୮ ପ୍ରତିଶତ ଫସଲ କ୍ରୟ କରିଥିଲା। ଚଳିତ ବର୍ଷ ଏହି ସଂଖ୍ୟା ୫୯ ପ୍ରତିଶତ ରହିଛି। ରାଜ୍ୟରେ  ୫୫.୭୫ ଲକ୍ଷ ମେଟ୍ରିକ୍ ଟନ୍ ଧାନ ଉତ୍ପାଦନ ହୋଇଛି ।

ସେଥିମଧ୍ୟରୁ କେବଳ ୩୨.୬୬ ଲକ୍ଷ ମେଟ୍ରିକ୍ ଟନ୍ କ୍ରୟ କରାଯାଇଛି। ହେଲେ କେନ୍ଦ୍ର ୪୦ ଲକ୍ଷ ମେଟ୍ରିକ୍ ଟନ୍ ଶସ୍ୟ କ୍ରୟ କରିବେ ବୋଲି କହିଛି। କିନ୍ତୁ କେନ୍ଦ୍ର ୯୦ ପ୍ରତିଶତ ନିଅନ୍ତୁ ବୋଲି ଆମେ ଚାହୁଁଛୁ  | ଏହାବ୍ୟତୀତ ରବି ଫସଲ ବାବଦକୁ  ୫ ଲକ୍ଷ ମେଟ୍ରିକ୍ ଟନ୍ ଧାନ ପଡ଼ି ରହିଛି।  ୫୦ ଦିନ ପୂର୍ବରୁ କେସିଆର କେନ୍ଦ୍ର କୃଷି ମନ୍ତ୍ରୀ ପୀୟୁଷ ଗୋୟଲଙ୍କୁ ଭେଟି ରାଜ୍ୟରୁ ଧାନ କ୍ରୟ ପାଇଁ ଲକ୍ଷ୍ୟ ସ୍ଥିର କରିବାକୁ ଅନୁରୋଧ କରିଥିଲେ। ଏହି ପ୍ରସଙ୍ଗରେ ସେ ବୁଧବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ମଧ୍ୟ ଚିଠି ଲେଖିଛନ୍ତି। କେସିଆର କହିଛନ୍ତି ୫୦ ଦିନ ହେଲା କେନ୍ଦ୍ର ଆମ ଦାବିକୁ ଅଣଦେଖା କରି ଚାଲୁଛି। ତେଣୁ ଆନ୍ଦୋଳନ ଜାରି ରହିବ ବୋଲି ସେ କହିଛନ୍ତି। ଏହି ଅବସରରେ ସେ କୃଷି ଆଇନ ପ୍ରତ୍ୟାହାର ପାଇଁ ସେ ଦାବି କରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos